
ନୂଆଦିଲ୍ଲୀ: ଆଜି ଉତ୍ତରାଖଣ୍ଡର ଅଲମୋରା ଠାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ମାର୍ଚୁଲା ନିକଟରେ ଏକ ଯାତ୍ରୀବାହୀ ବସ୍ ଖାଇରେ ଖସିପଡିଛି। କୁହାଯାଉଛି ଯେ, ବସ୍ ଦୁର୍ଘଟଣାରେ ସମୁଦାୟ ୪୫ ଜଣ ଲୋକ ଯାତ୍ରା କରୁଥିଲେ, ଯେଉଁଥିରୁ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ୨୫ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଥିବାବେଳେ ୨୦ ଜଣ ଚିକିତ୍ସିତ ହେଉଛନ୍ତି। ଉଦ୍ଧାରକାରୀ ଦଳ ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି।