Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୟୁକ୍ରେନ-ରୁଷ ଯୁଦ୍ଧ: ୪୦ ଉତ୍ତର କୋରିଆ ସୈନିକ ନିହତ
ଆଜିର ଖବର

ୟୁକ୍ରେନ-ରୁଷ ଯୁଦ୍ଧ: ୪୦ ଉତ୍ତର କୋରିଆ ସୈନିକ ନିହତ

November 2, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଦି ସନ୍ ଟିଭି ଅନୁଯାୟୀ, ୟୁକ୍ରେନ ସେନା ଦ୍ୱାରା ରୁଷରେ ଅବସ୍ଥାପିତ ୪୦ ଜଣ ଉତ୍ତର କୋରିଆ ସୈନିକ ନିହତ ହୋଇଛନ୍ତି। ଏହି ସୈନିକମାନେ ୟୁକ୍ରେନର କୁର୍ସ୍କ ଅଞ୍ଚଳରେ ରୁଷ ସୈନ୍ୟ ସହିତ ନିୟୋଜିତ ହୋଇଥିଲେ। ସଂଘର୍ଷ ବେଳେ ଆହତ ହୋଇଥିବା ଉତ୍ତର କୋରିଆର ଜଣେ ସୈନିକ କହିଛନ୍ତି ଯେ, କିପରି ୟୁକ୍ରେନ ସୈନ୍ୟ ତାଙ୍କ ବ୍ରିଗେଡର ୪୦ ସୈନିକଙ୍କୁ ହତ୍ୟା କଲେ।

ସେ କହିଛନ୍ତି ଯେ, ଠୋସ୍ ସୂଚନା ଏବଂ ଅସ୍ତ୍ରଶସ୍ତ୍ର ବିନା ଉତ୍ତର କୋରିଆ ସୈନିକମାନଙ୍କୁ ୟୁକ୍ରେନ ସେନା ସହିତ ଯୁଦ୍ଧ କରିବାକୁ ପଠାଯାଇଛି। ଯେବେଠାରୁ ରୁଷ ମାଟିରେ ଉତ୍ତର କୋରିଆ ସୈନ୍ୟ ମୁତୟନ ହେବା ନିଶ୍ଚିତ ହୋଇଛି। ସେବେଠାରୁ ୟୁକ୍ରେନର କେତେକ ବରିଷ୍ଠ କମାଣ୍ଡର ଉତ୍ତର କୋରିଆ ସୈନ୍ୟବାହିନୀର ଦକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ ଏବଂ କହିଥିଲେ ଯେ ୟୁକ୍ରେନୀୟମାନେ ସେମାନଙ୍କ ବିଷୟରେ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ।

ଦି ସନ ରିପୋର୍ଟ ଅନୁଯାୟୀ, କିଛି ଦିନ ପୂର୍ବରୁ ପ୍ରାୟ ୧୮ ଜଣ ଉତ୍ତର କୋରିଆ ସୈନିକ ସେମାନଙ୍କ ନିର୍ଦ୍ଧାରିତ ନିୟୋଜନ ପୂର୍ବରୁ ପଳାଇ ଯାଇଥିଲେ। ଏହା ପରେ ପ୍ରାୟ ୪୦ କିଲୋମିଟର ଦୂରରେ, ଉତ୍ତର କୋରିଆର ସମସ୍ତ ୧୮ ସୈନିକ ରୁଷର ସେନା ଦ୍ୱାରା ବନ୍ଧକ ହୋଇଥିଲେ ଏବଂ ସେମାନଙ୍କୁ କିଛି ଦିନ ପାଇଁ ଖାଦ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବିନା କୁର୍ସ୍କ ଜଙ୍ଗଲରେ ଛାଡି ଦିଆଯାଇଥିଲା।

ଉତ୍ତର କୋରିଆ ସୈନିକମାନଙ୍କୁ ୟୁକ୍ରେନ ଚେତାବନୀ ଦେଇଛି:

ଉତ୍ତର କୋରିଆ ସୈନିକମାନଙ୍କୁ ୟୁକ୍ରେନ ସେନା ଚେତାବନୀ ଦେଇଛି। ୟୁକ୍ରେନ ସେନା ଉତ୍ତର କୋରିଆ ସୈନିକମାନଙ୍କୁ ଯୁଦ୍ଧରେ ପ୍ରାଣ ହରାଇବା ପରିବର୍ତ୍ତେ ଆତ୍ମସମର୍ପଣ କରିବାକୁ କହିଛନ୍ତି। ଏଥି ସହିତ ୟୁକ୍ରେନ ସେନା ଉତ୍ତର କୋରିଆ ସୈନିକମାନଙ୍କ ପାଇଁ ନିର୍ମିତ ଶିବିରର ଏକ ଭିଡିଓ ଜାରି କରିଛି ଯେଉଁଥିରେ ସୈନିକମାନେ ଆତ୍ମସମର୍ପଣ କରିବାକୁ କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଆମେରିକାର ବୈଦେଶିକ ମନ୍ତ୍ରୀ କହିଥିଲେ ଯେ, ଆମେ ଅନୁମାନ କରୁଛୁ ରୁଷରେ ୧୦ ହଜାର କୋରିଆ ସୈନିକ ଉପସ୍ଥିତ ଅଛନ୍ତି, ଯେଉଁଥିରୁ ୮ ହଜାର ସୈନିକ କୁର୍ସ୍କ ଅଞ୍ଚଳରେ ନିୟୋଜିତ ହୋଇଛନ୍ତି। ତେବେ ଏହି ସୈନିକମାନେ ୟୁକ୍ରେନ ସୈନ୍ୟ ବିରୁଦ୍ଧରେ ଲଢୁଥିବା ଦେଖିବାକୁ ମିଳିନାହିଁ। ଆଗାମୀ ଦିନରେ ଏହା ଆଶା କରାଯାଇପାରେ।

ଦ ସନକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ, “ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାଶ୍ଚାତ୍ୟ ଦେଶର ପ୍ରତିକ୍ରିୟା ଉପରେ ନଜର ରଖିଛନ୍ତି। ପୁଟିନ ନାଟୋ ଦେଶ ଏବଂ ଦକ୍ଷିଣ କୋରିଆର ପ୍ରତିକ୍ରିୟା ଉପରେ ମଧ୍ୟ ନଜର ରଖିଛନ୍ତି ଏବଂ ମୁଁ ନିଶ୍ଚିତ ଯେ, ଏହି ପ୍ରତିକ୍ରିୟା ପରେ ପୁଟିନ ତାଙ୍କର ସେନା ବିସ୍ତାର କରିବେ।”

america North Korea russia Ukraine
Share. Facebook Twitter LinkedIn Email WhatsApp Copy Link

Related Posts

ବଢିଲା ମହଙ୍ଗା ଭତ୍ତା, କର୍ମଚାରୀଙ୍କୁ କେନ୍ଦ୍ର ସରକାର ଦେଲେ ଦଶହରା ଭେଟି

October 1, 2025

ସ୍ୱଚ୍ଛତା ପଖୱାଡା : ପୂର୍ବତଟ ରେଳପଥର ଦୁଇ ସପ୍ତାହୀୟ ସ୍ୱଚ୍ଛତା ଅଭିଯାନ

October 1, 2025

ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବା ବ୍ୟବହାର କଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

October 1, 2025

କଟକର ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମାଙ୍କୁ କଲେ ଦର୍ଶନ

October 1, 2025
Latest News

ବଢିଲା ମହଙ୍ଗା ଭତ୍ତା, କର୍ମଚାରୀଙ୍କୁ କେନ୍ଦ୍ର ସରକାର ଦେଲେ ଦଶହରା ଭେଟି

October 1, 2025

ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ

October 1, 2025

ସ୍ୱଚ୍ଛତା ପଖୱାଡା : ପୂର୍ବତଟ ରେଳପଥର ଦୁଇ ସପ୍ତାହୀୟ ସ୍ୱଚ୍ଛତା ଅଭିଯାନ

October 1, 2025

ବାୟୋମେଡିକାଲ ରିସର୍ଚ୍ଚ କ୍ୟାରିୟର ପ୍ରୋଗ୍ରାମର ତୃତୀୟ ପର୍ଯ୍ୟାୟକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

October 1, 2025

ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବା ବ୍ୟବହାର କଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

October 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.