ସମୀକ୍ଷା ବ୍ୟୁରୋ
ଆଜି ପବିତ୍ର ରଥ ଯାତ୍ରା ବେଳେ ଯାଜପୁର ଜିଲ୍ଲାର କାଳିଆପାଣି ଥାନା ଅଧିନସ୍ଥ ଟାଟା ମାଇନସ କଲୋନିରେ ଘଟିଛି ଅଘଟଣ। ରଥଟଣା ବେଳେ ଲୁହା ନିର୍ମିତ ରଥଟି ଉପରେ ଥିବା ବିଦ୍ୟୁତ ତାର ସ୍ପର୍ଶରେ ଆସିଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସାତ ଜଣ ଆହତ ହୋଇଛନ୍ତି। ମୃତକ ଦୁଇଜଣଙ୍କର ନାମ ହେଲା ସୁଚିତ୍ରା ଲେଙ୍କା ଏବଂ ଭରତ ରାୟ। ଉଭୟ ଟାଟା ମାଇନସର ଠିକା କର୍ମଚାରୀ। ଆହତମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ 3 ଜଣ ଗୁରୁତର ହୋଇପଡିବାରୁ କଟକ ସ୍ଥାନାନ୍ତରିତ କରାଯାଇଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଉପରେ ବିଦ୍ୟୁତ ତାର ଥିବା ବେଳେ ଲାଇନ ନ କାଟି କିପରି ରଥ ଟଣାଯାଉଥିଲା ସେ ନେଇ ପ୍ରଶ୍ନ ଉଠିଛି।
Tags: