Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାର୍ଯ୍ୟଦକ୍ଷତା ବୃଦ୍ଧି କରେଇବା ପାଇଁ 2X25 କେଭି ଓଭରହେଡ୍ ବିଦ୍ୟୁତିକରଣ ପ୍ରଣାଳୀ ପ୍ରଚଳନ କରିବ ପୂର୍ବତଟ ରେଳପଥ
ଆଜିର ଖବର

କାର୍ଯ୍ୟଦକ୍ଷତା ବୃଦ୍ଧି କରେଇବା ପାଇଁ 2X25 କେଭି ଓଭରହେଡ୍ ବିଦ୍ୟୁତିକରଣ ପ୍ରଣାଳୀ ପ୍ରଚଳନ କରିବ ପୂର୍ବତଟ ରେଳପଥ

November 12, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ଅନେକ ପ୍ରମୁଖ ରେଳ ସେକ୍ସନରେ 2X25 କେଭି ଓଭରହେଡ୍ ବିଦ୍ୟୁତିକରଣ (OHE) ପ୍ରଣାଳୀର ପ୍ରବର୍ତ୍ତନ ସହିତ ଏହାର ବିଦ୍ୟୁତିକରଣ ଭିତ୍ତିଭୂମି ବୃଦ୍ଧି କରିବାକୁ ସ୍ଥିର କରିଛି। ଏହି ପଦକ୍ଷେପ ଭୋଲଟେଜ୍ ନିୟନ୍ତ୍ରଣରେ ଉନ୍ନତି ଆଣିବା, ସେମି-ହାଇ ସ୍ପିଡ୍ ଟ୍ରେନ୍ ଚଳାଚଳ ପାଇଁ ସୁଗମ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଅଧିକ କ୍ଷମତା ସମ୍ପନ୍ନ ପଣ୍ୟବାହୀ ଟ୍ରେନ୍ଗୁଡ଼ିକର ବର୍ଦ୍ଧିତ ଚଳାଚଳକୁ ସକ୍ଷମ କରିବା ପାଇଁ ଉଦ୍ଦିଷ୍ଟ।

3000 ନିୟୁତ ଟନ ପଣ୍ୟ ବୋଝେଇ କ୍ଷମତା ହାସଲ କରିବା ଏବଂ ହାଇ ସ୍ପିଡ୍ ଟ୍ରେନ୍ ର ଚଳାଚଳ ଦକ୍ଷତାକୁ ପ୍ରୋତ୍ସାହନ କରିବା ପାଇଁ ରେଳ ବୋର୍ଡର ଲକ୍ଷ୍ୟ ଅନୁଯାୟୀ,ବର୍ତ୍ତମାନ 1X25 କେଭି ଓଭରହେଡ୍ ବିଦ୍ୟୁତିକରଣ ପ୍ରଣାଳୀକୁ ଅଧିକ ଦୃଢ଼ୀଭୁତ କରାଇବା ପାଇଁ 2X25 କେଭି ପ୍ରଣାଳୀକୁ ଉନ୍ନତ କରାଯିବ। ବର୍ଦ୍ଧିତ ଟ୍ରେନ ଚଳାଚଳ ଚାପର ଚାହିଦା ପୂରଣ କରିବା ଏବଂ ରେଳ ନେଟୱାର୍କରେ ଏକ ସଠିକ୍ ଭୋଲଟେଜ୍ ସ୍ତରର ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବା ପାଇଁ ଏହି ଉନ୍ନତିକରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

2X25 କେଭି ପ୍ରଣାଳୀ ଏକ ଉଚ୍ଚ ସ୍ତରରେ (50 କେଭି) ରେ ଥିବା ଭୋଲଟେଜ୍ ବଣ୍ଟନ କରି ଏବଂ 25 କେଭି ରେ ଟ୍ରେନ୍ ଚଳାଚଳ ପାଇଁ ଶକ୍ତି ଯୋଗାଇବାରେ କାର୍ଯ୍ୟ କରେ। 50 କେଭି ଟ୍ରାନ୍ସଫର୍ମର ବ୍ୟବହାର କରି ଟ୍ରାକ୍ସନ୍ ସବ୍-ଷ୍ଟେସନ୍ (TSS) ରୁ ବିଦ୍ୟୁତ୍ ଯୋଗାଇ ଏହା କାର୍ଯ୍ୟକାରୀ କରିଥାଏ ଏବଂ ମଧ୍ୟବର୍ତ୍ତୀ ଅଟୋଟ୍ରାନ୍ସଫର୍ମର୍ସ ଟ୍ରେନ ଇଞ୍ଜିନକୁ 25 କେଭି ଶକ୍ତି ସଞ୍ଚାରିତ କରିଥାଏ। ଏହି ପ୍ରଣାଳୀ ଉନ୍ନତ ଭୋଲଟେଜ୍ ନିୟନ୍ତ୍ରଣ ସୁନିଶ୍ଚିତ କରେ, TSS ରୁ ରେଳ ସେକ୍ସନ ଏବଂ ସମାନ୍ତରାଳ ପୋଷ୍ଟଗୁଡିକ (SP) ର ଦୂରତମ ସୀମା ପର୍ଯ୍ୟନ୍ତ ବିସ୍ତାର କରେ । ବର୍ଦ୍ଧିତ ଭୋଲଟେଜ୍ ସ୍ଥିରତା ପ୍ରଦାନ କରିବା ସହିତ, ଉନ୍ନତିକରଣ ନୂତନ ପ୍ରଣାଳୀ ବୃଦ୍ଧି ପାଉଥିବା ଟ୍ରାକ୍ସନ୍ ଲୋଡ୍ କୁ ସମର୍ଥନ କରିପାରିବ, ଉଭୟ ସେମି-ହାଇ ସ୍ପିଡ୍ ଯାତ୍ରୀବାହୀ ଟ୍ରେନ୍ ଏବଂ ଭାରୀ ପଣ୍ୟବାହୀ ଟ୍ରେନର ସୁଗମ ଚଳାଚଳ ସୁନିଶ୍ଚିତ କରିବ।

ଏହି ପଦକ୍ଷେପର ଏକ ଅଂଶ ଭାବରେ, ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଏବେ ରେଳ ସେକ୍ସନ ମାନଙ୍କରେ 1X25 କେଭି ଓଭରହେଡ୍ ବିଦ୍ୟୁତିକରଣ ପ୍ରଣାଳୀ ପ୍ରଚଳିତ ଥିବାବେଳେ ଏହାର କାର୍ଯ୍ୟ ଦକ୍ଷତାକୁ ବୃଦ୍ଧି କରାଯାଇ 2X25 କେଭି ଓଭରହେଡ୍ ବିଦ୍ୟୁତିକରଣ ପ୍ରଣାଳୀରେ ରୂପାନ୍ତର କରିବାକୁ ଯୋଜନା କରିଛି। ଏହି ରେଳ ସେକ୍ସନ ଗୁଡିକ ହେଲା …

– ଭଦ୍ରକ-ଖୋର୍ଦ୍ଧା ରୋଡ୍।
– ପଲାସା-ବିଜୟନଗରମ୍।
– କଟକ-ପାରାଦୀପ।
– କଟକ-ତାଳଚେର-ଅନୁଗୁଳ।
– ବିଜୟନଗରମ୍-ରାୟଗଡା।

2X25 କେଭି ଓଭରହେଡ୍ ବିଦ୍ୟୁତିକରଣ ପ୍ରଣାଳୀ ଉନ୍ନତ କାର୍ଯ୍ୟ ପୂର୍ବତଟ ରେଳପଥର ନିର୍ମାଣ ସଂସ୍ଥା ଦ୍ୱାରା ପରିଚାଳିତ ହେଉଛି। କଟକ-ପାରାଦୀପ ଏବଂ କଟକ-ତାଳଚେର ରେଳ ସେକ୍ସନରେ ଏହି ପ୍ରଣାଳୀର କାର୍ଯ୍ୟକାରିତା ପାଇଁ ଟେଣ୍ଡର ଆମନ୍ତ୍ରିତ ହୋଇସାରିଛି ଯାହାକି ଡିସେମ୍ବର 2024 ରେ ଟେଣ୍ଡର ଖୋଲାଯିବ ଏବଂ ମାର୍ଚ୍ଚ 2027 ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି।

ସ୍ଥିରତା ଏବଂ ସବୁଜ ଶକ୍ତି ଆଡକୁ ଏକ ପଦକ୍ଷେପ:

ସ୍ଥିରତା ଏବଂ ସବୁଜ ଶକ୍ତି ପାଇଁ ପୂର୍ବତଟ ରେଳପଥର ପ୍ରତିବଦ୍ଧତା ସହିତ ଏହି ଉନ୍ନତିକରଣ କାର୍ଯ୍ୟ ମଧ୍ୟ ସମକକ୍ଷ ହୋଇଛି। 2X25 କେଭି ଓଭରହେଡ୍ ବିଦ୍ୟୁତିକରଣ ପ୍ରଣାଳୀକୁ ପରିବର୍ତ୍ତନ, ବିଦ୍ୟୁତ ଚାଳିତ ଟ୍ରେନକୁ ପ୍ରୋତ୍ସାହିତ କରି ଜୀବାଶ୍ମ ଇନ୍ଧନ ଉପରେ ରେଳ ନେଟୱାର୍କର ନିର୍ଭରଶୀଳତାକୁ ହ୍ରାସ କରିବାରେ ସହାୟକ ହେବ। ଏହି ପଦକ୍ଷେପ ଶକ୍ତି ଦକ୍ଷତାକୁ ଆହୁରି ବୃଦ୍ଧି କରାଇବ ଯାହାକି ଡିଜେଲ ତୁଳନାରେ ବୈଦୁତିକ ଟ୍ରାକ୍ସନ୍ ଅଧିକ ପରିବେଶ ଅନୁକୂଳ, ନିର୍ଗମନ ଏବଂ କାର୍ବନ ସ୍ତରକୁ ହ୍ରାସ କରିଥାଏ। ସ୍ୱଚ୍ଛ ଶକ୍ତିକୁ ପ୍ରୋତ୍ସାହିତ କରିବା ଏବଂ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଭାରତର ବ୍ୟାପକ ରଣନୀତିର ଏକ ଅଂଶ ଭାବରେ ଏହି ପଦକ୍ଷେପ କେବଳ କାର୍ଯ୍ୟକ୍ଷମ ଦକ୍ଷତାକୁ ଉନ୍ନତ କରିବ ନାହିଁ ବରଂ 2030 ସୁଦ୍ଧା ପରିବହନ କ୍ଷେତ୍ରରେ ନେଟ-ଶୂନ କାର୍ବନ ନିର୍ଗମନ ହାସଲ କରିବାରେ ଦେଶର ଲକ୍ଷ୍ୟରେ ସହାୟକ ହେବ।

ଏହି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉନ୍ନତି ପୂର୍ବତଟ ରେଳପଥ ନେଟୱାର୍କରେ ଉଭୟ ଯାତ୍ରୀ ଏବଂ ପଣ୍ୟ ପରିବହନ କାର୍ଯ୍ୟକୁ ବୃଦ୍ଧି କରାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଏ ଯାହାଦ୍ୱାରା ପୂର୍ବତଟ ରେଳପଥ ଭାରତରେ ରେଳ ବିଦ୍ୟୁତିକରଣ ଏବଂ କାର୍ଯ୍ୟକ୍ଷମ ଦକ୍ଷତାର ଶୀର୍ଷରେ ରହିବ।

ପୂର୍ବତଟ ରେଳପଥ ଭାରତୀୟ ରେଳବାଇର 17 ଟି ଜୋନ୍ ମଧ୍ୟରୁ ଅନ୍ୟତମ। ଏହା ଓଡିଶା, ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡର କିଛି ଅଂଶରେ ସେବା ପ୍ରଦାନ କରି ଏହାର ଦାୟିତ୍ୱ ସମ୍ପନ୍ନ କରି ଆସୁଅଛି । କାର୍ଯ୍ୟଦକ୍ଷତା, କ୍ଷମତା ଏବଂ ନିରାପତ୍ତାକୁ ବୃଦ୍ଧି କରାଇବା ପାଇଁ ଭିତ୍ତିଭୂମି ଆଧୁନିକୀକରଣ ଉପରେ ନିରନ୍ତର ଧ୍ୟାନ ଦେଇ ଯାତ୍ରୀ ଏବଂ ପଣ୍ୟ ପରିବହନ ପାଇଁ ଦକ୍ଷ ରେଳ ପରିବହନ ସେବା ଯୋଗାଇବା ପାଇଁ ପୂର୍ବତଟ ରେଳପଥ ସର୍ବଦା ଉତ୍ସର୍ଗୀକୃତ।

ଓଭରହେଡ୍ ବିଦ୍ୟୁତିକରଣ କାର୍ଯ୍ୟଦକ୍ଷତା ବୃଦ୍ଧି ପୂର୍ବତଟ ରେଳପଥ ଭୁବନେଶ୍ଵର
Share. Facebook Twitter LinkedIn Email WhatsApp Copy Link

Related Posts

ଚୂଡାନ୍ତ ରାଉଣ୍ଡ ନାମଲେଖା ପାଇଁ ଆଇଆଇଏମସି ପକ୍ଷରୁ ଆବେଦନ ଆହ୍ବାନ

August 4, 2025

ଇଂଲଣ୍ଡ ମୁହଁରୁ ବିଜୟ ଛଡାଇ ଆଣିଲା ଭାରତ: ସିରିଜ୍ ୨-୨ ରେ ବରାବର

August 4, 2025

ଆରପାରିରେ ପୂର୍ବତନ ମୁଖ୍ୟ ଶାସନ ସଚିବ, ଜଗନ୍ନାଥ ଗବେଷକ ସୁବାଷ ପାଣି

August 4, 2025

NRC ଭୟ!: ବାଂଲାଦେଶ ପଠାଇଦେବା ଚିନ୍ତାରେ ଆତ୍ମହତ୍ୟା କଲେ କୋଲକାତାରେ ରହୁଥିବା ବ୍ୟକ୍ତି

August 4, 2025
Latest News

ଚୂଡାନ୍ତ ରାଉଣ୍ଡ ନାମଲେଖା ପାଇଁ ଆଇଆଇଏମସି ପକ୍ଷରୁ ଆବେଦନ ଆହ୍ବାନ

August 4, 2025

ଇଂଲଣ୍ଡ ମୁହଁରୁ ବିଜୟ ଛଡାଇ ଆଣିଲା ଭାରତ: ସିରିଜ୍ ୨-୨ ରେ ବରାବର

August 4, 2025

ଆରପାରିରେ ପୂର୍ବତନ ମୁଖ୍ୟ ଶାସନ ସଚିବ, ଜଗନ୍ନାଥ ଗବେଷକ ସୁବାଷ ପାଣି

August 4, 2025

NRC ଭୟ!: ବାଂଲାଦେଶ ପଠାଇଦେବା ଚିନ୍ତାରେ ଆତ୍ମହତ୍ୟା କଲେ କୋଲକାତାରେ ରହୁଥିବା ବ୍ୟକ୍ତି

August 4, 2025

ଅଗଷ୍ଟ ୭ ରେ ଦିଲ୍ଲୀରେ ଇଣ୍ଡିଆ ବ୍ଲକ ବୈଠକ: କେଉଁ ପ୍ରସଙ୍ଗ ଉପରେ ହେବ ଆଲୋଚନା?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.