Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କବି ଅଶ୍ୱନୀ ମିଶ୍ର ପାଇବେ ଚଳିତ ବର୍ଷର ଶ୍ରୀବଳଦେବ ସମ୍ମାନ ପ୍ରଦାନ 
ଆଜିର ଖବର

କବି ଅଶ୍ୱନୀ ମିଶ୍ର ପାଇବେ ଚଳିତ ବର୍ଷର ଶ୍ରୀବଳଦେବ ସମ୍ମାନ ପ୍ରଦାନ 

November 14, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେନ୍ଦ୍ରାପଡ଼ା: ଜିଲ୍ଲା ସାହିତ୍ୟ ପରିଷଦ ପକ୍ଷରୁ ଓଡିଶାର ଜଣେ ବିଶିଷ୍ଟ ସାରସ୍ୱତ ସାଧକକୁ ପ୍ରଦାନ କରାଯାଉଥିବା ପୁରସ୍କାର ‘ଶ୍ରୀବଳଦେବ ସମ୍ମାନ’ ଚଳିତ ବର୍ଷ ବିଶିଷ୍ଟ କବି ଏବଂ ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଂପାଦକ ଅଶ୍ୱନୀ ମିଶ୍ରଙ୍କୁ ପ୍ରଦାନ କରାଯିବ। ଏହି ପୁରସ୍କାର ସ୍ୱରୂପ ତାଙ୍କୁ ୨୧୦୦୦/ ( ଏକୋଇଶି ହଜାର ) ମୁଦ୍ରା ସହ ମାନପତ୍ର ପ୍ରଦାନ କରାଯିବ। ଏହା ପୂର୍ବରୁ ଏହି ସମ୍ମାନ ଗାଳ୍ପିକ ପଦ୍ମଜ ପାଳ, କବି ପ୍ରସନ୍ନ ମିଶ୍ର , ନାଟ୍ୟକାର ବିଜୟ ମିଶ୍ର , ପ୍ରାବନ୍ଧିକ ନିତ୍ୟାନନ୍ଦ ସତପଥୀ , ଗାଳ୍ପିକ ଦେବ୍ରାଜ ଲେଙ୍କା, କବି ଗୋପାଳକୃଷ୍ଣ ରଥ, ପ୍ରାବନ୍ଧିକ କୃଷ୍ଣ ଭୂୟାଁ, ଗାଳ୍ପିକ ରବି ସ୍ୱାଇଁ , ପ୍ରାବନ୍ଧିକ ଧନେଶ୍ୱର ମହାପାତ୍ର , କଥାକାର ବିଜୟ ନାୟକ ପ୍ରଭୃତି ଦିଗଜ୍ ସାହିତ୍ୟିକଙ୍କୁ ପ୍ରଦାନ କରାଯାଇ ଆସିଅଛି।

ଜିଲ୍ଲା ସାହିତ୍ୟ ପରିଷଦ ପକ୍ଷରୁ ଅନ୍ୟ ପୁରସ୍କାର ମଧ୍ୟରେ ଗାଳ୍ପିକ ସ୍ୱର୍ଗତ ଅଦ୍ୱୈତ ମହାନ୍ତିଙ୍କ ସ୍ମୃତିରେ ପ୍ରବର୍ତ୍ତିତ ଅଦ୍ୱୈତ କଥା ପୁରସ୍କାର ପାଇବେ ଗାଳ୍ପିକା ସ୍ୱାଗତିକା ସ୍ୱାଇଁ ,ବିଶିଷ୍ଟ କବି ଦୀପକ ମିଶ୍ରଙ୍କ ସ୍ମୃତିରେ ପ୍ରବର୍ତ୍ତିତ ‘ଦୀପକ ମିଶ୍ର କବିତା ପୁରସ୍କାର’ ପାଇବେ କବି ଚିତ୍ତରଞନ ନାୟକ,ବ୍ରହ୍ମାନନ୍ଦ ଅନୁବାଦ ପୁରସ୍କାର ପାଇବେ ବିଶିଷ୍ଟ ଅନୁବାଦକ ପ୍ରଫେସର ତପନ ପଣ୍ଡା ,ଶ୍ରୀଜଗନ୍ନାଥ ସଂସ୍କୃତିର ଗବେଷକ ଡ. ଅସୀତ ମହାନ୍ତି ପାଇବେ ସ୍ୱର୍ଗତ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ସ୍ମୃତିରେ ପ୍ରବର୍ତ୍ତିତ ଆର୍ତ୍ତବଲ୍ଲଭ ଗବେଷଣା ପୁରସ୍କାର।

ଏହି ସବୁ ପୁରସ୍କାର ବାବଦକୁ ପ୍ରତ୍ୟେକଙ୍କୁ ପାଞ୍ଚ ହଜାର ମୁଦ୍ରା ସହ ମାନପତ୍ର ପ୍ରଦାନ କରାଯିବ। ଏତଦ୍ ବ୍ୟତିତ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ସାରସ୍ୱତ ସାଧକଙ୍କୁ ‘ତୁଳସୀ ସମ୍ମାନ’ ପ୍ରଦାନ କରାଯିବା କ୍ରମରେ ବର୍ଷିୟାନ ସାରସ୍ୱତ ସାଧକ , ବିଶିଷ୍ଟ ସର୍ବୋଦୟ ନେତା, ଚିନ୍ତକ କୃଷ୍ଣ ସିଂହଙ୍କୁ ‘ତୁଳସୀ ସମ୍ମାନ’ ପ୍ରଦାନ କରାଯିବ ବୋଲି ପରିଷଦର କାର୍ଯ୍ୟକାରିଣୀ ବୈଠକରେ ନିର୍ଣ୍ଣୟ ନିଆଯାଇଛି।

ଏହି ବୈଠକରେ ପରିଷଦର ସଭାପତି ଡ. ଅପର୍ଣ୍ଣା ମହାନ୍ତି, ଗାଳ୍ପିକ ଅତୁଲ ବଳ, କବି ମଧୁସୂଦନ ଦାସ, ଭୁବନମୋହନ ଜେନା, ନବଜ୍ୟୋତି ରାୟ, ପ୍ରଦୀପ ନାୟକ, ପ୍ରମୋଦ ମଲ୍ଲିକ, ଡ. ପ୍ରକାଶ କୁମାର ପରିଡା, ମାତୃଦତ୍ତ ମହାନ୍ତି ପ୍ରଭୃତି ଯୋଗ ଦେଇଥିଲେ। ଜିଲ୍ଲା ସାହିତ୍ୟ ପରିଷଦର ଆସନ୍ତା ବାର୍ଷିକ ଉତ୍ସବରେ ବିଶିଷ୍ଟ ଅତିଥିଙ୍କ କରକମଳରେ ଏହି ପୁରସ୍କାର ବିତରଣ ହେବ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ସଂପାଦକ ସରୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଦେଶରେ ତୈଳ, ଗ୍ୟାସ ବିଦ୍ୟୁତ ଶକ୍ତିର ସ୍ଥିତି ସଂପର୍କରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି

March 22, 2026

ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

March 22, 2026

ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷରେ ପରିବହନ ଲକ୍ଷ୍ୟ ସମୟ ପୂର୍ବରୁ ହାସଲ କଲା ନୂତନ ରେକର୍ଡ

March 22, 2026

ବି.ଏଡ଼, ଏମ.ଏଡ଼, ବି.ଏଚ.ଏଡ଼ ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି

March 22, 2026
Latest News

ଦେଶରେ ତୈଳ, ଗ୍ୟାସ ବିଦ୍ୟୁତ ଶକ୍ତିର ସ୍ଥିତି ସଂପର୍କରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି

March 22, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ରେକର୍ଡ, ଶାସନ କ୍ଷମତା ଶୀର୍ଷରେ ରହିବାର ହେଲା ୮,୯୩୧ ଦିନ

March 22, 2026

ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

March 22, 2026

ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷରେ ପରିବହନ ଲକ୍ଷ୍ୟ ସମୟ ପୂର୍ବରୁ ହାସଲ କଲା ନୂତନ ରେକର୍ଡ

March 22, 2026

ବି.ଏଡ଼, ଏମ.ଏଡ଼, ବି.ଏଚ.ଏଡ଼ ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି

March 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.