କଂଗ୍ରେସ ମହାସଚିବ ହରିଶ୍ ରାଓ୍ବତ ଗୁରବାର ଦିନ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଲୋକସଭା ନିର୍ବାଚନରେ କଂଗ୍ରେସ ଦଳର ବିଫଳତା ଏବଂ ସାଙ୍ଗଠନିକ ବିପର୍ଯ୍ୟୟ ପାଇଁ ଆମେ ପଦାଧିକାରୀଗଣ ଉତ୍ତରଦାୟୀ ବୋଲି ଟୁଇଟ୍ କରିଛନ୍ତି ହରିଶ୍ । ଏହାପୂର୍ବରୁ ଅଖିଳ ଭାରତୀୟ କଂଗ୍ରେସ କମିଟିର ମହାସଚିବ ଓ ମଧ୍ୟପ୍ରଦେଶ ପ୍ରଭାରୀ ଦୀପକ ବାବାରିଆ ମଧ୍ୟ ଇସ୍ତଫା ଦେଇଛନ୍ତି । ଆସାମରେ ଦଳର ବିପର୍ଯ୍ୟୟ ପାଇଁ ପ୍ରଭାରୀ ରୂପେ ନିଜକୁ ଦାୟୀ କରିବା ସହିତ ନିଜ ଭୁଲ୍କୁ ସ୍ବୀକାର କରି ମହାସଚିବ ପଦରୁ ଇସ୍ତଫା ଦେଇଛନ୍ତି ହରିଶ୍ । ରାହୁଲଙ୍କ ଗାନ୍ଧିଙ୍କ ନେତୃତ୍ବ ଉପରେ ବିଶ୍ବାସ ପ୍ରକଟ କରି ହରିଶ୍ କହିଛନ୍ତି ଯେ, ପ୍ରେରଣା ଦେବାର କ୍ଷମତା କେବଳ ରାହୁଲ୍ ଗାନ୍ଧିଙ୍କ ପାଖରେ ରହିଛି । ତାଙ୍କ ହାତରେ କ୍ଷମତା କେନ୍ଦ୍ର ରହିଲେ ୨୦୨୨ ହେବାକୁ ଥିବା କେତେକ ରାଜ୍ୟର ବିଧାନସଭାରେସ୍ଥିତି ବଦଳିପାରିବ ବୋଲି କହିଛନ୍ତି ହରିଶ୍ । ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ୍ କହିଛନ୍ତି ଯେ, ଏହି ସମୟରେ ଲୋକତାନ୍ତ୍ରିକ ଶକ୍ତି ଓ କଂଗ୍ରେସର ନେତାମାନେ ରାହୁଲ୍ଙ୍କୁ ଅଧ୍ୟକ୍ଷ ରୂପେ ଦେଖିବାକୁ ଚାହୁଁଛନ୍ତି ।’ ବୁଧବାର କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ କଂଗ୍ରେସର ଅଧ୍ୟକ୍ଷ କିଏ ହେବ ସେନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।