ଆଜି ଶସ୍ୟ ଅବଶିଷ୍ଟାଂଶ ପୋଡ଼ିବାର ପରିଚାଳନା ପ୍ରସଙ୍ଗରେ ମନ୍ତ୍ରୀସ୍ତରୀୟ ଆନ୍ତଃମନ୍ତ୍ରଣାଳୟ ବୈଠକ ଅନୁଷ୍ଠିତ

Published: Oct 26, 2024, 9:31 pm IST

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଶସ୍ୟ ଅବଶିଷ୍ଟାଂଶ ଜାଳିବା ପରିଚାଳନା ସମସ୍ୟାର ସମାଧାନ ପାଇଁ ଆଜି ଏକ ଆନ୍ତଃ-ମନ୍ତ୍ରଣାଳୟ ବୈଠକ ଡକାଯାଇଛି। ଏହି ବୈଠକରେ ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶ ରାଜ୍ୟର କୃଷି ମନ୍ତ୍ରୀ, ଏନସିଟି ଦିଲ୍ଲୀର  ପରିବେଶ ଜଙ୍ଗଲ ଏବଂ ବନ୍ୟପ୍ରାଣୀ ମନ୍ତ୍ରୀ ଏବଂ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ଦିଲ୍ଲୀ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ କୃଷି ଓ କୃଷକ କଲ୍ୟାଣ ବିଭାଗ (ଡିଏଆଣ୍ଡଏଫଡବ୍ଲୁ), ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର), ପରିବେଶ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଦିଲ୍ଲୀ ଏବଂ ଏନସିଆରରେ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ଇତ୍ୟାଦିର ସଦସ୍ୟମାନେ ଯୋଗ ଦେଇଥିଲେ।

ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ ଏନସିଟି ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ଶସ୍ୟ ଅବଶିଷ୍ଟାଂଶ ପୋଡ଼ିବା ରୋକିବା ପାଇଁ ସେମାନଙ୍କ ଦ୍ୱାରା ନିଆଯାଉଥିବା ପଦକ୍ଷେପ ଏବଂ କୃଷକମାନଙ୍କୁ ଧାନ ଫସଲର ଅବଶିଷ୍ଟାଂଶକୁ ନପୋଡ଼ି ପରିଚାଳନା କରିବାରେ ସହାୟତା କରିବା ପାଇଁ କାର‌୍ୟ୍ୟକାରୀ କରାଯାଉଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଅବଗତ କରାଇଥିଲେ। ହରିୟାଣା ସରକାର କୃଷକମାନଙ୍କୁ ରାଜ୍ୟ ଦ୍ୱାରା ପ୍ରଦାନ କରାଯାଉଥିବା ପ୍ରୋତ୍ସାହନ ବିଷୟରେ ଅବଗତ କରାଇଥିଲେ ଯେଉଁଥିରେ ପାନିପତଠାରେ ୨ଜି ଇଥାନଲ ପ୍ଲାଣ୍ଟ ପାଇଁ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ଦ୍ୱାରା ଚିହ୍ନଟ ହୋଇଥିବା କ୍ଲଷ୍ଟରରେ ଫସଲ ଅବଶିଷ୍ଟ ଅଂଶ ପରିଚାଳନା ପାଇଁ ଏକର ପିଛା ୧୦୦୦/- ଟଙ୍କା ପ୍ରୋତ୍ସାହନ,  ଅତିରିକ୍ତ ଟପ୍ ଅପ୍ / ମେଟ୍ରିକ୍ ଟନ୍ ବ୍ୟତୀତ ଅତିରିକ୍ତ ଟପ୍ ଅପ୍ ଅନ୍ତର୍ଭୁକ୍ତ।   ଧାନ ନଡ଼ାର ସାଧାରଣ ନିର୍ଦ୍ଧାରିତ ଦର ୨୫୦୦ ଟଙ୍କା, ଧାନ ନଡ଼ା ର ବ୍ୟବହାର ପାଇଁ ଗୋଶାଳାକୁ ଏକର ପିଛା ସର୍ବାଧିକ ୫୦୦ ଟଙ୍କା ପରିବହନ ଶୁଳ୍କ, ଅନ୍ୟ ଫସଲରେ ଧାନର ବିବିଧତା ପାଇଁ ମେରା ପାଣି ମେରି ବିରାସତ (ଏମପିଏମଭି) କାର‌୍ୟ୍ୟକ୍ରମ ଅଧୀନରେ ଏକର ପିଛା ୭୦୦୦ ଟଙ୍କା ଅନୁଦାନ, ଧାନର ପ୍ରତ୍ୟକ୍ଷ ବିହନ (ଡିଏସଆର) ପାଇଁ ଏକର ପିଛା ୪୦୦୦ ଟଙ୍କା ପ୍ରୋତ୍ସାହନ ଘୋଷଣା ଅନ୍ତର୍ଭୁକ୍ତ।

ଗତ ବର୍ଷ ୨୦୨୩ ତୁଳନାରେ ଚଳିତ ବର୍ଷ ପଞ୍ଜାବରେ ୩୫%, ହରିୟାଣାରେ ୨୧% କମ୍ ଶସ୍ୟ ଅବଶିଷ୍ଟାଂଶ ପୋଡ଼ିବା କାର‌୍ୟ୍ୟ କରାଯାଇଛି। ଭବିଷ୍ୟତରେ ଯେଉଁ ସବୁ ହଟସ୍ପଟ୍ ଜିଲ୍ଲାରେ ଶସ୍ୟ ଅବଶିଷ୍ଟାଂଶକୁ ପୋଡ଼ିବାର ସମ୍ଭାବନା ରହିଛି, ସେହି ଜିଲ୍ଲାଗୁଡ଼ିକୁ ଚିହ୍ନଟ କରି ସମସ୍ତ ଆବଶ୍ୟକ ସମ୍ବଳ ନିୟୋଜିତ କରି ପରିସ୍ଥିତିର ରଣନୈତିକ ଯୋଜନା ଓ ମୁକାବିଲା କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି।

ଶସ୍ୟ ଅବଶିଷ୍ଟାଂଶ ପରିଚାଳନା ଉପରେ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଅଧୀନରେ ଭାରତ ସରକାର ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀର ଏନସିଟି ରାଜ୍ୟଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିସାରିଛନ୍ତି ।  ଚଳିତ ବର୍ଷ, ବର୍ତ୍ତମାନ ସୁଦ୍ଧା ମୋଟ ୬୦୦.୦୦ କୋଟି ଟଙ୍କା ଆବଣ୍ଟନ ମଧ୍ୟରୁ ୨୭୫.୦୦ କୋଟି ଟଙ୍କାର ପାଣ୍ଠି ରାଜ୍ୟମାନଙ୍କୁ ପ୍ରଦାନ କରାଯାଇଛି। ଏହି ଯୋଜନାରେ କୃଷକ, ସମବାୟ ସମିତି, କୃଷକ ଉତ୍ପାଦକ ସଂଗଠନ ଏବଂ ପଞ୍ଚାୟତଗୁଡ଼ିକୁ ଆର୍ଥିକ ସହାୟତା ମାଧ୍ୟମରେ ଇନ୍-ସିଟୁ ଏବଂ ଏକ୍ସ-ସିଟୁ ଫସଲ ଅବଶିଷ୍ଟ ପରିଚାଳନା ମେସିନ୍ ବ୍ୟବହାରକୁ ପ୍ରୋତ୍ସାହିତ କରାଯାଇଛି। ଏହି ଯୋଜନାରେ ବିଭିନ୍ନ ରାଜ୍ୟ ଏଜେନ୍ସି ଏବଂ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ଅଧୀନରେ ଥିବା ୩ଟି ଏଟିଏଆରଆଇ ଏବଂ ୬୦ ଟି କୃଷି ବିଜ୍ଞାନ କେନ୍ଦ୍ର (କେଭିକେ) ମାଧ୍ୟମରେ ଫସଲ ପରିଚାଳନା ଉପରେ ଜନସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି । ଜୈବ ବିଶୋଧନର ଉପକାରିତାକୁ ଦୃଷ୍ଟିରେ ରଖି ଏହି ଯୋଜନା ଅଧୀନରେ ବ୍ୟବସ୍ଥା କରାଯାଇଛି ଏବଂ କୃଷକମାନଙ୍କ କ୍ଷେତରେ ଏହି ଜ୍ଞାନକୌଶଳର ବ୍ୟାପକ ପ୍ରଦର୍ଶନ କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି।  ଧାନ ନଡ଼ାର ଦକ୍ଷ ଏକ୍ସ-ସିଟୁ ପରିଚାଳନା କୁ ସକ୍ଷମ କରିବା ଉଦ୍ଦେଶ୍ୟରେ ଧାନ ନଡ଼ା ଯୋଗାଣ ଶୃଙ୍ଖଳା ପାଇଁ ଟେକ୍ନୋ-ବାଣିଜ୍ୟିକ ପ୍ରକଳ୍ପ ସ୍ଥାପନ କରିବା ର ବ୍ୟବସ୍ଥା କରାଯାଇଛି ଜ୍ଝ ଧାନ ନଡ଼ା ବ୍ୟବହାର କରୁଥିବା ହିତାଧିକାରୀ/ ଏଗ୍ରିଗେଟର ଏବଂ ଶିଳ୍ପଗୁଡିକର ଆର୍ଥିକ ଅବଦାନରେ ନମନୀୟତା ସହିତ ଧାନ ନଡ଼ା ଯୋଗାଣ ଶୃଙ୍ଖଳା ପାଇଁ ବୈଷୟିକ ବାଣିଜ୍ୟିକ ପ୍ରକଳ୍ପ ସ୍ଥାପନ  କରିବାର ବ୍ୟବସ୍ଥା କରାଯାଇଛି। ସରକାର ୧.୫୦ କୋଟି ଟଙ୍କା ପର‌୍ୟ୍ୟନ୍ତ ମୂଲ୍ୟର ଯନ୍ତ୍ରପାତିର ପୁଞ୍ଜି ଖର୍ଚ୍ଚ ଉପରେ ୬୫% ହାରରେ ଆର୍ଥିକ ସହାୟତା ପ୍ରଦାନ କରନ୍ତି ଏବଂ ଏହି ହସ୍ତକ୍ଷେପ ର ଉଦ୍ଦେଶ୍ୟ ବାୟୋମାସ୍ ଶକ୍ତି ଉତ୍ପାଦନ ଏବଂ ଜୈବ ଇନ୍ଧନ କ୍ଷେତ୍ରରେ ବିଭିନ୍ନ ଶେଷ ଉପଭୋକ୍ତା ଉଦ୍ୟୋଗପାଇଁ ଧାନ ନଡ଼ାର ଏକ ସୁଦୃଢ଼ ଯୋଗାଣ ଶୃଙ୍ଖଳା ପ୍ରତିଷ୍ଠା କରିବା ।

ଆଗାମୀ ଋତୁରେ ଧାନ ନଡ଼ା ପୋଡ଼ିବାର ପ୍ରଭାବଶାଳୀ ନିୟନ୍ତ୍ରଣ ପାଇଁ ରାଜ୍ୟଗୁଡ଼ିକ ମାଇକ୍ରୋ ସ୍ତରରେ ଏକ ବ୍ୟାପକ କାର‌୍ୟ୍ୟ ଯୋଜନା ପ୍ରସ୍ତୁତ କରିସାରିଛନ୍ତି ଏବଂ ଏହି ଯୋଜନାଗୁଡ଼ିକର ପ୍ରଭାବଶାଳୀ କାର‌୍ୟ୍ୟକାରିତା ସୁନିଶ୍ଚିତ କରିବାର ସମୟ ଆସିଛି। ବର୍ତ୍ତମାନ ସୁଦ୍ଧା ଯୋଗାଇ ଦିଆଯାଇଥିବା ୩.୦୦ ଲକ୍ଷରୁ ଅଧିକ ମେସିନର ପ୍ରଭାବଶାଳୀ ଉପଯୋଗ ସୁନିଶ୍ଚିତ କରିବା ପାଇଁ ରାଜ୍ୟସ୍ତରରେ ଏକ ଉପଯୁକ୍ତ ବ୍ୟବସ୍ଥା ହେବା ଜରୁରୀ। ସିଆରଏମ ମେସିନ୍ ସହ ବାୟୋ-ଡିପ୍ଲୋମିଟରରର ବ୍ୟାପକ ବ୍ୟବହାର ମଧ୍ୟ ଫଳପ୍ରଦ ଭାବରେ ନଡ଼ାର ବିଶୋଧନକୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ। ଇଲେକ୍ଟ୍ରୋନିକ୍ / ପ୍ରିଣ୍ଟ ମିଡିଆ, ସୋସିଆଲ ମିଡିଆ ତଥା କିଷାନ ମେଳା ମାଧ୍ୟମରେ କୃଷକମାନଙ୍କୁ ବ୍ୟାପକ ସଚେତନତା ପାଇଁ ଆଇଇସି କାର‌୍ୟ୍ୟକଳାପ, ପ୍ରକାଶନ, ସେମିନାର, ଏହି କ୍ଷେତ୍ରରେ ସମସ୍ତ ଅଂଶୀଦାରଙ୍କ ସମ୍ପୃକ୍ତି ସହିତ ପରାମର୍ଶ ଗ୍ରହଣ କରାଯିବା ଉଚିତ ।  କ୍ଷୁଦ୍ର ଜମି ଧାରଣ ଥିବା କୃଷକମାନଙ୍କୁ ଏହି ପଦକ୍ଷେପ ନେବାକୁ ଉତ୍ସାହିତ କରାଯାଇପାରିବ। କଷ୍ଟମ୍ ହାୟରିଂ ସେଣ୍ଟର ଏବଂ ରାଜ୍ୟଗୁଡ଼ିକର ଲାଭ ଏହି କୃଷକମାନଙ୍କୁ ବଜାର ଦରଠାରୁ କମ୍ ଦରରେ ଭଡ଼ା ଭିତ୍ତିରେ ମେସିନ୍ ମିଳିବା ସୁନିଶ୍ଚିତ କରିବା ଉଚିତ୍ । ଫସଲ ବିବିଧତା କାର‌୍ୟ୍ୟକ୍ରମ ଅଧୀନରେ ଅଧିକ କ୍ଷେତ୍ରକୁ ଅଣାଯାଇପାରିବ ଏବଂ ଧାନ ଫସଲ ବଦଳରେ ବିକଳ୍ପ ଫସଲ ଗ୍ରହଣ କରାଯାଇପାରିବ । ଧାନ ନଡ଼ା, ଆଖୁ ବର୍ଜ୍ୟ, ଶିଳ୍ପ ବର୍ଜ୍ୟବସ୍ତୁ ଇତ୍ୟାଦି ଯେକୌଣସି ବର୍ଜ୍ୟବସ୍ତୁ ଜଳିବା ଦ୍ୱାରା ଭାରତରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଛି ଏବଂ ବିଶେଷ କରି ଦିଲ୍ଲୀରେ ଏହି ସମସ୍ୟା ତୀବ୍ର ହେବା ଫଳରେ ମାନବ ସ୍ୱାସ୍ଥ୍ୟ ଖରାପ ହେଉଛି। ତେଣୁ ରାଜ୍ୟସ୍ତରରେ ମିଶନ ମୋଡରେ ମିଳିତ ପ୍ରୟାସ ଗ୍ରହଣ କରାଯାଇ ଚାଷ ଜମିରେ ହିଁ ଧାନ ନଡ଼ାର ଉପଯୋଗ କରାଯାଇପାରିବ। ପୂର୍ବରୁ ଅନୁରୋଧ କରାଯାଇଥିବା ଉପରୋକ୍ତ ଢାଞ୍ଚାରେ ଥିବା ସମସ୍ତ କାର‌୍ୟ୍ୟକୁ ଯଦି ରାଜ୍ୟସ୍ତରରେ ସାମଗ୍ରିକ ଢଙ୍ଗରେ ଗ୍ରହଣ କରାଯାଏ, ତେବେ ଫସଲ ଅବଶିଷ୍ଟାଂଶକୁ ପୋଡ଼ିବା କୁ ପ୍ରଭାବଶାଳୀ ଭାବେ ନିୟନ୍ତ୍ରଣ କରାଯାଇପାରିବ।

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ତଥା କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଧାନ ଫସଲ ଅବଶିଷ୍ଟାଂଶ ପୋଡ଼ିବା ଘଟଣାକୁ ହ୍ରାସ କରିବା ଦିଗରେ ରାଜ୍ୟ ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିବା ସହ ମିଶନ ଜିରୋ ପୋଡ଼ିବା ଦିଗରେ କାର‌୍ୟ୍ୟ କରିବାକୁ ପରାମର୍ଶ ଦେଇଛନ୍ତି।

Related posts