Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଛତିଶଗଡରେ ପିକଅପ ଟ୍ରାକ୍ଟର ଧକ୍କା; ୩ ଓଡିଆ ଶ୍ରମିକ ମୃତ, ୧୬ ଆହତ
ଆଜିର ଖବର

ଛତିଶଗଡରେ ପିକଅପ ଟ୍ରାକ୍ଟର ଧକ୍କା; ୩ ଓଡିଆ ଶ୍ରମିକ ମୃତ, ୧୬ ଆହତ

November 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ସୀମାନ୍ତ ଛତିଶଗଡ ରାଜ୍ୟର ବକାୱଣ୍ଡ ନିକଟସ୍ଥ ରାଜନଗର ଗ୍ରାମ ନିକଟରେ ପିକଅପ ଓ ଟ୍ରାକ୍ଟର ଧକ୍କାରେ ୩ ଓଡ଼ିଆ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଛତିଶଗଡ ରାଜ୍ୟର ଡିମରାପାଲ ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ମୃତକ ମହିଳା ଶ୍ରମିକ ମାନେ ହେଲେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଏମ.କେରାଗାଁ ଗ୍ରାମର ପୂର୍ଣ୍ଣି ଭତରା ହୋଇଥିବା ବେଳେ ଆଉ ଦୁଇଜଣ ଉକ୍ତ ପଞ୍ଚାୟତ ଅନ୍ତର୍ଗତ ଶିରିଗୁଡ଼ା ଗ୍ରାମର ଧନାଇ ଭତ୍ରା ଓ ଦୟାବତୀ ସରାବୁ।

ସୂଚନା ଅନୁଯାୟୀ, ନବରଙ୍ଗପୁର ସୀମାନ୍ତ କୋଷାଗୁମୁଡା ବ୍ଲକ ର ଏମ.କେରାଗାଁ ଓ ମଦେଗାଁ ପଞ୍ଚାୟତର ଅଧିକାଂଶ ଲୋକ ଛତିଶଗଡ ରାଜ୍ୟର ସୀମାନ୍ତକୁ ଯାଇ କୃଷି କାର୍ଯ୍ୟ କରି ପ୍ରତିଦିନ ଘରକୁ ଫେରିଥାନ୍ତି। ଛତିଶଗଡ ରାଜ୍ୟ ବାକାୱଣ୍ଡ ଥାନା ପଣ୍ଡାନାର ଗୁଜୁରାତି କୃଷି ଫାର୍ମରେ ଶ୍ରମିକ ଭାବେ ଏମ.କେରାଗାଁ ଓ ଶିରାଗୁଡ଼ା ଗ୍ରାମର ୧୯ ଜଣ ଶ୍ରମିକ କାମ କରି ଘରକୁ ପିକଅପ ଯୋଗେ ଫେରୁଥିଲା ବେଳେ ବକାୱଣ୍ଡ ଥାନା ଅନ୍ତର୍ଗତ ରାଜନଗର ନିକଟରେ ଧାନ ଭାର ଆଣୁଥିବା ଟ୍ରାକ୍ଟର ଟ୍ରାଲି ସହ ପିକଅପର ଧକ୍କା ହେଇଥିଲା। ଫଳରେ ଘଟଣା ସ୍ଥଳରୁ ସମସ୍ତ ଆହତ ମହିଳା ଶ୍ରମିକଙ୍କୁ ଡିମରାପାଲ ସରକାରୀ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା।

ଚିକିତ୍ସାଧୀନ ଅବସ୍ଥାରେ ୩ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଆହତଙ୍କ ବର୍ତ୍ତମାନ ଚିକିତ୍ସା ଚାଲିଛି। ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ରହିଥିବା ସୂଚନା ମିଳିଛି।

ଖବର ପାଇଁ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଡିମାରାପାଲା ସ୍ଥିତ ସରକାରୀ ମେଡ଼ିକାଲକୁ ପହଞ୍ଚି ଚିକିତ୍ସାଧୀନ ଥିବା ଗୁରୁତରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ଛତିଶଗଡର ଅଧିକାରୀଙ୍କ ସହ କଥାବାର୍ତ୍ତା ହୋଇ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଏଥିସହ ଓଡିଶାର ସରକାରଙ୍କୁ ଏଥିରେ ହସ୍ତକ୍ଷେପ କରି ଆହତଙ୍କ ପରିବାରଙ୍କୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା ସହ ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରିବାକୁ ଦାବି କରିଛନ୍ତି।

ଛତିଶଗଡ ନବରଙ୍ଗପୁର
Share. Facebook Twitter LinkedIn Email WhatsApp Copy Link

Related Posts

Fake News: ଲୋକସଭାରେ ଫେକ ନ୍ୟୁଜ୍ ଉପରେ ଉତ୍ତର ରଖିଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

December 3, 2025

Swamijee Public School: ରଂଗାରଂଗ ପରିବେଶରେ ପାଳିତ ହେଲା ସ୍ୱାମୀଜୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

December 3, 2025

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କଲା ବିଜେଡି

December 3, 2025

DRDO Tests: ଡିଆରଡିଓର ଲଢ଼ୁଆ ବିମାନ ଏସ୍କେପ୍ ସିଷ୍ଟମର ସଫଳ ପରୀକ୍ଷଣ

December 3, 2025
Latest News

Fake News: ଲୋକସଭାରେ ଫେକ ନ୍ୟୁଜ୍ ଉପରେ ଉତ୍ତର ରଖିଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

December 3, 2025

Konark Festival 2nd Day: ଦ୍ବିତୀୟ ଦିନରେ ପରିବେଷଣ ହେଲା କୁଚିପୁଡ଼ି ସହ ଓଡିଶୀ 

December 3, 2025

International IDEA: ଭାରତକୁ ମିଳିଲା IDEAର ଅଧ୍ୟକ୍ଷତା, ପ୍ରତିନିଧିତ୍ବ କରିବେ CEC ଜ୍ଞାନେଶ କୁମାର 

December 3, 2025

Swamijee Public School: ରଂଗାରଂଗ ପରିବେଶରେ ପାଳିତ ହେଲା ସ୍ୱାମୀଜୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

December 3, 2025

Putin’s India Visit: ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି ପୁଟିନ, ଦୁଇ ରାଷ୍ଟ୍ର ମଧ୍ୟରେ ସ୍ବାକ୍ଷରିତ ହେବ ଏହି ଚୁକ୍ତି

December 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.