Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଥାରୂଢ ଶ୍ରୀଜୀଉ : ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମହାମିଳନ
ଆଜିର ଖବର

ରଥାରୂଢ ଶ୍ରୀଜୀଉ : ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମହାମିଳନ

July 4, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆଜି ପବିତ୍ର ରଥଯାତ୍ରା । ଆଜି ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରୁଛନ୍ତି ।  ଆଷାଢ ଶୁକ୍ଲପକ୍ଷ ଦ୍ୱିତୀୟା ତିଥିରେ ଜଗତରନାଥ ଶ୍ରୀଜଗନ୍ନାଥ ନିଜର ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ମାଉସୀ ‘ଗୁଣ୍ଡିଚା ରାଣୀ’ଙ୍କ ନିକଟକୁ ୯ ଦିନ ପାଇଁ ଯିବେ। ଶ୍ରୀକ୍ଷେତ୍ରର ପବିତ୍ର ବଡ଼ ଦାଣ୍ଡରେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ପ୍ରସ୍ତୁତ ଅଛି। ହଜାର ହଜାର ଭକ୍ତ ତିନି ରଥକୁ ଶ୍ରୀମନ୍ଦିର ସମ୍ମୁଖରୁ ଶରଧାବାଲି ଅଭିମୁଖେ ଟାଣି ନେବେ। ରଥଟଣା ପୂର୍ବରୁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ହରିବୋଳ-ହୁଳହୁଳୀରେ ବଡ଼ଦାଣ୍ଡ ଉଛୁଳି ପଡୁଛି। ଇତିମଧ୍ୟରେ ରଥଯାତ୍ରାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇଛି । ଗୋଟି ପହଣ୍ଡିରେ ଆସି ରଥାରୂଢ଼ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ପ୍ରଥମେ ଚକ୍ରବୀର ସୁଦର୍ଶନଙ୍କ ପହଁଣ୍ଡି ହୋଇଛି । ଏହା ପରେ ବଡ଼ ଭାଇ ବଳଭଦ୍ର, ପରେ ଦେବୀ ସୁଭଦ୍ରା ଓ ଶେଷରେ ବଡ଼ ଦେଉଳରୁ ବାହାରି ଆସିଛନ୍ତି ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥ । ତିନି ଠାକୁରଙ୍କୁ ବଡ଼ଦାଣ୍ଡରେ ଦେଖି ଭାବବିହ୍ୱଳ ହୋଇପଡ଼ିଛନ୍ତି ଭକ୍ତମାନେ ।  ପ୍ରଥମେ ମଙ୍ଗଳ ଆଳତି, ତଡ଼ପ ଲାଗି, ମଇଲମ ଓ ଅବକାଶ ପରେ ଖେଚେଡି଼ ଭୋଗ ଶେଷ ହୋଇଥିଲା । ଏହା ପରେ ନିର୍ଦ୍ଧାରିତ ସମୟ ଅନୁସାରେ ଗୋଟି ପହଁଣ୍ଡି ଆରମ୍ଭ ହୋଇଥିଲା । ଘଣ୍ଟ, ଖୋଳ, କାହାଳୀର ତାଳେ ଶ୍ରୀମନ୍ଦିରରୁ ବାହାରିଥିଲେ ଶ୍ରୀଜୀଉ  । ଜଣକ ପରେ ଜଣେ ପହଣ୍ଡିରେ ଆସି ରଥରେ ବିଜେ କରିଛନ୍ତି । ଏହା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ତଥା ଆଦ୍ୟ ସେବକ ଗଜପତି ଶ୍ରୀ ଦିବ୍ୟସିଂହ ଦେବ ଛେରା ପହଁରା କରିବେ ।  ମଧ୍ୟାହ୍ଣ ୧୨ଟା ୩୦ରୁ ଅପରାହ୍ଣ ୧ଟା ମଧ୍ୟରେ ରଥ ଉପରେ ମଦନ ମୋହନ ବିଜେ ହେବୋ ପରେ ଅପରାହ୍ଣ ୨ଟାରୁ  ୩ଟା ମଧ୍ୟରେ ଗଜପତି ମହାରାଜଙ୍କ ରଥ ଉପରେ ଛେରାପହଁରା କରିବେ।

Share. Facebook Twitter LinkedIn Email WhatsApp Copy Link

Related Posts

ମହାରାଷ୍ଟ୍ର ପୌର ନିର୍ବାଚନରେ ​​ମହାୟୁତି ମେଣ୍ଟର ବିପୁଳ ବିଜୟ: କଂଗ୍ରେସ ମେଣ୍ଟକୁ ବଡ ଝଟକା

December 21, 2025

ଆରାବଳୀରେ କୌଣସି କୋହଳ ଦିଆଯାଇନି: ଭୂପିନ୍ଦର ସିଂହ

December 21, 2025

୨୦୩୬ ସୁଦ୍ଧା ପ୍ରତ୍ୟେକ ଜିଲ୍ଲାରେ ବିଶ୍ୱସ୍ତରୀୟ ରୋଗ ନିର୍ଣ୍ଣୟ ଏବଂ ପରୀକ୍ଷଣ କେନ୍ଦ୍ର ସ୍ଥାପନ ହେବ: ଉପମୁଖ୍ୟମନ୍ତ୍ରୀ

December 21, 2025

ରାମ ମନ୍ଦିର ସ୍ଥାନଟି ସର୍ବଦା ବାବ୍ରୀ ମସଜିଦ ଭାବରେ ଜଣାଯିବ: ବଦରୁଦ୍ଦିନଙ୍କ ବିବାଦୀୟ ବୟାନ

December 21, 2025
Latest News

‘ଟାଟା ପାୱାର ଓଡିଶା ଛାଡ’ ନାରା ନେଇ ସାରା ରାଜ୍ୟରେ ବିକ୍ଷୋଭ କରିବ ରାଜ୍ୟ କଂଗ୍ରେସ

December 21, 2025

ଭୁବନେଶ୍ବରରେ ପୁଣି ଗଣଦୁଷ୍କର୍ମ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ, କହିଲେ…

December 21, 2025

ଆମୋନିଆ-ୟୁରିଆ ସାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

December 21, 2025

ମହାରାଷ୍ଟ୍ର ପୌର ନିର୍ବାଚନରେ ​​ମହାୟୁତି ମେଣ୍ଟର ବିପୁଳ ବିଜୟ: କଂଗ୍ରେସ ମେଣ୍ଟକୁ ବଡ ଝଟକା

December 21, 2025

ତୃତୀୟ ଆଶେସ୍ ଟେଷ୍ଟ ପରେ ବହୁତ ବଦଳିଲା WTC ପଏଣ୍ଟ ଟେବୁଲ: ବିପଦପୂର୍ଣ୍ଣ ସ୍ଥିତିରେ ଟିମ୍ ଇଣ୍ଡିଆ

December 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.