Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»IPL 2025: ସବୁଠାରୁ ମହଙ୍ଗା ଖେଳାଳି ହେଲେ ହେନ୍ରିକ କ୍ଲାସେନ୍, ଜାଣନ୍ତୁ ୧୦ ମହଙ୍ଗା ଖେଳାଳି
ଆଜିର ଖବର

IPL 2025: ସବୁଠାରୁ ମହଙ୍ଗା ଖେଳାଳି ହେଲେ ହେନ୍ରିକ କ୍ଲାସେନ୍, ଜାଣନ୍ତୁ ୧୦ ମହଙ୍ଗା ଖେଳାଳି

November 1, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୨୦୨୫ ଆଇପିଏଲ୍ ପୂର୍ବରୁ, ସମସ୍ତ ଦଳ ସଂରକ୍ଷିତ ଖେଳାଳିଙ୍କ ତାଲିକା ପ୍ରକାଶ କରିଛନ୍ତି। କିଛି ସଂରକ୍ଷିତ ଖେଳାଳିଙ୍କ ଉପରେ ବହୁ ଅର୍ଥ ଲଗାଯାଇଛି, ଯେଉଁଥିରେ ଦକ୍ଷିଣ ଆଫ୍ରିକାର ତାରକା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ହେନ୍ରିକ କ୍ଲାସେନ୍ ଶୀର୍ଷରେ ରହିଛନ୍ତି। ୨୩ କୋଟି ଟଙ୍କା ମୂଲ୍ୟରେ ହାଇଦ୍ରାବାଦ ଦ୍ୱାରା କ୍ଲାସେନ୍ ଙ୍କୁ ସଂରକ୍ଷିତ ରଖାଯାଇଛି। ତେବେ ଆସନ୍ତୁ ଜାଣିବା କେଉଁ ଖେଳାଳିମାନେ ସର୍ବାଧିକ ମୂଲ୍ୟରେ ରହିଛନ୍ତି।

୦୧- ହେନ୍ରିକ କ୍ଲାସେନ୍ (ସନରାଇଜର୍ସ ହାଇଦ୍ରାବାଦ):

ଆଇପିଏଲ୍ ୨୦୨୫ ପୂର୍ବରୁ ସଂରକ୍ଷିତ ଥିବା ଖେଳାଳି ତାଲିକାରେ ଦକ୍ଷିଣ ଆଫ୍ରିକାର ହେନ୍ରିକ କ୍ଲାସେନ୍ ଶୀର୍ଷରେ ରହିଛନ୍ତି। ୨୩ କୋଟି ଟଙ୍କା ମୂଲ୍ୟରେ ସନରାଇଜର୍ସ ହାଇଦ୍ରାବାଦ କ୍ଲାସେନକୁ ବଜାୟ ରଖିଛି।

୦୨- ବିରାଟ କୋହଲି (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର):

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିରାଟ କୋହଲିଙ୍କୁ ୨୧ କୋଟି ଟଙ୍କା ମୂଲ୍ୟରେ ରଖିଛି। କୋହଲି ହେଉଛନ୍ତି ଭାରତୀୟ ଖେଳାଳି ଯିଏକି ସର୍ବାଧିକ ମୂଲ୍ୟରେ ରହିଛନ୍ତି।

୦୩- ନିକୋଲାସ୍ ପୁରନ୍ (ଲକ୍ଷ୍ନୌ ସୁପର ଜିଆଣ୍ଟସ୍):

ଲକ୍ଷ୍ନୌ ସୁପର ଜଏଣ୍ଟସ୍ ୱେଷ୍ଟଇଣ୍ଡିଜ୍ ର ନିକୋଲାସ୍ ପୁରାନଙ୍କ ଉପରେ ଟଙ୍କା ବର୍ଷା କରିଛି। କାରିବିଆନ୍ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ୨୧ କୋଟି ଟଙ୍କାରେ ଦଳରେ ରହିଛନ୍ତି।

୦୪- ରୁତୁରାଜ ଗାଇକ୍ଵାଡ (ଚେନ୍ନାଇ ସୁପର କିଙ୍ଗ୍ସ):

ଆଇପିଏଲ୍ ୨୦୨୪ ରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଥିବା ଭାରତୀୟ ଓପନର୍ ରୁତୁରାଜ ଗାଇକ୍ଵାଡଙ୍କୁ ୧୮ କୋଟି ଟଙ୍କା ମୂଲ୍ୟରେ ଫ୍ରାଞ୍ଚାଇଜି ରଖିଛି।

୦୫- ରବିନ୍ଦ୍ର ଜାଡେଜା (ଚେନ୍ନାଇ ସୁପର କିଙ୍ଗସ୍):

ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଥିବା ଭାରତୀୟ ଦଳର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ୧୮ କୋଟି ଟଙ୍କାରେ ଫ୍ରାଞ୍ଚାଇଜ୍ ବଜାୟ ରଖିଛି।

୦୬- ଜସପ୍ରୀତ ବୁମ୍ରା (ମୁମ୍ବାଇ ଇଣ୍ଡିଆନ୍ସ):

ଭାରତୀୟ କ୍ରିକେଟ୍ ଦଳର ସୁପରଷ୍ଟାର ଫାଷ୍ଟ ବୋଲର ଜସପ୍ରୀତ ବୁମ୍ରାଙ୍କୁ ୧୮ କୋଟି ଟଙ୍କାରେ ରଖିବାକୁ ମୁମ୍ବାଇ ଇଣ୍ଡିଆନ୍ସ ନିଷ୍ପତ୍ତି ନେଇଛି।

୦୭- ସଞ୍ଜୁ ସାମସନ୍ (ରାଜସ୍ଥାନ ରୟାଲ୍ସ):

ଭାରତୀୟ କ୍ରିକେଟ୍ ଦଳର ତାରକା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍ ଙ୍କୁ ରାଜସ୍ଥାନ ରୟାଲ୍ସ ୧୮ କୋଟି ଟଙ୍କା ମୂଲ୍ୟରେ ରଖିଛି।

୦୮- ଯଶସ୍ୱୀ ଜୟସ୍ଵାଲ (ରାଜସ୍ଥାନ ରୟାଲ୍ସ):

ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ଭାରତର ତାରକା ଓପନର୍ ଯଶସ୍ୱୀ ଜୟସ୍ଵାଲଙ୍କୁ ୨୦୨୫ ଆଇପିଏଲ ପୂର୍ବରୁ ୧୮ କୋଟି ଟଙ୍କା ଦେଇ ରଖାଯାଇଛି।

୦୯- ପ୍ୟାଟ୍ କମିନ୍ସ (ସନରାଇଜର୍ସ ହାଇଦ୍ରାବାଦ):

ଗତ ସିଜନରେ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଥିବା ଅଷ୍ଟ୍ରେଲିଆର ଧଳା ବଲ୍ ଅଧିନାୟକ ପ୍ୟାଟ୍ କମିନ୍ସ ୧୮ କୋଟି ଟଙ୍କା ମୂଲ୍ୟରେ ରଖାଯାଇଛି। ଗତ ସଂସ୍କରଣରେ ଅର୍ଥାତ୍ ଆଇପିଏଲ୍ ୨୦୨୪ରେ କମିନ୍ସ ହାଇଦ୍ରାବାଦ ଦ୍ଵାରା ୨୦.୫ କୋଟି ଟଙ୍କାରେ କିଣାଯାଇଥିଲେ।

୧୦- ରସିଦ ଖାନ (ଗୁଜୁରାଟ ଟାଇଟାନ୍ସ):

ଆଫଗାନିସ୍ତାନର ଷ୍ଟାର ସ୍ପିନର ରସିଦ ଖାନଙ୍କୁ ୧୮ କୋଟି ଟଙ୍କା ମୂଲ୍ୟ ଦେଇ ଗୁଜରାଟ ଟାଇଟାନ୍ସ ରଖିଛି।

Heinrich Klaasen INDIAN PREMIER LEAGUE IPL 2025 IPL 2025 Retention Rohit Sharma Virat Kohli
Share. Facebook Twitter LinkedIn Email WhatsApp Copy Link

Related Posts

ଦେଶକୁ ଦୁଇଥର ବିଭାଜିତ କରିଥିଲେ ନେହେରୁ: କଂଗ୍ରେସ ଉପରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଆକ୍ରମଣ

August 19, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବି ସୁଦର୍ଶନ ରେଡ୍ଡୀ ହେବେ ବିରୋଧୀ ଦଳର ପ୍ରାର୍ଥୀ

August 19, 2025

ବିମାନ ଉଡ଼ାଣ ପୂର୍ବରୁ ବେଙ୍ଗାଲୁରୁ ବିମାନବନ୍ଦରରେ ଚେତାଶୂନ୍ୟ ହେଲେ ପାଇଲଟ୍

August 19, 2025

ଲଣ୍ଡନରେ ପାକିସ୍ତାନୀମାନଙ୍କୁ କଡ଼ା ଜବାବ: ‘ହିନ୍ଦୁସ୍ତାନ ଜିନ୍ଦାବାଦ’ ର ସ୍ଲୋଗାନ ଦେଲେ ମୁସଲିମ ଝିଅ

August 19, 2025
Latest News

ଦେଶକୁ ଦୁଇଥର ବିଭାଜିତ କରିଥିଲେ ନେହେରୁ: କଂଗ୍ରେସ ଉପରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଆକ୍ରମଣ

August 19, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବି ସୁଦର୍ଶନ ରେଡ୍ଡୀ ହେବେ ବିରୋଧୀ ଦଳର ପ୍ରାର୍ଥୀ

August 19, 2025

ବିମାନ ଉଡ଼ାଣ ପୂର୍ବରୁ ବେଙ୍ଗାଲୁରୁ ବିମାନବନ୍ଦରରେ ଚେତାଶୂନ୍ୟ ହେଲେ ପାଇଲଟ୍

August 19, 2025

ଲଣ୍ଡନରେ ପାକିସ୍ତାନୀମାନଙ୍କୁ କଡ଼ା ଜବାବ: ‘ହିନ୍ଦୁସ୍ତାନ ଜିନ୍ଦାବାଦ’ ର ସ୍ଲୋଗାନ ଦେଲେ ମୁସଲିମ ଝିଅ

August 19, 2025

ଜାରି ରହିବ ରୁଷରୁ ତେଲ କିଣିବା: ଟ୍ରମ୍ଫଙ୍କ ଶୁଳ୍କ ଧମକ ମଧ୍ୟରେ ଇଣ୍ଡିଆନ୍ ଅଏଲ୍ ର ନିଷ୍ପତ୍ତି

August 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.