Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥର ସତର୍କତା ସପ୍ତାହ: ଉପଭୋକ୍ତା ଓ ଭାଗିଦାରୀ ମାନଙ୍କ ବୈଠକ
ଆଜିର ଖବର

ପୂର୍ବତଟ ରେଳପଥର ସତର୍କତା ସପ୍ତାହ: ଉପଭୋକ୍ତା ଓ ଭାଗିଦାରୀ ମାନଙ୍କ ବୈଠକ

October 31, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପୂର୍ବତଟ ରେଳପଥ ଏହାର ସମସ୍ତ ଭାଗିଦାରୀ, ହିତାଧିକାରୀ ଏବଂ ଯୋଗାଣକାରୀଙ୍କ ସହିତ ଏକ କଥୋପକଥନ ଅଧିବେଶନ ଆୟୋଜନ କରିଛି ଯାହାଦ୍ୱାରା ଗ୍ରାହକ ମାନଙ୍କ ସହିତ ଉତ୍ତମ ସମ୍ପର୍କ ଆଣିବା ସହ ଉଭୟ ରେଳବାଇ ଏବଂ ଶିଳ୍ପର ପ୍ରଗତିରେ ତଥା ଅଭିବୃଦ୍ଧିରେ ସାହାଯ୍ୟ କରିବା ସହିତ ସେମାନଙ୍କର ମତାମତ, ଅଭିଯୋଗର ସମାଧାନ ଇତ୍ୟାଦି ସମ୍ବନ୍ଧରେ ଆଲୋକପାତ କରାଯାଇଥିଲା ଯାହାକି ଉଭୟ ରେଳବାଇ ଓ ଶିଳ୍ପ ସଂସ୍ଥା ମାନଙ୍କ ସହିତ ସ୍ୱଚ୍ଛତା ମାଧ୍ୟମରେ କାର୍ଯ୍ୟ ସମ୍ପାଦନ ହୋଇ ପାରିବ।

ରେଳପଥର ବରିଷ୍ଠ ଉପ ମହାପ୍ରବନ୍ଧକ ତଥା ମୁଖ୍ୟ ସତର୍କତା ଅଧିକାରୀ ବିଜୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଅଧିବେଶନରେ ହିତାଧିକାରୀଙ୍କ ସହ ହୋଇଥିବା ସମସ୍ତ କାରବାରରେ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ଅଂଶଗ୍ରହଣକାରୀମାନେ ଅଭିଯୋଗର ଫଳପ୍ରଦ ସମାଧାନ ଏବଂ ସାମଗ୍ରୀ ଏବଂ ସେବା କ୍ରୟରେ ତଥା ଚୁକ୍ତିନାମା ବୁଝାମଣାରେ ନ୍ୟାୟପୂର୍ଣ୍ଣ ଅଭ୍ୟାସ ସୁନିଶ୍ଚିତ କରିବା ପାଇଁ ରଣନୀତି ଉପରେ ଆଲୋଚନା କରାଯାଇଥିଲା।

ରେଳବାଇର କାରବାର କରିବା ସମୟରେ ବିଶ୍ୱାସ ସୃଷ୍ଟି କରିବା ସହ ରେଳବାଇ ଏବଂ ଏହାର ହିତାଧିକାରୀଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ସ୍ୱଚ୍ଛତା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ମିଶ୍ର କହିଥିଲେ। ଏହି ବୈଠକ ଖୋଲା ସଂଳାପ ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିଥିଲା ଯାହା ପୂର୍ବତଟ ରେଳପଥର ସହଭାଗୀମାନଙ୍କର ଆବଶ୍ୟକତାକୁ ଭଲ ଭାବରେ ବୁଝାମଣା ଓ ସେବା ପ୍ରଦାନରେ ଉନ୍ନତି ଆଣିବା ପାଇଁ ସହାୟକ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଇସ୍ପାତ କାରଖାନା, ବନ୍ଦର ଏବଂ ବ୍ୟାଙ୍କିଙ୍ଗ୍ ଭଳି ଶିଳ୍ପ ସଂସ୍ଥା ମାନଙ୍କ ସହିତ କଣ୍ଟ୍ରାକ୍ଟର ଏବଂ ଯୋଗାଣକାରୀ ଏବଂ ବିଭିନ୍ନ ହିତାଧିକାରୀ ମାନେ ସକ୍ରିୟ ଅଂଶଗ୍ରହଣ ରିଥିଲେ। ରେଳବାଇର କାର୍ଯ୍ୟକ୍ଷମତା ବୃଦ୍ଧି ଏବଂ ପାରସ୍ପରିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଉପସ୍ଥିତ ସଂସ୍ଥା ମାନଙ୍କର ପ୍ରତିନିଧି ମାନେ ସେମାନଙ୍କର ମୂଲ୍ୟବାନ ପରାମର୍ଶ ଦେଇଥିଲେ।

ପୂର୍ବତଟ ରେଳପଥ ଏହାର ସମସ୍ତ କାରବାରରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱର ନୀତିକୁ ସମର୍ଥନ କରିବାକୁ ସର୍ବଦା ପ୍ରତିବଦ୍ଧ ରହିଥାଏ ଏବଂ ଏହାର ଅଂଶୀଦାରମାନଙ୍କ ସହ ସହଯୋଗ ପାଇଁ ଏକ ଦୃଷ୍ଟାନ୍ତମୂଳକ ଉଦାହରଣ ସୁନିଶ୍ଚିତ କରିଥାଏ।

ପୂର୍ବତଟ ରେଳପଥ ସତର୍କତା ସପ୍ତାହ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫେବୃୟାରୀ ୨୨ ତାରିଖ ରବିବାରରେ ଏହି ରାଶି ଉପରେ ଶନିଦେବ ଅଛନ୍ତି ଖୁସି

February 22, 2026

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026
Latest News

ଆଜି ଫେବୃୟାରୀ ୨୨ ତାରିଖ ରବିବାରରେ ଏହି ରାଶି ଉପରେ ଶନିଦେବ ଅଛନ୍ତି ଖୁସି

February 22, 2026

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.