
ନୂଆଦିଲ୍ଲୀ: ତିରୁପତିସ୍ଥିତ ଇସ୍କନ୍ ମନ୍ଦିରକୁ ବୋମା ଧମକ ମିଳିଛି। ରବିବାର ଦିନ ଇମେଲ ମାଧ୍ୟମରେ ଏହି ଧମକ ମିଳିଛି। ମନ୍ଦିର ପ୍ରଶାସନ ପୋଲିସ ନିକଟରେ ଅଭିଯୋଗ କରିଛି। ଅଭିଯୋଗରେ ଦର୍ଶାଯାଇଛି ଯେ, ଆଇଏସଆଇଏସ ଆତଙ୍କବାଦୀମାନେ ମନ୍ଦିରକୁ ଉଡ଼ାଇ ଦେବାକୁ ଧମକ ମିଳିଛି।
ସୂଚନା ପାଇବା ମାତ୍ରେ ତିରୁପତି ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମନ୍ଦିରରେ ତଲାସୀ ନେଇଛି। ବିସ୍ଫୋରକ ସାମଗ୍ରୀର ତଦନ୍ତ ପାଇଁ ସ୍ଥାନୀୟ ପୋଲିସ ବୋମା ନିଷ୍କାସନ ସ୍କ୍ବାଡ଼ ଏବଂ କୁକୁର ସ୍କ୍ବାଡ଼କୁ ମଧ୍ୟ ଡାକିଛି। ତେବେ ମନ୍ଦିର ପରିସରରୁ କୌଣସି ବିସ୍ଫୋରକ କିମ୍ବା ଅନ୍ୟ କୌଣସି ଆପତ୍ତିଜନକ ଜିନିଷ ମିଳିନାହିଁ।