ବନଖଣ୍ଡ ଅଧିକାରୀମାନେ ପ୍ରସ୍ତୁତ ରୁହନ୍ତୁ: ଜଙ୍ଗଲମନ୍ତ୍ରୀ ଶ୍ରୀ ସିଂ ଖୁଣ୍ଟିଆ

Published: Oct 24, 2024, 8:25 am IST

ଭୁବନେଶ୍ୱର: ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନସ୍ଥ ସମସ୍ତ କ୍ଷେତ୍ର କାର୍ଯ୍ୟକର୍ତ୍ତା, କର୍ମଚାରୀ ବିଶେଷକରି ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳର ବନଖଣ୍ଡ ଅଧିକାରୀ ଏବଂ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ନିଜ ନିଜ ଆଞ୍ଚଳିକ କର୍ତ୍ତୃତ୍ବ ମଧ୍ୟରେ ବାତ୍ୟା ଦାନାର ପ୍ରାକ ଓ ପରବର୍ତ୍ତୀ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଜାରି ରଖି ସାଧାରଣ ଜନତାଙ୍କ ଜୀବନ, ପ୍ରାଣୀ ଉଦ୍ୟାନର ସମ୍ପତ୍ତି ଏବଂ ପ୍ରାଣୀମାନଙ୍କ ଜୀବନକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ
ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନ ବାହିନୀ ମୁଖ୍ୟ ଏବଂ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟ ପ୍ରାଣୀ) ଙ୍କୁ ଏ ସଂକ୍ରାନ୍ତରେ ମନ୍ତ୍ରୀ ଶ୍ରୀ ସିଂ ଖୁଣ୍ଟିଆ ପତ୍ର ଦ୍ୱାରା ନିର୍ଦ୍ଦେଶ ଦେଇଛନ୍ତି।

Related posts