ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ସଭ୍ୟ ସଂଗ୍ରହ ଅଭିଯାନ ନିମନ୍ତେ ଦିନିକିଆ ବାରଣାସୀ ଗସ୍ତ କରିଛନ୍ତି । ଶନିବାର ମୋଦି ନିଜର ଦିନିକିଆ ଗସ୍ତରେ ବାରଣାସୀ ଗସ୍ତରେ ଯାଇ କର୍ମୀଙ୍କୁ ସମ୍ବୋଧିତ କରିବା ସହିତ ସମଗ୍ର ଦେଶବାସୀଙ୍କୁ ବିଜେପିରେ ଯୋଗଦାନ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି । ମୋଦିଙ୍କ ସହିତ ଏହି ସଭ୍ୟ ସଂଗ୍ରହ ଅଭିଯାନରେ ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପମିର ନୂତନ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ ପି ନଡ୍ଡା, ବିଜେପି ରାଜ୍ୟ ସଭାପତି ମହେନ୍ଦ୍ର ନାଥ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ । ଲାଲ ବାହାଦୁର ଶାସ୍ତ୍ରୀଙ୍କ ଦୁଇ ନାତି ଅନୀଲ ଶାସ୍ତ୍ରୀ ଏବଂ ସୁନୀଲ ଶାସ୍ତ୍ରୀ ମଧ୍ୟ ଏହି ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପ୍ରଥମେ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ନିଜ ଦିନର ଶୁଭାରମ୍ଭ କରିଥିଲେ । ବାବତପୁର ବିମାନ ବନ୍ଦରରେ ଓହ୍ଲାଇବା ପରେ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂ ମୋଦିଙ୍କୁ ସ୍ବାଗତ କରିଥିଲେ । ଭାରତୀୟ ଜନ ସଂଘର ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ 118 ତମ ଜନ୍ମ ଦିବସରେ ଏକ ବନୀକରଣ କାର୍ଯ୍ୟକ୍ରମ ଆନନ୍ଦ କାନନରେ ମଧ୍ୟ ମୋଦି ଭାଗ ନେଇଥିଲେ । ଏହା ପୂର୍ବରୁ ମେ 27 ତାରିଖରେ ମୋଦି ଶେଷଥର ପାଇଁ ବାରଣାସୀ ଗସ୍ତରେ ଆସିଥିଲେ ।
ବାରଣାସୀରେ ବିଜେପିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କଲେ ମୋଦି
Published:
Jul 6, 2019, 12:49 pm IST
Tags: