Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଧାର୍ଯ୍ୟ ସମୟ ପୂର୍ବରୁ ଗଡ଼ିଲା ରଥ : ବଡ଼ଦାଣ୍ଡେ ଚାଲିଛି ତିନି ରଥ 
ଆଜିର ଖବର

ନିଧାର୍ଯ୍ୟ ସମୟ ପୂର୍ବରୁ ଗଡ଼ିଲା ରଥ : ବଡ଼ଦାଣ୍ଡେ ଚାଲିଛି ତିନି ରଥ 

July 4, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଥରେ ବସି ଶ୍ରୀଗୁଣ୍ଡିଚା ଅଭିମୁଖେ ଯାତ୍ରା ଆରମ୍ଭ କଲେ ଶ୍ରୀଜୀଉ। ଏଠାରେ ରଥଟଣା ଆରମ୍ଭ ହୋଇଯାଇଛି। ଅପରାହ୍ଣ ୪ଟାରେ ରଥଟଣା ହେବା ବୋଲି ପୂର୍ବରୁ ଧାର୍ଯ୍ୟ ହୋଇଥିବା ବେଳେ ଅପରାହ୍ଣ ୨ଟା ୧୫ରେ ରଥଟଣା ଆରମ୍ଭ ହୋଇଗଲା। ନୀତି ଅନୁଯାୟୀ ପ୍ରଥମେ ଶ୍ରୀବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଛି। ରଥଯାତ୍ରା ପାଇଁ ଆଜି ସମସ୍ତ ନୀତିକାନ୍ତି ଶୃଙ୍ଖଳାର ସହିତ ସମାପ୍ତ ହେବା ପରେ ରଥ ଟଣା ଆରମ୍ଭ ହୋଇଥିଲା। ସକାଳେ ସମସ୍ତ ରୀତିନୀତି ଶେଷ ହେବା ପରେ ପହଣ୍ଡି ଆରମ୍ଭ କରାଯାଇଥିଲା। ପହଣ୍ଡି ବି ଖୁବ୍ ଆଗୁଆ କରାଯାଇଥିଲା। ସକାଳ ସାଢ଼େ ୯ଟାରେ ପହଣ୍ଡି ହେବାକୁ ଥିବା ବେଳେ ଏହା ଯଥେଷ୍ଟ ପୂର୍ବରୁ ଆରମ୍ଭ ହୋଇଯାଇଥିଲା। ଚତୁର୍ଦ୍ଧା ମୂର୍ତ୍ତି ରଥାରୁଢ଼ ହେବା ପରେ ବାକି ନୀତିକାନ୍ତି ଶେଷ ହେବା ପରେ ପରମ୍ପରା ଅନୁଯାୟୀ ଆଦିଗୁରୁ ଶଙ୍କରାଚାର୍ଯ୍ୟ ବଡ଼ଦାଣ୍ଡରେ ପହଞ୍ଚିଥିଲେ। ସେ ରଥରେ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ। ଏହା ପରେ ଗଜପତି ମହାରାଜ ଛେରା ପହଁରା କରିଥିଲେ। ଏହା ପରେ ରଥ ଟଣା ଆରମ୍ଭ ହୋଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ଶିଖ ପ୍ରତିନିଧିମଣ୍ଡଳର ବିଶିଷ୍ଟ ଏବଂ ସଫଳ ସଦସ୍ୟମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 19, 2025

କୃଷି ଯନ୍ତ୍ରପାତି ପାଇଁ ଜିଏସଟି ସଂସ୍କାର ଉପରେ ଗୁରୁତ୍ୱପୂର୍ଣ୍ଣ ବୈଠକ

September 19, 2025

ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ

September 19, 2025

ଏସସି ଏସ୍‍ଟି ବିଭାଗ ବିଦ୍ୟାଳୟରେ କେତେ ପିଲା ପଢୁଛନ୍ତି? ପ୍ରଶ୍ନ କଲେ ଟଙ୍କଧର, ଉତ୍ତର ରଖିଲେ ମନ୍ତ୍ରୀ

September 19, 2025
Latest News

ଶିଖ ପ୍ରତିନିଧିମଣ୍ଡଳର ବିଶିଷ୍ଟ ଏବଂ ସଫଳ ସଦସ୍ୟମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 19, 2025

କୃଷି ଯନ୍ତ୍ରପାତି ପାଇଁ ଜିଏସଟି ସଂସ୍କାର ଉପରେ ଗୁରୁତ୍ୱପୂର୍ଣ୍ଣ ବୈଠକ

September 19, 2025

ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ

September 19, 2025

ଏସସି ଏସ୍‍ଟି ବିଭାଗ ବିଦ୍ୟାଳୟରେ କେତେ ପିଲା ପଢୁଛନ୍ତି? ପ୍ରଶ୍ନ କଲେ ଟଙ୍କଧର, ଉତ୍ତର ରଖିଲେ ମନ୍ତ୍ରୀ

September 19, 2025

କ୍ରୀଡା କୋଟାରେ ରାଜ୍ୟରୁ ନିଯୁକ୍ତି ପାଇଛନ୍ତି ୧୯୨ ଜଣ ଖେଳାଳୀ, ଉତ୍ତର ରଖିଲେ ମନ୍ତ୍ରୀ

September 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.