Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶିଶୁ ଦିବସ ଅବସରରେ କ୍ରାନ୍ତିର ଅଭିନବ ପ୍ରୟାସ
ଆଜିର ଖବର

ଶିଶୁ ଦିବସ ଅବସରରେ କ୍ରାନ୍ତିର ଅଭିନବ ପ୍ରୟାସ

November 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସ୍ଥାନୀୟ ବ୍ରହ୍ମା ନଗରସ୍ଥିତ ପ୍ରଥମ ସରଣୀସ୍ଥିତ କ୍ରାନ୍ତି ଅନୁଷ୍ଠାନ ତରଫରୁ ଶିଶୁ ଦିବସ ଅବସରରେ ରଙ୍ଗରଙ୍ଗ ସାଂସ୍କୃତିକ ସହ ଶିଶୁ କର୍କଟ ସଚେତନତା କାର୍ଯ୍ୟକ୍ରମ ରେଡ୍ ରୋଜ ଶିଶୁ ଦିବସ-୨୦୨୪ ସ୍ଥାନୀୟ ହିଲିପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ମହାସମାରୋହର ପାଳିତ ହୋଇଯାଇଛି। ଏହି ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ ମୂଖ୍ୟ ଅତିଥି ରୁପେ ଯୋଗ ଦେଇ କୁନି କୁନି ପିଲାମାନଙ୍କୁ ଆଜିର ଦିନର ମହତ୍ତ୍ଵ ସହ ଜଙ୍କ ଖାଦ୍ୟ ନ ଖାଇବାକୁ ପରାମର୍ଶ ଦେଇଥିଲେ।

କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ କର୍କଟ ରୋଗୀ ଡ. ଦେବାନନ୍ଦ ଦାଶ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିଥିବା ବେଳେ ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାସ, ଏସ.ଏମ.ଆଇ.ଟିର ସଭାପତି ଡଃ. ଭଗବାନ ଗନ୍ତାୟତ, ବ୍ରହ୍ମପୁର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ଦୀପକ କୁମାର ସାହୁ, ଗଞ୍ଜାମ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ସାହୁ, ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କୁନିକୁନି କଳାକାରମାନଙ୍କୁ ଉତ୍ସାହିତ କରିବା ସହ ଅନୁଷ୍ଠାନ ତରଫରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ କର୍କଟ ରୋଗର କାରଣ ଓ ନିରାକରଣ ବିଷୟରେ ବିସ୍ତୃତ ବିବରଣୀ ଉଲ୍ଲେଖ କରିଥିଲେ।

ଏତଦବ୍ୟତୀତ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଅରବିନ୍ଦ ବେହେରା, ଏମକେସିଜି ମେଡିକାଲ୍ କଲେଜ ଓ ହସ୍ପିପିଟାଲର ଶିଶୁ ରୋଗ ବିଶେଷଜ୍ଞ ଡ଼ାକ୍ତର ହେମନ୍ତ କୁମାର ସିଂ, କାଲାମ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ସମ୍ପାଦକ ସନ୍ତୋଷ କୁମାର ଜେନା, ସମାଜସେବୀ ତଥା ଯୁବ ବ୍ୟବସାୟୀ କେ.ରାଜ କୁମାର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଉପସ୍ଥିତ ଥିବା ସମସ୍ତ ଅବିଭାବକ ଓ ବିଦ୍ୟାର୍ଥୀମାନକୁ ଶିଶୁ ଦିବସ ଉଦ୍ଦେଶ୍ୟ ସହ ଶିଶୁ କର୍କଟ ରୋଗ ଉପରେ ସଚେତନ କରାଇଥିଲେ। ଡାକ୍ତର ସିଂ ଶିଶୁ କର୍କଟ ରୋଗ ଉପରେ ସମସ୍ତଙ୍କୁ ସଚେତନ କରିବା ସହ ତାର କ୍ରାନ୍ତି ଅନୁଷ୍ଠାନର ଡ.ଦାଶ ଦର୍ଶକଙ୍କୁ ଶିଶୁ କର୍କଟ ଉପରେ ସଚେତନ କରି କର୍କଟ ମୁକ୍ତ ଭାରତ ପାଇଁ ସହଯୋଗର ହାତ ବଢ଼ାଇବାକୁ ନିବେଦନ କରିଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନର କୁନି କୁନି କଳାକାର ସହ ବିଭିନ୍ନ ବିଦ୍ୟାଳୟର ଶିଶୁ ମାନେ ଦଳଗତ ନୃତ୍ୟ ପରିବେଷଣ କରିଥିଲେ। କ୍ରାନ୍ତି ଅନୁଷ୍ଠାନର କଳାକାର ଚର୍ଚ୍ଚିକା ଙ୍କ ମା କାଳୀ ନୃତ୍ୟ ଦର୍ଶକମାନଙ୍କୁ ବେଶ୍ ମନଛୁଆଁ ହୋଇଥିଲା। ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ପ୍ରାୟ ସାତ ଶହ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବାସହ କୃତି ଛାତ୍ରଛାତ୍ରୀ ମାନକୁ ଅତିଥିମାନଙ୍କ ଦ୍ଵାରା ମାନପତ୍ର ସହ ପୁରସ୍କୃତ କରାଯାଇଥିଲା।

ଏହି ଅବସରରେ ସମସ୍ତ ଦର୍ଶକମାନେ ଆଗ୍ରହର ସହ କାର୍ଯକ୍ରମକୁ ଉପଭୋଗ କରିବା ସହ କୁନି କୁନି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ।ଦଳଗତ ନୃତ୍ୟ ପ୍ରତିଯୋଗିତାରେ ଦିଲ୍ଲୀ ପବ୍ଲିକ ସ୍କୁଲ, ସରସ୍ଵତୀ ଶିଶୁ ମନ୍ଦିର ମାଝିଗଉଁ,,ଲିଟ୍ଟଲ୍ ସ୍କୋଲର ସ୍କୁଲ୍ ଓ ବ୍ରହ୍ମପୁର ପବ୍ଲିକ ସ୍କୁଲ କୁ ପୁରସ୍କୃତ କରାଯାଇଥିଲା। ମହାନ୍ ସଂଘ ସଭାପତି ସୁଶାନ୍ତ ସାବତ ଓ ଶ୍ରଦ୍ଧା ଫାଉଣ୍ଡେସନ ସଭାପତି ପ୍ରଣବ କୁମାର ପଣ୍ଡା ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ।

କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନର ନିର୍ମଳା ଦାଶ, ଦେବରାଜ ରାଉତ, ଅନିଲ କୁମାର ସେଠୀ, ଅରୁଣ ପଟ୍ଟନାୟକ, ସ୍ନିଗ୍ଧା ମହାରଣା, ପରମାନନ୍ଦ ପଣ୍ଡା, ରାଜାରାମ ପାଢୀ, ମିନୋତି ପଟ୍ଟନାୟକ, ଧନଜୟ ପାଣିଗ୍ରାହୀ, ୟା. ଲାବନ୍ୟା, ଚର୍ଚ୍ଚିକା ଦାଶ ଓ ଚିନ୍ମୟାନନ୍ଦ ଦାଶଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଶିଶୁ ଦିବସ ସଚେତନତା କାର୍ଯ୍ୟକ୍ରମ
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.