Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୋବରୀ ବାଲିଯାତ୍ରା ପକ୍ଷରୁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ 
ଆଜିର ଖବର

ଗୋବରୀ ବାଲିଯାତ୍ରା ପକ୍ଷରୁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

November 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେନ୍ଦ୍ରାପଡା: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ନମୀ ଅବସରରେ ଗୋବରୀ ବାଲିଯାତ୍ରାର ୨ୟ ବାର୍ଷିକ ଉତ୍ସବ ପାଳନ ଉପଲକ୍ଷେ କମିଟିର ସଭାପତି ବିବେକାନନ୍ଦ ମହାରଣାଙ୍କ ନେତୃତ୍ୱରେ ଏବଂ ସଂପାଦକ କରୁଣାକର ଦାସଙ୍କ ତତ୍ୱାବଧାନରେ ପୂର୍ବାହ୍ନ ୯ ଘଟିକା ସମୟରେ ବହୁ ଆଡମ୍ବର ପୂର୍ଣ୍ଣ ଭାବେ ତିନିମହାଣୀ, ଚଟିପୋଲ, ସନ୍ନିକଟ ଗୁଲନଗର ଗ୍ରାମ ଗୋବରୀ ନଦୀ ପଠାରେ ଏହି ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ପୋଲିସ୍, ଫାୟାର ଓ ଆମ୍ବୁଲାନସ୍ ଟମ୍ ସହିତ ଶାନ୍ତି, ଶ୍ରୁଙ୍ଖଳାର ସହିତ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଗୀତାଞ୍ଜଳୀ ସେଠୀ ଯୋଗ ଦେଇଥିଲେ। ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ୭ ଜଣ ସାଧବପୁଅ ମାନଙ୍କୁ ୭ ଜଣ ସାଧବ ବୋହୁମାନେ ବନ୍ଦାପନା କରି ଘଣ୍ଟ, ଘଣ୍ଟା, ଶଂଙ୍ଖ, ହୁଳହୁଳି, ଫୁଲ, ଚନ୍ଦନ ଦେଇ ସୁସଜିତ ବେଶରେ ବୋଇତରେ ଐତିହ୍ୟ, ସଂସ୍କ୍ରୁତି, ପରମ୍ପରାକୁ ଉଜୀବିତ କରି ରଖିବା ପାଇଁ ଦରିଆ ଆରପାରିକୁ ବାଣୀଜ୍ୟ, ବ୍ୟବସାୟ କରିବା ଉଦ୍ଧେଶ୍ୟରେ ମେଲାଣୀ ଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କମିଟିର ଉପସଭାପତି ପ୍ରଫୁଲ୍ଲ କୁମାର ଦାସ ଓ ସହସମ୍ପାଦକ ଶାନ୍ତି ସ୍ୱରୂପ ଭୂୟାଁ। ମଞ୍ଚ ସମ୍ମୁଖରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ମହେନ୍ଦ୍ର ମିଶ୍ର, ଯୁଗ୍ମ ସଂପାଦକ ମାଧବ ଚନ୍ଦ୍ର ପ୍ରଧାନ, ସାମ୍ବାଦିକ ନୀହାର ରଂଜନ ସାହୁ, ସମାଜସେବୀ ଉମେଶ ଦାସ, କୋଷାଧ୍ୟକ୍ଷ ପବିତ୍ର ବେହେରା, ଅକ୍ଷୟ ସେନାପତୀ, ନାରୀନେତ୍ରୀ ପାର୍ବତୀ ବେହେରା, ଚାରୁଲତା ଭୂୟାଁ, ଅଭିଜୀତ ଦାସ, ପ୍ରିୟତ୍ତମା ରାଉଳ, ତନୁଜା ଥାପା, ନୃତ୍ତ୍ୟ ଶିକ୍ଷକ ଦୀପକ କୁମାର ସାହୁ, କବି ଅଶୋକ କୁମାର ସାହୁ, ବୈଜୟନ୍ତି ଗୋଛାୟତ, ଇନ୍ଦୁରେଖା ସାହାଣୀ, ବର୍ଷାରାଣୀ ସେଠୀ, କାଳନ୍ଦୀ ସେଠୀ, କବୟିତ୍ରୀ ସ୍ୱର୍ଣ୍ନଲତା ସ୍ୱାଇଁ, ଭାବନ ସାହୁ, ଜୟନ୍ତୀ ଦାସଙ୍କ ସମେତ ଅନୀତା ମହାନ୍ତି, ନୀରଞ୍ଜନ ପରିଡା ଓ ନୀହାର ରଞନ ପରିଡା ପ୍ରମୂଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସମସ୍ତ ସାହାଯ୍ୟ ସହଯୋଗ କରିଥିଲେ।

ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ସ୍ଥାନୀୟ ସମିତି ସଭ୍ୟ ରବିନ୍ଦ୍ର କୁମାର ସାହୁ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପୁଣି କମିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ ରହିଛି ଆଜିର ଦର?

February 17, 2026

ଭାରତ ବଡ଼ କାର୍ଯ୍ୟାନୁଷ୍ଠାନ: ଜବତ କଲା ତିନୋଟି ଇରାନୀ ତେଲ ଟ୍ୟାଙ୍କର!

February 17, 2026

ବିଆଇଏସ୍‌ ମାନକ ଅନୁପାଳନ ନକରିବାରୁ ସ୍ନାପଡିଲ୍‌କୁ ୫ ଲକ୍ଷ ଜରିମାନା

February 17, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜିଓ ପାଭିଲିଅନ୍ ପରିଦର୍ଶନ

February 17, 2026
Latest News

ଆଜି ପୁଣି କମିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ ରହିଛି ଆଜିର ଦର?

February 17, 2026

ଭାରତ ବଡ଼ କାର୍ଯ୍ୟାନୁଷ୍ଠାନ: ଜବତ କଲା ତିନୋଟି ଇରାନୀ ତେଲ ଟ୍ୟାଙ୍କର!

February 17, 2026

ରୋମାଞ୍ଚକର ସ୍ଥିତିରେ ଟି ୨୦ ବିଶ୍ୱକପ୍‌: ଏହି ପାଞ୍ଚଟି ଦଳ ଉପରେ ଝୁଲୁଛି ଖଣ୍ଡା

February 17, 2026

ବିଆଇଏସ୍‌ ମାନକ ଅନୁପାଳନ ନକରିବାରୁ ସ୍ନାପଡିଲ୍‌କୁ ୫ ଲକ୍ଷ ଜରିମାନା

February 17, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜିଓ ପାଭିଲିଅନ୍ ପରିଦର୍ଶନ

February 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.