Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଏଫଏଫଆଇ ୨୦୨୪: ୱାର୍କ-ଇନ୍-ପ୍ରୋଗ୍ରେସ୍ ଲ୍ୟାବ୍ ରେ ପ୍ରଦର୍ଶିତ ହେବ ୬ଟି ଚଳଚ୍ଚିତ୍ର
ଆଜିର ଖବର

ଆଇଏଫଏଫଆଇ ୨୦୨୪: ୱାର୍କ-ଇନ୍-ପ୍ରୋଗ୍ରେସ୍ ଲ୍ୟାବ୍ ରେ ପ୍ରଦର୍ଶିତ ହେବ ୬ଟି ଚଳଚ୍ଚିତ୍ର

November 8, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଫିଲ୍ମ ବଜାର ୬ଟି ବିଶେଷ କାଳ୍ପନିକ ଚଳଚ୍ଚିତ୍ର ସମ୍ପର୍କରେ ଘୋଷଣା କରିଛି ଯାହା ଚଳିତ ବର୍ଷ ଆଇଏଫଏଫଆଇରେ ୱାର୍କ-ଇନ୍-ପ୍ରୋଗ୍ରେସ୍ ଲ୍ୟାବ୍ ପାଇଁ ଆନୁଷ୍ଠାନିକ ଚୟନରେ ସ୍ଥାନ ପାଇଛି।

ମନୋନୀତ ଚଳଚ୍ଚିତ୍ରଗୁଡ଼ିକ ହେଲା:

୧. ତ୍ରିବେଣୀ ରାୟ (ନେପାଳୀ) ଙ୍କ ଦ୍ୱାରା ସେପ୍ ଅଫ୍ ମୋମୋଜ୍

୨. ଶକ୍ତିଧର ବୀର (ବଙ୍ଗଳା) ଙ୍କ  ଗଙ୍ଗଶାଲିକ (ଗଙ୍ଗଶାଲିକ – ରିଭର ବାର୍ଡ)

୩. ମୋହନ କୁମାର ଭଲାସାଲା (ତେଲୁଗୁ) ଙ୍କ ୟେରା ମନ୍ଦରାମ (ଦ ରେଡ୍ ହିବିସ୍କସ୍)

୪. ରିଦମ ଜାନଭେ (ଗଦି, ନେପାଳୀ) ଙ୍କ ଦ୍ୱାରା କଟ୍ଟି ରି ରାଟ୍ଟି (ହଣ୍ଟର୍ସ ମୁନ୍)

୫. ସିଦ୍ଧାର୍ଥ ବାଦି (ମରାଠୀ) ଙ୍କ ଦ୍ୱାରା ଉମାଲ

୬. ବିବେକ କୁମାରଙ୍କ ଦି ଗୁଡ୍, ଦି ବ୍ୟାଡ୍, ଦି ହଙ୍ଗ୍ରି (ହିନ୍ଦୀ)

ସମୟ ପରୀକ୍ଷିତ ମଡେଲକୁ ଅନୁସରଣ କରି ଚଳିତ ବର୍ଷ ମଧ୍ୟ ଲ୍ୟାବ୍ ଉଭୟ  ଅନଲାଇନ୍ ଏବଂ ଅଫଲାଇନ ଅଧିବେଶନ  ସମ୍ପାଦନ କରିବ। ବିଭିନ୍ନ ପ୍ରକାରର ନିୟୋଜନର ଏହି ମିଶ୍ରଣ ଚଳଚ୍ଚିତ୍ର ନିର୍ମାତା ଏବଂ ପରାମର୍ଶଦାତାମାନଙ୍କୁ ବାସ୍ତବ ସମୟରେ ବିଚାର ବିମର୍ଶ କରିବା ଏବଂ ପୋଷ୍ଟ-ପ୍ରଡକ୍ସନ ସମର୍ଥନ ହାସଲ କରିବାର ଉପାୟ ଖୋଜିବାକୁ ସୁଯୋଗ ଦେଇଥାଏ।

ଏହି ଛଅଟି ଚଳଚ୍ଚିତ୍ର ମଧ୍ୟରୁ ୫ଟି ଚଳଚ୍ଚିତ୍ର ଯୁବ ଏବଂ ଉଦୀୟମାନ ଚଳଚ୍ଚିତ୍ର ନିର୍ମାତାଙ୍କ ପ୍ରଥମ ଫିଲ୍ମ ଅଟେ। ଏହି ଚଳଚ୍ଚିତ୍ରଗୁଡ଼ିକ କେବଳ ବିବିଧ ବର୍ଣ୍ଣନାର ସମାହାରକୁ ପ୍ରଦର୍ଶନ କରେ ନାହିଁ ବରଂ ସାଂସ୍କୃତିକ ଦୃଷ୍ଟିକୋଣର ସମୃଦ୍ଧ ଚିତ୍ରକୁ ମଧ୍ୟ ପ୍ରତିଫଳିତ କରିଥାଏ।  ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆ (ଆଇଏଫଏଫଆଇ) ଚଳିତ ମାସରେ ଏହାର ୫୫ତମ ବର୍ଷରେ ପ୍ରବେଶ କରୁଛି ଏବଂ ଯୁବ ଚଳଚ୍ଚିତ୍ର ନିର୍ମାତାଙ୍କ ଉପରେ ଗୁରୁତ୍ଵାରୋପ କରି,  ସେମାନଙ୍କ ଅଭିନବ କାହାଣୀ ଏବଂ ନୂତନ ଦୃଷ୍ଟିକୋଣ ଉପରେ ଆଲୋକପାତ କରିବା ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ପ୍ରଦାନ କରୁଛି।

ୱାର୍କସ୍ ଇନ୍ ପ୍ରୋଗ୍ରେସ୍ (ଡବ୍ଲ୍ୟୁଆଇପି) ବିଭାଗ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ଆଇଏଫ୍ଏଫ୍ଆଇର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ ଏବଂ ଏକ ନୂତନ ପିଢ଼ିର କଳାକାରଙ୍କ ଦୃଷ୍ଟିଭଙ୍ଗୀ ମାଧ୍ୟମରେ ସମସାମୟିକ ଜୀବନର ଜଟିଳତାକୁ ପ୍ରତିଫଳିତ କରୁଥିବା ବିଭିନ୍ନ ଦର୍ଶକଙ୍କୁ ଆକର୍ଷିତ କରୁଥିବା କାହାଣୀ ଉପରେ ଆଲୋକପାତ କରେ। ସିନେମା ପାଇଁ ଏହା ଏକ ଉତ୍ସାହପୂର୍ଣ୍ଣ ସମୟ, ଏବଂ ଫିଲ୍ମ ବଜାର ଏହି ଉଦୀୟମାନ ସ୍ୱରଗୁଡିକୁ ସାମନାକୁ ଆଣିବାରେ  ସବୁଠାରୁ ଆଗରେ ଅଛି !

ୱାର୍କ–ଇନ୍–ପ୍ରୋଗ୍ରେସ୍ ଲ୍ୟାବ୍ ସମ୍ପର୍କିତ

ୱାର୍କ-ଇନ୍-ପ୍ରୋଗ୍ରେସ୍ ଲ୍ୟାବ୍ ଥିଏଟର ରିଲିଜ୍ ଉଦ୍ଦେଶ୍ୟରେ କାଳ୍ପନିକ ଚଳଚ୍ଚିତ୍ର ପାଇଁ ସମର୍ପିତ, ଯେଉଁଠାରେ ପ୍ରତିବର୍ଷ ସର୍ବାଧିକ ଛଅଟି ଚଳଚ୍ଚିତ୍ର ଚୟନ କରାଯାଏ । ମନୋନୀତ ଚଳଚ୍ଚିତ୍ର ଗୁଡ଼ିକର ନିର୍ଦ୍ଦେଶକ ଓ ସମ୍ପାଦକମାନେ ମୂଲ୍ୟବାନ ମତାମତ ପାଇବା ସହିତ ସମ୍ମାନିତ ପରାମର୍ଶଦାତାଙ୍କ ଏକ ପ୍ୟାନେଲ ଆଗରେ ସେମାନଙ୍କର ରଫ୍ କଟ୍କୁ ପ୍ରଦର୍ଶନ କରିବାର ବିଶେଷ ସୁଯୋଗ ପାଇବେ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ସମ୍ପାଦକମାନେ ମନୋନୀତ ଚଳଚ୍ଚିତ୍ର ନିର୍ମାତାଙ୍କୁ ସମ୍ପାଦନା ଅଧିବେଶନ ମାଧ୍ୟମରେ ମାର୍ଗଦର୍ଶନ କରାଇବେ, ସେମାନଙ୍କ କଳାକୁ ପ୍ରୋତ୍ସାହିତ କରିବେ ଏବଂ ସେମାନଙ୍କ ଦୃଷ୍ଟିକୋଣକୁ ବଦଳାଇବେ। ପରାମର୍ଶଦାତାମାନଙ୍କ ମଧ୍ୟରେ ଚଳଚ୍ଚିତ୍ର ମହୋତ୍ସବ ନିର୍ଦ୍ଦେଶକ, ସମାଲୋଚକ, ପ୍ରଯୋଜକ ଏବଂ ଅଭିଜ୍ଞ ସମ୍ପାଦକଙ୍କ ସମେତ ବିଭିନ୍ନ ଶିଳ୍ପ ପେସାଦାର ସାମିଲ ଅଛନ୍ତି, ଯେଉଁମାନେ ଚଳଚ୍ଚିତ୍ର ନିର୍ମାତାଙ୍କୁ ଏକ ଚୂଡ଼ାନ୍ତ କଟ୍ ହାସଲ କରିବାରେ ସାହାଯ୍ୟ କରିବାକୁ ପ୍ରତିବଦ୍ଧ।

୨୦୦୮ ମସିହାରୁ ଆରମ୍ଭ ହୋଇଥିବା ୱାର୍କ-ଇନ୍-ପ୍ରୋଗ୍ରେସ୍ ଲ୍ୟାବ୍ ପ୍ରତିଷ୍ଠିତ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବରେ ପ୍ରିମିୟର୍ ହୋଇଥିବା ଚଳଚ୍ଚିତ୍ରଗୁଡ଼ିକୁ ରୂପରେଖ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରି ସମାଲୋଚକଙ୍କ ପ୍ରଶଂସା ସାଉଁଟିଛି। ଅତୀତର ଉଲ୍ଲେଖନୀୟ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ପୁତୁଲ ନାଚେର ଇତିକାଥା (ଡବ୍ଲୁଆଇପି ଲ୍ୟାବ୍ ୨୦୨୩), ଶିବମ୍ମା (ଡବ୍ଲ୍ୟୁଆଇପି ଲ୍ୟାବ୍ ୨୦୨୧, ବୁସାନ୍ ୨୦୨୨ ବିଜେତା), ଏକ ଜଗା ଅପନି (ଡବ୍ଲ୍ୟୁଆଇପି ଲ୍ୟାବ୍ ୨୦୨୧), ପୱାଇ (ଡବ୍ଲ୍ୟୁଆଇପି ଲ୍ୟାବ୍ ୨୦୨୦), ପାକା (ରିଭର ଅଫ୍ ବ୍ଲଡ୍) (ଡବ୍ଲ୍ୟୁଆଇପି ଲ୍ୟାବ୍ ୨୦୨୦), ପେଡ୍ରୋ (ଡବ୍ଲ୍ୟୁଆଇପି ଲ୍ୟାବ୍ ୨୦୧୯), ଶଙ୍କର୍ସ ଫ୍ୟାରିଜ୍ (ଡବ୍ଲ୍ୟୁଆଇପି ଲ୍ୟାବ୍ ୨୦୧୯), ଲୈଲା ଔର ସାତ ଗୀତ (ଦି ସେଫେଡସ୍ ଆଣ୍ଡ ଦ ସେଭେନ୍ ସଙ୍ଗସ୍) (ଡବ୍ଲ୍ୟୁଆଇପି ଲ୍ୟାବ୍ ୨୦୧୯), ଫାୟାର ଇନ୍ ଦ ମାଉଂଟେନ୍ (ଡବ୍ଲ୍ୟୁଆଇପି ଲ୍ୟାବ୍ ୨୦୧୯), ଇବ୍ ଆଲେ ଓଓ! (ଡବ୍ଲ୍ୟୁଆଇପି ଲ୍ୟାବ୍ ୨୦୧୮), ସୋନି (ଡବ୍ଲ୍ୟୁଆଇପି ଲ୍ୟାବ୍ ୨୦୧୭), ଗୋଲ୍ଡ–ଲାଡେନ ସିପ୍ ଆଣ୍ଡ ଦି ସେକ୍ରେଡ୍ ମାଉଣ୍ଟେନ୍ (ଡବ୍ଲ୍ୟୁଆଇପି ଲ୍ୟାବ୍ ୨୦୧୬), ଲିପଷ୍ଟିକ୍ ଅଣ୍ଡର ମାଇଁ ବୁର୍ଖା (ଡବ୍ଲ୍ୟୁଆଇପି ଲ୍ୟାବ୍ ୨୦୧୫), ଥିଥି (ଡବ୍ଲ୍ୟୁଆଇପି ଲ୍ୟାବ୍ ୨୦୧୪), ତିତଲି (ଡବ୍ଲ୍ୟୁଆଇପି ଲ୍ୟାବ୍ ୨୦୧୩), କିଲ୍ଲା (ଡବ୍ଲ୍ୟୁଆଇପି ଲ୍ୟାବ୍ ୨୦୧୩), ତୁମ୍ବାଡ୍ ( ଡବ୍ଲ୍ୟୁଆଇପି ୨୦୧୨ ), ମିସ୍ ଲଭଲି (ଡବ୍ଲ୍ୟୁଆଇପି ଲ୍ୟାବ୍ ୨୦୧୧) ଏବଂ ସିପ୍ ଅଫ୍ ଥିସିୟସ୍ (ଡବ୍ଲୁଆଇପି ଲ୍ୟାବ୍ ୨୦୧୧) ଅନ୍ତର୍ଭୁକ୍ତ।

ଫିଲ୍ମ ବଜାର ବିଷୟରେ

ଫିଲ୍ମ ବଜାର ହେଉଛି ଏକ ବି୨ବି ପ୍ଲାଟଫର୍ମ ଯାହାର ଉଦ୍ଦେଶ୍ୟ ହେଉଛି ଦକ୍ଷିଣ ଏସୀୟ ଚଳଚ୍ଚିତ୍ରକୁ ଅନ୍ତର୍ଜାତୀୟ ଏବଂ ଜାତୀୟ ବଜାରରେ ପ୍ରୋତ୍ସାହିତ କରିବା। ଫିଲ୍ମ ବଜାରରେ ଭିୟୁଇଂ ରୁମ୍ ହେଉଛି ଏକ ପେଡ୍ ପ୍ଲାଟଫର୍ମ ଯାହା ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ, ବିଶ୍ୱ ବିକ୍ରୟ ଏଜେଣ୍ଟ ଏବଂ କ୍ରେତାମାନଙ୍କୁ ବ୍ୟକ୍ତିଗତ ଭାବରେ ସେମାନଙ୍କ ଚଳଚ୍ଚିତ୍ରର ପ୍ରଚାର କରିବା ପାଇଁ ସୁଯୋଗ ପ୍ରଦାନ କରିଥାଏ।

ଆଇଏଫଏଫଆଇ ୨୦୨୪ କାଳ୍ପନିକ ଚଳଚ୍ଚିତ୍ର ୱାର୍କ-ଇନ୍-ପ୍ରୋଗ୍ରେସ୍ ଲ୍ୟାବ୍
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ଆବେଦନ ଜାରି: ଶେଷ ତାରିଖ ସେପ୍ଟେମ୍ବର ୧

August 20, 2025

କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ କଲେ ସରକାର

August 20, 2025

ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା

August 20, 2025

ଭଦ୍ରକ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟପାଳ

August 20, 2025
Latest News

ବିଶ୍ୱ ଦକ୍ଷତା କେନ୍ଦ୍ରରେ ନାମଲେଖା ଆବେଦନ ଜାରି: ଶେଷ ତାରିଖ ସେପ୍ଟେମ୍ବର ୧

August 20, 2025

କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ କଲେ ସରକାର

August 20, 2025

ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା

August 20, 2025

ଭଦ୍ରକ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ ରାଜ୍ୟପାଳ

August 20, 2025

ଇଣ୍ଟରଗ୍ରୁପ୍ ସୈନିକସ୍କୁଲ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା ଉଦଘାଟିତ

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.