Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ଉଲ୍ଲେଖନୀୟ ଅଗ୍ରଗତି: 301 କିମି ମଧ୍ୟରୁ 199 କିମି କାର୍ଯ୍ୟକ୍ଷମ
ଆଜିର ଖବର

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ଉଲ୍ଲେଖନୀୟ ଅଗ୍ରଗତି: 301 କିମି ମଧ୍ୟରୁ 199 କିମି କାର୍ଯ୍ୟକ୍ଷମ

November 7, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଏକ ପ୍ରମୁଖ ପଦକ୍ଷେପରେ, ଝାରମୁଣ୍ଡା ଠାରୁ ବୌଦ୍ଧ ଷ୍ଟେସନ ମଧ୍ୟରେ 16.270 କିଲୋମିଟର ଦୈର୍ଘ୍ୟ ନୂତନ ଭାବେ ନିର୍ମିତ ଟ୍ରେନ୍ ଲାଇନରେ ଇଞ୍ଜିନ ଗଡ଼ିବା ଏବଂ ପରୀକ୍ଷଣ ସହ ରେଳ ନିରାପତ୍ତା ଆୟୁକ୍ତଙ୍କ ନିରୀକ୍ଷଣ ସଫଳତାର ସହିତ ସମାପ୍ତ ହୋଇଛି। ଏହି ସଫଳତା ବହୁ ପ୍ରତୀକ୍ଷିତ ରେଳ ଲାଇନ ନିର୍ମାଣରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ ଯାହା ଓଡିଶାର ଉପାନ୍ତ ତଥା ଅଣବିକଶିତ ଅଞ୍ଚଳରେ ଟ୍ରେନ ସଂଯୋଗକୁ ଯଥେଷ୍ଟ ଉନ୍ନତ କରିବାକୁ ପ୍ରସ୍ତୁତ ହେଉଛି।

ଏହା ବ୍ୟତୀତ, ନୂତନ ଭାବେ ନିର୍ମିତ ବୌଦ୍ଧ-ଚମ୍ପାପୁର 13.701 କି.ମି. ଦୈର୍ଘ୍ୟ ରେଳ ସେକ୍ସନ ଓ ଚମ୍ପାପୁର-ପୁରୁଣାକଟକ 13.437 କି.ମି. ଦୈର୍ଘ୍ୟ ରେଳ ସେକ୍ସନର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁରହିଅଛି, ଯାହା ସାମଗ୍ରିକ ପ୍ରକଳ୍ପରେ ଦ୍ରୁତ ଅଗ୍ରଗତି ପ୍ରଦର୍ଶନ କରୁଅଛି। ଦ୍ରୁତ ସମାପ୍ତି ସୁନିଶ୍ଚିତ କରିବାକୁ, ଏହି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପଦକ୍ଷେପ ପାଇଁ ଉଚ୍ଚାଭିଳାଷୀ ସମୟସୀମା ପୂରଣ କରିବାକୁ ପ୍ରତିବଦ୍ଧତାକୁ ଦର୍ଶାଇ ଉଭୟ ପ୍ରାନ୍ତରୁ ଏକକାଳୀନ ନିର୍ମାଣ କାର୍ଯ୍ୟ ଚାଲୁରହିଛି।

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନର ସର୍ବମୋଟ 301 କିଲୋମିଟର ଦୈର୍ଘ୍ୟ ରେଳପଥ ମଧ୍ୟରୁ ଆଜି ପର୍ଯ୍ୟନ୍ତ 199 କିଲୋମିଟର ଦୈର୍ଘ୍ୟ ରେଳ ଲାଇନର କାର୍ଯ୍ୟ ସମାପ୍ତ ହୋଇ କାର୍ଯ୍ୟକ୍ଷମ ହୋଇଛି, ସେଥିମଧ୍ୟରୁ ଖୋର୍ଦ୍ଧା ରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ 106 କିଲୋମିଟର ଏବଂ ବଲାଙ୍ଗୀର ପାର୍ଶ୍ୱରୁ ବୌଦ୍ଧ ପର୍ଯ୍ୟନ୍ତ ପ୍ରାୟ 93 କି.ମି.ଦୈର୍ଘ୍ୟ ରେଳ ଲାଇନ କାର୍ଯ୍ୟକ୍ଷମ ହୋଇସାରିଛି। ଏହା ସହିତ ବୌଦ୍ଧରୁ ପୁରୁଣାକଟକ ପର୍ଯ୍ୟନ୍ତ 27 କିଲୋମିଟର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ନିର୍ମାଣାଧୀନ ଅଛି ଯାହାକି ଶୀଘ୍ର ଶେଷ ହେବାକୁ ଯାଉଛି। ପୁରୁଣାକଟକରୁ ଦଶପଲ୍ଲା ପର୍ଯ୍ୟନ୍ତ ଅବଶିଷ୍ଟ 75 କିଲୋମିଟର ଦୈର୍ଘ୍ୟ ରେଳ ଲାଇନ ଯାହା ଟନେଲ ନିର୍ମାଣ ସହିତ ଜଡିତ ତଥା ଜଙ୍ଗଲ ଏବଂ ଅଭୟାରଣ୍ୟ ଅଞ୍ଚଳ ଦେଇ ଗତି କରୁଛି, ତାହା ଏହାର ନିର୍ଧାରିତ ସମୟ ସୀମା ମଧ୍ୟରେ ଶେଷ ହେବ।

ସୁଦୂର ଉପାନ୍ତ ଅଞ୍ଚଳରେ ପରିବହନ ଏବଂ ଅର୍ଥନୈତିକ ବିକାଶ ପାଇଁ ଏହି ରେଳ ପ୍ରକଳ୍ପର ମହତ୍ଵପୂର୍ଣ୍ଣ ଭୂମିକା ରହିଛି। ରେଳ ମନ୍ତ୍ରଣାଳୟ ଦ୍ୱାରା ପ୍ରକଳ୍ପର ଅଗ୍ରଗତି ଉପରେ ତୀକ୍ଷ୍ଣ ନଜର ରଖାଯାଇ ସମୀକ୍ଷା କରାଯାଉଥିବାବେଳେ ସଠିକ ସମୟରେ ନିର୍ମାଣ କାର୍ଯ୍ୟ ସୁନିଶ୍ଚିତ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଅଛି। ଇଞ୍ଜିନିୟରିଂ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ସତ୍ୱେ, ଉପାନ୍ତ ଦୁର୍ଗମ, ଜଙ୍ଗଲ ଓ ଅଭୟାରଣ୍ୟ ଅଞ୍ଚଳ ଦେଇ ଟନେଲ୍ ନିର୍ମାଣ କ୍ଷେତ୍ରରେ ଏହି ପ୍ରକଳ୍ପ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିବାରେ ସଫଳତା ହାସଲ କରିଚାଲିଛି।

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ କେବଳ ସଂଯୋଗକୁ ସୁଦୃଢ଼ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ରେଳ ମାର୍ଗ ନିର୍ମାଣରେ ସମ୍ମୁଖୀନ ହୋଇଥିବା କେତେକ ଜଟିଳ ଇଞ୍ଜିନିୟରିଂ ଚ୍ୟାଲେଞ୍ଜକୁ ଦୂର କରିବା ପାଇଁ ଭାରତୀୟ ରେଳବାଇର ଦକ୍ଷତା ପ୍ରମାଣ ଅଟେ। ଟନେଲଗୁଡିକର ସଫଳ ସମାପ୍ତି ଏକ ପ୍ରମୁଖ ସଫଳତା ହେବ, ଯାହା ଦେଶର ବହୁ ଦୂରବର୍ତ୍ତୀ ଅଞ୍ଚଳରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିତରଣ ପାଇଁ ଭାରତୀୟ ରେଳବାଇର ପ୍ରତିବଦ୍ଧତାକୁ ଦର୍ଶାଇବ।

ରେଳ ସୁରକ୍ଷା ଆୟୁକ୍ତଙ୍କ ଦ୍ୱାରା ସଫଳ ଯାଞ୍ଚ ଏବଂ ତାଙ୍କର ଅନୁମତି ପରେ ନୂତନ ଝାରମୁଣ୍ଡା-ବୌଦ୍ଧ ରେଳ ସେକ୍ସନରେ ଟ୍ରେନ୍ ଚଳାଚଳ ପାଇଁ ଅନୁମତି ମିଳିଛି। ଏଥିପାଇଁ ଟ୍ରାକର ସମ୍ଭାବ୍ୟତାକୁ ଆକଳନ କରିବା ପାଇଁ ଏକ ଟ୍ରେନ ଇଞ୍ଜିନ୍ ର ପରୀକ୍ଷାମୂଳକ ଚଳାଚଳ ଏହି ନିରୀକ୍ଷଣ ସମୟ ମଧ୍ୟରେ ହୋଇସାରିଛି। କିନ୍ତୁ, ଏହି ସେକ୍ସନରେ ଆନୁସଙ୍ଗିକ ଭିତ୍ତିଭୂମି ସହିତ ଯାତ୍ରୀ ସୁବିଧା ଉପଲବ୍ଧ ହେବା ପରେ ଟ୍ରେନ ଚଳାଚଳ ପାଇଁ ପଦକ୍ଷେପ ନିଆଯିବ।

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନରେ ରେଳ ମାର୍ଗ ନିର୍ମାଣ କ୍ଷେତ୍ରରେ ଏହି ଉଲ୍ଲେଖନୀୟ ଅଗ୍ରଗତି ଏହି ଅଞ୍ଚଳକୁ ଉନ୍ନତ ସଂଯୋଗ ଏବଂ ଅର୍ଥନୈତିକ ଅଭିବୃଦ୍ଧିର ନୂତନ ମାର୍ଗକୁ ଗୋଟିଏ ପାଦ ନିକଟତର କରୁଅଛି।

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ନିରାପତ୍ତା ଆୟୁକ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026
Latest News

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.