Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶୈଳବାଳା ମହିଳା କଲେଜର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସୋଆରେ ବିଶେଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଜିର ଖବର

ଶୈଳବାଳା ମହିଳା କଲେଜର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସୋଆରେ ବିଶେଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

November 15, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) ଠାରେ ବିଶ୍ୱବିଦ୍ୟାଳୟ ପକ୍ଷରୁ କଟକସ୍ଥିତ ଶୈଳବାଳା ମହିଳା ସ୍ୱୟଂଚାଳିତ ମହାବିଦ୍ୟାଳୟର ଗୃହ ବିଭାଗ ସ୍ନାତକୋତର ଛାତ୍ରୀମାନଙ୍କ ପାଇଁ ନଭେମ୍ବର ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ହୋଟେଲ ଅପରେସନ ଉପରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ଆଜିର ଯୁବପିଢିକୁ ହୋଟେଲ ଶିଳ୍ପର ଚାରିଟି ପ୍ରମୁଖ ବିଭାଗ ଯଥା ଫ୍ରଂଟ ଅଫିସ, ହାଉସ୍ କିପିଙ୍ଗ୍‌, ଫୁଡ୍ ଆଣ୍ଡ ବେଭେରେଜ୍ ସର୍ଭିସ୍ ଓ ପ୍ରଡକ୍ସନ ଉପରେ ପ୍ରଶିକ୍ଷିତ କରାଇ ସେମାନଙ୍କର ଦୃଷ୍ଟିକୋଣ, ଦକ୍ଷତା ଓ ଜ୍ଞାନ ବଢାଇବା ପାଇଁ ଅବସର ପ୍ରଦାନ କରିବା ଏବଂ ଏହି ସଂପୂର୍ଣ୍ଣ କାର୍ଯ୍ୟକ୍ର୍ରମ ମାଧ୍ୟମରେ ସେମାନଙ୍କୁ ଆବଶ୍ୟକୀୟ ଦକ୍ଷତା ଏବଂ କ୍ଷମତା ପ୍ରଦାନ କରିବା। ଏହି କାର୍ଯ୍ୟକ୍ରମରେ ଗ୍ର୍ରାହକ ସେବା, ଯୋଗାଯୋଗ, ସମସ୍ୟା ସମାଧାନ ଏବଂ ସଂଚାଳନ ଭଳି ଅନ୍ୟାନ୍ୟ କ୍ଷେତ୍ର ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଇଥିଲା।

ଏହି ସଂପୂର୍ଣ୍ଣ କାର୍ଯ୍ୟକ୍ରମରେ ପେଶାଦାର ଓ ପ୍ରବୀଣ ବ୍ୟକ୍ତି ବିଶେଷଙ୍କ ତତ୍ୱାବଧାନରେ ଆତିଥ୍ୟ ଓ ପର୍ଯ୍ୟଟନ ଶିଳ୍ପ ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା। ଏଥିରେ ଶୈଳବାଳା ମହିଳା ମହାବିଦ୍ୟାଳୟର ୪୩ ଜଣ ଛାତ୍ରୀ ଓ କିଛି ଅଧ୍ୟାପିକା ଅଂଶ ଗ୍ରହଣ କରିଥିଲେ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ର୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ଉପସ୍ଥିତ ରହି ଛାତ୍ରୀମାନଙ୍କର ଜୀବନରେ ଏହି ପ୍ରଶିକ୍ଷଣର ଉପାଦେୟତା ଓ ଗୁରୁତ୍ୱକୁ ବ୍ୟାଖ୍ୟା କରିଥିଲେ ଏବଂ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ଛାତ୍ରୀମାନଙ୍କୁ  ପ୍ରୋତ୍ସାହିତ କରିଥିଲେ।

ଏସ୍‌ଏଚ୍‌ଏମ୍‌ ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ହଟକେଶ୍ୱର ମକର ମହୋତ୍ସବର ପ୍ରସ୍ତୁତି ବୈଠକ

December 30, 2025

ରବି ଫସଲ ପାଇଁ କୃଷି ରଣନୀତି କମିଟି ବୈଠକ ଅନୁଷ୍ଠିତ

December 30, 2025

ନିର୍ବନ୍ଧ ପରେ ଏବେ ଚର୍ଚ୍ଚାରେ ପ୍ରିୟଙ୍କା ଗାନ୍ଧୀଙ୍କ ପୁତ୍ରବଧୂ, ଜାଣନ୍ତୁ କେଉଁ ଧର୍ମର ଅଟନ୍ତି ଅଭିଭା ବେଗ୍?

December 30, 2025

ଓଡିଶା ନିଯୁକ୍ତି ମେଳା-୨୦୨୫: ୧୧ଟି ବିଭାଗରେ ନିଯୁକ୍ତି ପାଇଲେ ୧୫୪୩ ଜଣ ଆଶାୟୀ

December 30, 2025
Latest News

ହଟକେଶ୍ୱର ମକର ମହୋତ୍ସବର ପ୍ରସ୍ତୁତି ବୈଠକ

December 30, 2025

ରବି ଫସଲ ପାଇଁ କୃଷି ରଣନୀତି କମିଟି ବୈଠକ ଅନୁଷ୍ଠିତ

December 30, 2025

ନିର୍ବନ୍ଧ ପରେ ଏବେ ଚର୍ଚ୍ଚାରେ ପ୍ରିୟଙ୍କା ଗାନ୍ଧୀଙ୍କ ପୁତ୍ରବଧୂ, ଜାଣନ୍ତୁ କେଉଁ ଧର୍ମର ଅଟନ୍ତି ଅଭିଭା ବେଗ୍?

December 30, 2025

ଓଡିଶା ନିଯୁକ୍ତି ମେଳା-୨୦୨୫: ୧୧ଟି ବିଭାଗରେ ନିଯୁକ୍ତି ପାଇଲେ ୧୫୪୩ ଜଣ ଆଶାୟୀ

December 30, 2025

IFFCO Literature Award: ଇଫିକୋ ପୁରସ୍କାର ପାଇଲେ ସାହିତ୍ୟିକ ମୈତ୍ରେୟୀ ପୁଷ୍ପା ଏବଂ ଅଙ୍କିତା ଜୈନ

December 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.