Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଆରଏସଏସ ଏକ ଆତଙ୍କବାଦୀ ସଂଗଠନ’: କଂଗ୍ରେସ ନେତାଙ୍କ ବିବାଦୀୟ ବିବୃତ୍ତି 
ଆଜିର ଖବର

‘ଆରଏସଏସ ଏକ ଆତଙ୍କବାଦୀ ସଂଗଠନ’: କଂଗ୍ରେସ ନେତାଙ୍କ ବିବାଦୀୟ ବିବୃତ୍ତି 

November 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ କୁ ନେଇ ରାଜ୍ୟରେ ରାଜନୈତିକ ତାପମାତ୍ରା ବୃଦ୍ଧି ପାଇଛି। କଂଗ୍ରେସ ଏବଂ ଏହାର ସହଯୋଗୀମାନେ କ୍ରମାଗତ ଭାବରେ ବିଜେପି ଏବଂ ଆରଏସଏସକୁ ଟାର୍ଗେଟ କରୁଛନ୍ତି। ଏହି ସମୟରେ ମହାରାଷ୍ଟ୍ରର ବରିଷ୍ଠ ନେତା ହୁସେନ୍ ଡାଲୱାଇ ରାଷ୍ଟ୍ରିୟ ସ୍ଵୟଂ ସେବକ ସଂଗଠନ (ଆରଏସଏସ) କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।

କଂଗ୍ରେସ ନେତା ହୁସେନ୍ ଦଲୱଇ ଆଜି ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଗଠନ (ଆରଏସଏସ) କୁ ଆତଙ୍କବାଦୀ ସଂଗଠନ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ଲୋକଙ୍କୁ ହିଂସା ଶିକ୍ଷା ଦେଉଛନ୍ତି ବୋଲି କହିଛନ୍ତି।

‘ଆରଏସଏସ ଏକ ଆତଙ୍କବାଦୀ ସଂଗଠନ’:

କଂଗ୍ରେସ ନେତା ହୁସେନ୍ ଦଲୱଇ କହିଛନ୍ତି ଯେ, “ଆରଏସଏସ ଏକ ଆତଙ୍କବାଦୀ ସଂଗଠନ। ସେମାନେ ଲୋକଙ୍କୁ ହିଂସା ଶିକ୍ଷା ଦିଅନ୍ତି। ଆରଏସଏସ ପିଲାମାନଙ୍କୁ ଚାରିଟି ଜିନିଷ ଶିଖାଏ। ପ୍ରଥମତଃ ସେମାନେ ପିଲାମାନଙ୍କୁ ମିଛ କହିବା ଶିଖାନ୍ତି। ଦ୍ଵିତୀୟତଃ ସେମାନେ ପିଲାମାନଙ୍କୁ ହିଂସା ଶିକ୍ଷା ଦିଅନ୍ତି। ଯାହା ସମ୍ପୂର୍ଣ୍ଣ ଭୁଲ ଅଟେ। ସେମାନେ କୁହନ୍ତି ଯେ, ମହାତ୍ମା ଗାନ୍ଧୀଙ୍କ କାରଣରୁ ଦେଶ ବିଭାଜନ ହୋଇଛି। ଏଥିପାଇଁ ଲୋକମାନେ ଭୟଭୀତ ହୋଇପଡିଛନ୍ତି।

ଆରଏସଏସ ବିରୋଧରେ ଗୁରୁତର ଅଭିଯୋଗ:

ଆରଏସଏସ ବିରୋଧରେ ଗୁରୁତର ଅଭିଯୋଗ କରି ସେ କହିଛନ୍ତି ଯେ, “ଆରଏସଏସ ଏକ ବିପଜ୍ଜନକ ସଂଗଠନ ଏବଂ ମୁଁ ଏହାର ପ୍ରମାଣ ଦେଉଛି। ପ୍ରଥମ ପ୍ରମାଣ ହେଉଛି ଜନ ସଂଘର ପ୍ରତିଷ୍ଠାତାଙ୍କୁ ହତ୍ୟା କରାଯାଇଥିଲା। ହତ୍ୟା ଘଟଣାର ତଦନ୍ତ ପାଇଁ ବଲରାଜ ମଧୋକଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଥିଲା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ତିନିମାସ ଧରି ମଧୋକ ସବୁଆଡେ ଯାତ୍ରା କରି ରିପୋର୍ଟ ପ୍ରସ୍ତୁତ କରିଥିଲେ। ସେ ବାରାଣାସୀ ଏବଂ ଅନ୍ୟାନ୍ୟ ସ୍ଥାନକୁ ଯାଇଥିଲେ ମଧ୍ୟ ରିପୋର୍ଟ ଲୁଚି ରହିଥିଲା। ସେ ଏକ ପୁସ୍ତକ ମଧ୍ୟ ପ୍ରକାଶ କରିଥିଲେ, ଯେଉଁଥିରେ ସେ ଏହି ରିପୋର୍ଟ ବିଷୟରେ ସବୁକିଛି ସାର୍ବଜନୀନ କରିଥିଲେ।”

ମହାତ୍ମା ଗାନ୍ଧୀଙ୍କ ହତ୍ୟା ପାଇଁ ଆରଏସଏସ ଦାୟୀ:

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ମହାତ୍ମା ଗାନ୍ଧୀଙ୍କ ହତ୍ୟା ପାଇଁ ଆରଏସଏସ ଦାୟୀ। ଆଜି ପର୍ଯ୍ୟନ୍ତ ସେମାନେ ଏଥିପାଇଁ କ୍ଷମା ମାଗି ନାହାଁନ୍ତି। ଆଜି ପର୍ଯ୍ୟନ୍ତ ସେମାନେ କହି ନାହାଁନ୍ତି ଯେ ତାଙ୍କୁ ହତ୍ୟା କରାଯାଇଛି ଏବଂ ଏହା ଆମର ଦୋଷ। ଏହା ବ୍ୟତୀତ ସେମାନେ କହିଛନ୍ତି ଯେ, ହିନ୍ଦୁମାନେ ସେହିମାନେ,ଯେଉଁମାନେ ଭାରତର ପରମ୍ପରାକୁ ଅନୁସରଣ କରନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ସେମାନଙ୍କର ମୁଖପାତ୍ର ମୋ ବିଷୟରେ କୁହନ୍ତି ଯେ ମୁଁ ହିନ୍ଦୁମାନଙ୍କୁ ହତ୍ୟାକାରୀ ବୋଲି କହିଛି। ଆଦୌ ନୁହେଁ, ଜଣେ ହିନ୍ଦୁ କିପରି ଆତଙ୍କବାଦୀ ହୋଇପାରିବ?” ସେ ଆହୁରି ମଧ୍ୟ କହିଛନ୍ତି ଯେ, “ହିନ୍ଦୁ ହେଉଛନ୍ତି ସେମାନେ, ଯେଉଁମାନେ ଭାରତର ସମ୍ପୂର୍ଣ୍ଣ ପରମ୍ପରା, ମହାରାଷ୍ଟ୍ରର ପରମ୍ପରାକୁ ପାଳନ କରନ୍ତି, ଯେପରିକି ତୁକାରାମ ଏବଂ ଜ୍ଞାନେଶ୍ୱର ମହାରାଜ। ଆମେ ମହାତ୍ମା ଫୁଲେ, ବାବା ସାହେବ ଆମ୍ବେଦକର, ମହାତ୍ମା ଗାନ୍ଧୀ, ଶିବାଜୀ ମହାରାଜଙ୍କୁ ବିଶ୍ଵାସ କରୁ।”

Congress Hussain Dalwai Maharashtra Election 2024 RSS
Share. Facebook Twitter LinkedIn Email WhatsApp Copy Link

Related Posts

କୋର୍ଟ ଚାଲିଥିବା ବେଳେ ଭାରତର ମୁଖ୍ୟ ବିଚାରପତିଙ୍କ ଉପରକୁ ଚପଲ ଫିଙ୍ଗିଲେ ଓକିଲ

October 6, 2025

ଭୁବନେଶ୍ବର କଳ୍ପନା ଟକିଜ୍ ମାଲିକ ତଥା ବାୟୁସେନାର ପ୍ରାକ୍ତନ ବୈମାନିକ ସୂର୍ଯ୍ୟ କୁମାର ନନ୍ଦଙ୍କ ଦେହାନ୍ତ

October 6, 2025

ସୋଆ ଆଇବିସିଏସ୍ ଏବଂ ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ‘ସ୍ୱଚ୍ଛତା ଅଭିଯାନ’ କାର୍ଯ୍ୟକ୍ରମ ଆୟୋଜିତ

October 6, 2025

ବିହାର ନିର୍ବାଚନ ପୂର୍ବରୁ ଆଶ୍ଚର୍ଯ୍ୟଜନକ ସର୍ଭେ: ପୁଣି ମହାଗଠବନ୍ଧନକୁ ଝଟକା ଦେଇପାରେ NDA

October 6, 2025
Latest News

କୋର୍ଟ ଚାଲିଥିବା ବେଳେ ଭାରତର ମୁଖ୍ୟ ବିଚାରପତିଙ୍କ ଉପରକୁ ଚପଲ ଫିଙ୍ଗିଲେ ଓକିଲ

October 6, 2025

ଭୁବନେଶ୍ବର କଳ୍ପନା ଟକିଜ୍ ମାଲିକ ତଥା ବାୟୁସେନାର ପ୍ରାକ୍ତନ ବୈମାନିକ ସୂର୍ଯ୍ୟ କୁମାର ନନ୍ଦଙ୍କ ଦେହାନ୍ତ

October 6, 2025

ସୋଆ ଆଇବିସିଏସ୍ ଏବଂ ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ‘ସ୍ୱଚ୍ଛତା ଅଭିଯାନ’ କାର୍ଯ୍ୟକ୍ରମ ଆୟୋଜିତ

October 6, 2025

ବିହାର ନିର୍ବାଚନ ପୂର୍ବରୁ ଆଶ୍ଚର୍ଯ୍ୟଜନକ ସର୍ଭେ: ପୁଣି ମହାଗଠବନ୍ଧନକୁ ଝଟକା ଦେଇପାରେ NDA

October 6, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ଜନଶୁଣାଣି ଶିବିର

October 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.