Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱ ସୁନାମି ସଚେତନତା ଦିବସ ଉପଲକ୍ଷେ ଜାତୀୟ ସୁନାମି ମୁକାବିଲା ଅଭ୍ୟାସ ଅନୁଷ୍ଠିତ
ଆଜିର ଖବର

ବିଶ୍ୱ ସୁନାମି ସଚେତନତା ଦିବସ ଉପଲକ୍ଷେ ଜାତୀୟ ସୁନାମି ମୁକାବିଲା ଅଭ୍ୟାସ ଅନୁଷ୍ଠିତ

November 5, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ମହାସାଗର ସୁନାମିର ବିଂଶତମ ବାର୍ଷିକୀ ତଥା ବିଶ୍ୱ ସୁନାମି ସଚେତନତା ଦିବସ ଉପଲକ୍ଷେ ଭାରତୀୟ ଜାତୀୟ ସାମୁଦ୍ରିକ ସୂଚନା ସେବା କେନ୍ଦ୍ର (ଇନକୋଇସ୍) ପକ୍ଷରୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ସହଯୋଗରେ ଆଜି ଜାତୀୟ ସୁନାମି ମୁକାବିଲା ଅଭ୍ୟାସ ବା ମକ୍‌ ଡ୍ରିଲ୍‌ ଆୟୋଜିତ ହୋଇଯାଇଛି। ସୁନାମି ମୁକାବିଲା ନିମନ୍ତେ ଛାୟା ଅଭ୍ୟାସ ପୁରୀ ଜିଲ୍ଲାର ନରସିଂହପାଟଣାରେ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ସମେତ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପୁଡୁଚେରୀ, ଲାକ୍ଷାଦ୍ୱୀପ, କେରଳ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର, ଦିଉ ଓ ଦାମନ ଓ ଗୁଜରାଟ ଆଦିର ସବୁ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାବ୍ୟତୀତ ନୌସେନା, ତଟରକ୍ଷୀ ବାହିନୀ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ, ଆଣବିକ ଶକ୍ତି କେନ୍ଦ୍ର, ବନ୍ଦର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନର ଯବାନମାନେ ଏହି ଅଭ୍ୟାସରେ ଅଂଶଗ୍ରହଣ କରିଥିଲେ।

‘ଜାତୀୟ ସୁନାମି ଛାୟା ଅଭ୍ୟାସ’ ପାଇଁ ଗ୍ରହଣ କରାଯାଇଥିବା ପରିଦୃଶ୍ୟରେ, ‘‘ଇଣ୍ଡୋନେସିଆର ଉତ୍ତର ସୁମାତ୍ରାରେ (ଯେଉଁଠାରେ ୨୦୦୪ ସୁନାମି ଘଟିଥିଲା) ୯.୩ ତୀବ୍ରତାର ଭୂମିକମ୍ପ ସହିତ ଏକ ଘଟଣାର ଅନୁକରଣ କରାଯାଇଥିଲା। ଘଟଣାକ୍ରମ ଅନୁଯାୟୀ, ସମୁଦ୍ର-ପ୍ରଶସ୍ତ ସୁନାମି ଆସୁଛି। ଯେଉଁଥିରେ ଏକ ତୀବ୍ର ତରଙ୍ଗ ଭାରତର ସମସ୍ତ ଉପକୂଳବର୍ତ୍ତୀ ରାଜ୍ୟରେ ଅଧିକ ଉଚ୍ଚତାର ଢେଉ ସୃଷ୍ଟି କରୁଛି।’’ ୫ ନଭେମ୍ବର ୨୦୨୪ ପୂର୍ବାହ୍ନ ସାଢ଼େ ୯ଟାରୁ ସାଢ଼େ ଗୋଟାଏ ମଧ୍ୟରେ ଏହି ଅଭ୍ୟାସ କରାଯାଇଥିଲା। ସୁନାମି ସମ୍ପର୍କରେ ସୂଚନା ଦେବା ଲାଗି ଇନକୋଇସ୍ ଏହାର ପଞ୍ଜୀକୃତ ଯୋଗାଯୋଗ ଇମେଲ, ଫ୍ୟାକ୍ସ, ଏସଏମଏସ ଏବଂ ୱେବ୍ ଜରିଆରେ ୭ଟି ସୁନାମି ବୁଲେଟିନ୍ ପ୍ରସ୍ତୁତ କରିଥିଲା ଏବଂ ଜାରି କରିଥିଲା। ଜନସାଧାରଣ ଯେପରି ଭୟଭୀତ ନ ହୁଅନ୍ତି ସେଥିପ୍ରତି ଯତ୍ନ ଦିଆଯାଇଥିଲା।

ୟୁଏନଏସସିଏପି (ୟୁନାଇଟେଡ୍ ନେସନ୍ସ ଇକୋନୋମିକ ଆଣ୍ଡ ସୋସିଆଲ କମିଶନ ଫର ଏସିଆ ଆଣ୍ଡ୍ ଦି ପ୍ୟାସିଫିକ୍)ର ସୁନାମି, ବିପର୍ଯ୍ୟୟ ଓ ଜଳବାୟୁ ମୁକାବିଲା ପ୍ରସ୍ତୁତି ନିମନ୍ତେ ଗଠିତ ଟ୍ରଷ୍ଟ ପାଣ୍ଠି ପରାମର୍ଶଦାତା ପରିଷଦ (ବିଭିନ୍ନ ଦେଶର ୧୦ ଜଣିଆ ଟିମ୍) ଏବଂ ଇନକୋଇସ୍ ଅଧିକାରୀମାନେ ପୁରୀ ଜିଲ୍ଲାର ନରସିଂହପାଟଣା ଗ୍ରାମ ପରିଦର୍ଶନ କରିଥିଲେ ଏବଂ ମକ୍ ଅଭ୍ୟାସ ଦେଖିଥିଲେ।

ପୂର୍ବରୁ ଏହି ଅଭ୍ୟାସ ନିମନ୍ତେ ପ୍ରସ୍ତୁତି ପାଇଁ ଇନକୋଇସ୍ ୨୦୨୪ ସେପ୍ଟେମ୍ବର ୨୫-୨୬ରେ ଏକ ପ୍ରଶିକ୍ଷଣ କର୍ମଶାଳା ଏବଂ ଟେବୁଲ-ଟପ୍ ଅଭ୍ୟାସ ଆୟୋଜନ କରିଥିଲା, ଯାହାଦ୍ୱାରା ଉପକୂଳବର୍ତ୍ତୀ ରାଜ୍ୟର ଅଂଶୀଦାରମାନେ ସେମାନଙ୍କର ଏସଓପିକୁ ସୁବ୍ୟବସ୍ଥିତ କରିପାରିବେ। ସୁନାମି ମୁକାବିଲା ଅଭ୍ୟାସ ଆୟୋଜନ ନେଇ ଏକ  ବିସ୍ତୃତ ବୁଲେଟିନ୍ ଏବଂ ମତାମତ ଫର୍ମ କୁ ନେଇ ଏକ ମାନୁଆଲ୍ ମଧ୍ୟ ପ୍ରସ୍ତୁତ କରାଯାଇ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ, ହାଇଦ୍ରାବାଦସ୍ଥିତ ଭାରତୀୟ ଜାତୀୟ ସାମୁଦ୍ରିକ ସୂଚନା ସେବା କେନ୍ଦ୍ର (ଇନକୋଇସ୍) ଅଧୀନରେ ଥିବା ଇଣ୍ଡିଆନ୍ ସୁନାମି ଆର୍ଲି ୱାର୍ଣ୍ଣିଂ ସେଣ୍ଟର (ଆଇଟିଇଡବ୍ଲ୍ୟୁସି) ସୁନାମି ଜନିତ ଭୂମିକମ୍ପ ଘଟିବାର ୧୦ ମିନିଟ୍ ମଧ୍ୟରେ ଏହାକୁ ଆକଳନ କରିବାରେ ସକ୍ଷମ। ଏହା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଏବଂ ସମ୍ବେଦନଶୀଳ ଜନସମୁଦାୟକୁ ଠିକ୍ ସମୟରେ ସୁନାମି ସତର୍କତା ଜାରି କରିବାରେ ମଧ୍ୟ ସମର୍ଥ। ଜନସାଧାରଣଙ୍କୁ ସଚେତନ କରି ବିପଦ ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ନକଲେ ଚେତାବନୀ ବ୍ୟବସ୍ଥା ଅସମ୍ପୂର୍ଣ୍ଣ ରହିଯିବ।

ସୁନାମି ସଚେତନତା ଏବଂ ପ୍ରସ୍ତୁତି କାର୍ଯ୍ୟକଳାପର ଏକ ଅଂଶ ଭାବରେ, ଇନକୋଇସ୍ ଦ୍ୱାରା ନିୟମିତ ସୁନାମି ମକ୍ ଅଭ୍ୟାସ, ଯୋଗାଯୋଗ ପରୀକ୍ଷା ଏବଂ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସଓପି) କର୍ମଶାଳା ଆୟୋଜନ କରାଯାଉଛି। ଯାହା ଦ୍ୱାରା ସୁନାମି ଚେତାବନୀ ପାଇଁ  ପ୍ରସ୍ତୁତିରେ ଉନ୍ନତି ଆସିବା ଏବଂ ମୁକାବିଲା ପାଇଁ ମାର୍ଗଦର୍ଶିକାକୁ ସୁଚାରୁ ରୂପେ କାର୍ଯ୍ୟକାରୀ କରାଯାଇପାରିବ। ଇନକୋଇସ୍ ଉପକୂଳବର୍ତ୍ତୀ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୟୁନେସ୍କୋ-ଆଇଓସି ସୁନାମି ମୁକାବିଲା ପ୍ରସ୍ତୁତି ମାନ୍ୟତା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ମଧ୍ୟ ସହାୟତା କରେ ଯାହା ଉପକୂଳ ଅଞ୍ଚଳରେ ବିପର୍ଯ୍ୟୟ ପ୍ରତିରୋଧ ଏବଂ ପ୍ରଶମନ ବୃଦ୍ଧି ଉଦ୍ଦେଶ୍ୟରେ ଏକ ଗୋଷ୍ଠୀ ଭିତ୍ତିକ ପଦକ୍ଷେପ ଅଟେ।

Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକାରେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା, ମୃତଦେହ ଭାରତ ଆଣିବାକୁ ଦାବୀ

October 5, 2025

ସମ୍ବାଦ ସ୍ୱନକ୍ଷତ୍ର ଦିବସରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଏମିତି କାହିଁକି କହିଲେ…

October 5, 2025

କୌଶଳ ଦୀକ୍ଷାନ୍ତ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ୬୨୦୦୦ କୋଟି ଟଙ୍କାରୁ ଅଧିକ ଯୁବ-କୈନ୍ଦ୍ରିକ ପଦକ୍ଷେପ ଆରମ୍ଭ

October 5, 2025

ଆଜି ଅକ୍ଟୋବର 5 ତାରିଖ ରବିବାରରେ ଏହି ରାଶିଗୁଡିକର ଭାଗ୍ୟଚକ୍ର ବଦଳି ଗଲା

October 5, 2025
Latest News

ବାଲୁଗାଁ କଲେଜ ଦ୍ବାରା ଆୟୋଜିତ ପୂଜା ସ୍ୱତନ୍ତ୍ର ଶିବିର ଉଦଯାପିତ

October 5, 2025

ଟାଙ୍ଗୀ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ଉତ୍ସବରେ ଯୋଗ ଦେଲେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

October 5, 2025

ଆମେରିକାରେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା, ମୃତଦେହ ଭାରତ ଆଣିବାକୁ ଦାବୀ

October 5, 2025

ସମ୍ବାଦ ସ୍ୱନକ୍ଷତ୍ର ଦିବସରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଏମିତି କାହିଁକି କହିଲେ…

October 5, 2025

କୌଶଳ ଦୀକ୍ଷାନ୍ତ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ୬୨୦୦୦ କୋଟି ଟଙ୍କାରୁ ଅଧିକ ଯୁବ-କୈନ୍ଦ୍ରିକ ପଦକ୍ଷେପ ଆରମ୍ଭ

October 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.