ସିରିଜ୍ ବୋମାମାଡ ସହ ଯୁବକଙ୍କୁ ଆକ୍ରମଣ

Published: Oct 27, 2024, 12:29 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅଞ୍ଚଳରେ ଚୋରି, ରାହାଜାନୀ, ଲୁଟ୍ ଓ ଆକ୍ରମଣ ଘଟଣାରେ ଅଞ୍ଚଳ ବାସିନ୍ଦା ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ତଥାପି ଅପରାଧୀ ଯୁବକମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଭଳି ବୁଲେଟ୍ ମୋଟରସାଇକେଲ ଓ ଚାରି ଚକିଆ ଯାନରେ ଆସି ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ବୋମାମାଡ ଓ ଶତୃଘ୍ନ ସେଠୀ ନାମରେ ଜଣେ ଯୁବକକୁ ଆକ୍ରମଣ କରିଥିବା ବେଳେ ଦିଗପହଣ୍ଡି ଉପକଣ୍ଠ ପଦ୍ମନାଭ ପୁର ରାସ୍ତାରେ ବୋମାମାଡ କରିଥିଲେ। ଉକ୍ତ ବୋମାମାଡରେ ସୁନୀଲ କୁମାର ନାୟକ ନାମକ ଜଣେ ଯୁବକ ଆହତ ହୋଇ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ଉକ୍ତ ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ବ୍ୟାଗ୍, ଫୁଟିଥିବା ବୋମାର ସୁତୁଲି ଇତ୍ୟାଦି କିଛି ଜିନିଷ ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Related posts