Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜିଠାରୁ ଭୁବନେଶ୍ୱରରେ ଦୁଇଦିନିଆ ‘ଚିନ୍ତନ ଶିବିର’ ଆୟୋଜନ କରିବ ଏମ୍ଏନ୍ଆରଇ
ଆଜିର ଖବର

ଆଜିଠାରୁ ଭୁବନେଶ୍ୱରରେ ଦୁଇଦିନିଆ ‘ଚିନ୍ତନ ଶିବିର’ ଆୟୋଜନ କରିବ ଏମ୍ଏନ୍ଆରଇ

November 14, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା ଆଜିଠାରୁ ଭୁବନେଶ୍ବରସ୍ଥିତ ଆଇଟିସିଠାରେ ଦୁଇଦିନିଆ ଚିନ୍ତନ ଶିବିର ଆୟୋଜନ କରାଯାଇଛି। ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ୍ ଲକ୍ଷ୍ୟ ହାସଲ କରିବା ଏବଂ ୨୦୪୭ ସୁଦ୍ଧା ୧୮୦୦ ଗିଗାଓ୍ଵାଟ୍ ର ପରବର୍ତ୍ତୀ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରଗତି ଉପରେ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯିବ।

ନଭେମ୍ବର ୧୪ ତାରିଖ ସକାଳ ୯ ଟାରେ କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟେସୋ ନାଏକ; ଓଡ଼ିଶାର ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ; ଏବଂ ଏମଏନଆରଇ ସଚିବ ପ୍ରଶାନ୍ତ କୁମାର ସିଂ ମଧ୍ୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ।

ଚିନ୍ତନ ଶିବିରର ଲକ୍ଷ୍ୟ ହେଉଛି ଭାରତର ଅକ୍ଷୟ ଶକ୍ତି ଯାତ୍ରାର ଅବିଚ୍ଛେଦ୍ୟ ଅଂଶବିଶେଷ ଭାବେ ଗ୍ରହଣ କରୁଥିବା ଅଗ୍ରଣୀ ନିଷ୍ପତ୍ତି ଗ୍ରହଣକାରୀ, ଆର୍ଥିକ ଅନୁଷ୍ଠାନ, ଶିଳ୍ପପତି, ସିଇଓ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀମାନଙ୍କୁ ଏକାଠି କରିବା। ଅଂଶଗ୍ରହଣକାରୀମାନେ ବିଭିନ୍ନ ବିଷୟଗତ ଅଧିବେଶନ ମାଧ୍ୟମରେ ଏହି କ୍ଷେତ୍ରର ପ୍ରମୁଖ ଏବଂ ଉଦୀୟମାନ ପ୍ରସଙ୍ଗ ଉପରେ ବିଚାର ବିମର୍ଶ କରିବେ।

ପ୍ରମୁଖ ଅଧିବେଶନଗୁଡ଼ିକ ମଧ୍ୟରେ ରହିବ:

ପ୍ରଥମ ଦିନ: ୧୪ ନଭେମ୍ବର ୨୦୨୪

ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନା: ୧ କୋଟି ଛାତ ଉପରେ ସୌର ଶକ୍ତି ବ୍ୟବସ୍ଥା

ଭାରତରେ ସୌର ଶକ୍ତି ଆନୁଷଙ୍ଗିକ ଉତ୍ପାଦନକୁ ପ୍ରୋତ୍ସାହିତ କରିବା

ଜମି ଏବଂ ଉଚ୍ଛେଦ – ଭାରତୀୟ ୟୁଟିଲିଟି ସ୍କେଲ ପ୍ଲାଣ୍ଟକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ସୁବିଧା

ଖଣିରୁ ମଡ୍ୟୁଲ ପର୍ଯ୍ୟନ୍ତ: ବିଶ୍ୱ ସୌର ଉତ୍ପାଦନରେ ଭାରତ

ପବନ ଶକ୍ତି ଉତ୍ପାଦନ ହବ୍‍ ଭାରତ

ଆଗାମୀ ଆରଇ କ୍ଷମତା ଏବଂ ଟ୍ରାନ୍ସମିସନ ପ୍ରସ୍ତୁତି ମଧ୍ୟରେ ଅସମାନତା

କୃଷି କ୍ଷେତ୍ରରେ ସୌର ଶକ୍ତି – ସୌର ପମ୍ପ, ଫିଡରଗୁଡିକର ସୌରୀକରଣ, ଏବଂ ଆଗ୍ରିଭୋଲଟାଇକ୍ସର ଏକୀକରଣ

ଭାରତର ସମୁଦ୍ର କୂଳ ପବନ – ଗ୍ରିଡ୍ ଏକୀକରଣ ପାଇଁ ଆଗକୁ ଯିବାର ବାଟ

ଦ୍ୱିତୀୟ ଦିନ: ୧୫ ନଭେମ୍ବର ୨୦୨୪

– ଡିସ୍କମ୍ ଦ୍ୱାରା ଅକ୍ଷୟ ଶକ୍ତିର ଉତ୍ତୋଳନ ସୁନିଶ୍ଚିତ କରିବା ପାଇଁ ରଣନୀତି – ପ୍ରତିବନ୍ଧକ, ସମ୍ଭାବନା ଏବଂ ଭବିଷ୍ୟତର ମାର୍ଗ

– ଜାତୀୟ ଜୈବିକ ଶକ୍ତି କାର୍ଯ୍ୟକ୍ରମ – ଭାରତୀୟ ଶକ୍ତି କ୍ଷେତ୍ରରେ ବାୟୋଗ୍ୟାସର ଉଦୀୟମାନ ଭୂମିକା

– ଭାରତରେ ଶକ୍ତି ସଂରକ୍ଷଣର ଉଦୀୟମାନ ଭୂମିକା – ବ୍ୟାଟେରୀ ଶକ୍ତି ଷ୍ଟୋରେଜ୍ ଏବଂ ପମ୍ପେଡ୍ ଷ୍ଟୋରେଜ୍ ଟେକ୍ନୋଲୋଜି ଉପରେ ଧ୍ୟାନ

– ଭାରତରେ କ୍ଷୁଦ୍ର ଜଳ ବିଦ୍ୟୁତ କେନ୍ଦ୍ର ପାଇଁ ଏକ ସମନ୍ବିତ ରଣନୀତି ପ୍ରସ୍ତୁତ କରିବା

– ସବୁଜ ହାଇଡ୍ରୋଜେନ ସୀମା – ଇଲେକ୍ଟ୍ରୋଲାଇଜର ଉତ୍ପାଦନ ଇକୋସିଷ୍ଟମକୁ ପୋଷଣ କରିବା ଏବଂ ଅଫଟେକ ରୋଡମ୍ୟାପ୍ ପାଇଁ ରଣନୀତି

– ଭାରତର ଡିକାର୍ବନାଇଜେସନ୍ ଯାତ୍ରାରେ ସୌର ତାପଜର ଭୂମିକା – ଆବାସିକ, ଷ୍ଟୋରେଜ୍ ଏବଂ ଶିଳ୍ପ ବ୍ୟବହାର

– ଉତ୍ତର-ପୂର୍ବ ରାଜ୍ୟ, ପାହାଡ଼ିଆ ରାଜ୍ୟ ଏବଂ ଦ୍ୱୀପପୁଞ୍ଜରେ ଅକ୍ଷୟ ଶକ୍ତି ଏକୀକରଣ

– ଫାଇନାନ୍ସ ଏବଂ ବିଜନେସ ମଡେଲରେ ଅଭିନବତା

– ଭାରତର ଶକ୍ତି ପରିବର୍ତ୍ତନକୁ ବଳ ଯୋଗାଇବା ପାଇଁ ମାନବ ସମ୍ବଳର ବିକାଶ ।

୧୫ ନଭେମ୍ବର ୨୦୨୪ ଅପରାହ୍ନ ୪ଟାରେ ଶିବିର ସମାପନ ହେବ, ଯେଉଁଠାରେ ପ୍ରତ୍ୟେକ ଅଧିବେଶନର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ଆଗାମୀ ଭବିଷ୍ୟତ ରଣନୀତି ଉପରେ ଆଲୋଚନା କରାଯିବ।

ଚିନ୍ତନ ଶିବିର ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଏବେ ଜଖପୁରା ଷ୍ଟେସନରେ ରହଣି କରିବନାହିଁ ଏହି ଯାତ୍ରୀବାହୀ ଟ୍ରେନ୍‌: ଦେଖନ୍ତୁ ତାଲିକା

February 6, 2026

ଭୁବନେଶ୍ୱରରେ ବ୍ଲାକ୍‌ ସ୍ୱାନ୍‌ ଶିଖର ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ଯୋଗଦାନ

February 6, 2026

ଭାରତ ସରକାର, ନାଗାଲାଣ୍ଡ ସରକାର ଏବଂ ଇ.ଏନ୍.ପି.ଓ. ମଧ୍ୟରେ ଐତିହାସିକ ରାଜିନାମା ସ୍ୱାକ୍ଷରିତ

February 6, 2026

ରେଢ଼ାଖୋଲରେ ନୂତନ ମାର୍କେଟ କମ୍ପ୍ଲେକ୍ସ ପାଇଁ ସରକାର ଦେଲେ ୧.୫ କୋଟି

February 6, 2026
Latest News

ଏବେ ଜଖପୁରା ଷ୍ଟେସନରେ ରହଣି କରିବନାହିଁ ଏହି ଯାତ୍ରୀବାହୀ ଟ୍ରେନ୍‌: ଦେଖନ୍ତୁ ତାଲିକା

February 6, 2026

ଭୁବନେଶ୍ୱରରେ ବ୍ଲାକ୍‌ ସ୍ୱାନ୍‌ ଶିଖର ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ଯୋଗଦାନ

February 6, 2026

ଭାରତ ସରକାର, ନାଗାଲାଣ୍ଡ ସରକାର ଏବଂ ଇ.ଏନ୍.ପି.ଓ. ମଧ୍ୟରେ ଐତିହାସିକ ରାଜିନାମା ସ୍ୱାକ୍ଷରିତ

February 6, 2026

ରେଢ଼ାଖୋଲରେ ନୂତନ ମାର୍କେଟ କମ୍ପ୍ଲେକ୍ସ ପାଇଁ ସରକାର ଦେଲେ ୧.୫ କୋଟି

February 6, 2026

ରେଢ଼ାଖୋଲରେ ରକ୍ତଦାନ ଶିବିର, ୫୧ ୟୁନିଟ ସଂଗ୍ରହ

February 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.