Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୦୩୦ ସୁଦ୍ଧା ୫୦୦ ଗିଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ ପାଇଁ ଗଠିତ ହେବ ସମର୍ପିତ ଟାସ୍କ ଫୋର୍ସ: କେନ୍ଦ୍ର ମନ୍ତ୍ରୀ 
ଆଜିର ଖବର

୨୦୩୦ ସୁଦ୍ଧା ୫୦୦ ଗିଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ ପାଇଁ ଗଠିତ ହେବ ସମର୍ପିତ ଟାସ୍କ ଫୋର୍ସ: କେନ୍ଦ୍ର ମନ୍ତ୍ରୀ 

November 15, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ୨୦୩୦ ସୁଦ୍ଧା ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ ପାଇଁ ଶକ୍ତି ମନ୍ତ୍ରଣାଳୟ ସହଭାଗିତାରେ ସବୁ ଅଂଶୀଦାରଙ୍କୁ ନେଇ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଏକ ସମର୍ପିତ ଟାସ୍କ ଫୋର୍ସ ଗଠନ କରାଯିବ ବୋଲି କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ  ପ୍ରହ୍ଲାଦ ଯୋଶୀ ଘୋଷଣା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୋଶୀ ଆଜି ଭୁବନେଶ୍ୱର ଠାରେ  ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଦୁଇ ଦିନିଆ ଚିନ୍ତନ ଶିବିରର ଉଦଯାପନୀ ସମାରୋହକୁ ସମ୍ବୋଧିତ କରି ଏହି ଘୋଷଣା କରିଛନ୍ତି।

ଆସନ୍ତା ଛଅ ବର୍ଷ ମଧ୍ୟରେ ୨୮୮ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତା ସ୍ଥାପନ କରିବାର ଆବଶ୍ୟକତା ଉପରେ କେନ୍ଦ୍ର ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ, ଯେଉଁଥିରେ ପ୍ରସାରଣ ଭିତ୍ତିଭୂମି ସମେତ ୪୨ ଲକ୍ଷ କୋଟି ଟଙ୍କାର ନିବେଶ ଆବଶ୍ୟକତା ରହିଛି। ଅକ୍ଷୟ ଶକ୍ତି କ୍ଷେତ୍ରରେ ବିଭିନ୍ନ ଆହ୍ୱାନର ସମାଧାନ ପାଇଁ ସମସ୍ତ ଅଂଶୀଦାରମାନେ ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୋଶୀ ଉଲ୍ଲେଖ କରିଥିଲେ ଯେ ଏହି କାର୍ଯ୍ୟକ୍ରମରେ ୧୨ଟି ପ୍ରମୁଖ ଅକ୍ଷୟ ଶକ୍ତି ଉତ୍ପାଦନକାରୀ ରାଜ୍ୟ ଅଂଶଗ୍ରହଣ କରିବା ସହିତ ୧୧୭ ଜଣ ଶିଳ୍ପପତି ଏବଂ ରାଜ୍ୟ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ୬୭ ଜଣ ପ୍ରତିନିଧି ଭାଗନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷିତ ‘‘ପଞ୍ଚାମୃତ’’ ସଂକଳ୍ପ ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଇ ସେ ୨୦୩୦ ମସିହାରେ ୫୦୦ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତା ହାସଲ ଲକ୍ଷ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ଅକ୍ଷୟ ଶକ୍ତି ପ୍ରଯୁକ୍ତି ଓ ସମାଧାନର ସ୍ୱଦେଶୀକରଣକୁ ପ୍ରୋତ୍ସାହିତ କରିବାର ପ୍ରତିଶ୍ରୁତିବଦ୍ଧତା ସହିତ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଅକ୍ଷୟ ଶକ୍ତି କ୍ଷେତ୍ରରେ ଷ୍ଟାର୍ଟଅପଗୁଡିକ ପାଇଁ ହାକାଥନ ଆୟୋଜନ କରିବ। ଆରଇ କ୍ଷେତ୍ରରେ ଉଦ୍ଭାବନ ଏବଂ ବୈଷୟିକ ଉନ୍ନତିକୁ ପ୍ରୋତ୍ସାହିତ କରିବା ପାଇଁ ଶକ୍ତି ମନ୍ତ୍ରଣାଳୟ ସହଯୋଗରେ ଗବେଷଣା ଓ ବିକାଶ ପାଇଁ ଏକ ନୂତନ ଯୁଗ୍ମ ଉତ୍କର୍ଷ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯିବ। ଅକ୍ଷୟ ଶକ୍ତି ପ୍ରକଳ୍ପଗୁଡ଼ିକର ସଫଳତା ସୁନିଶ୍ଚିତ କରିବା ପାଇଁ ବିଦ୍ୟୁତ କ୍ରୟ ଚୁକ୍ତି (ପିପିଏ)କୁ ଶୀଘ୍ର ଚୂଡ଼ାନ୍ତ ରୂପ ଦେବା ଏବଂ ଅକ୍ଷୟ କ୍ରୟ ଉତ୍ତରଦାୟିତ୍ୱ (ଆରପିଓ)କୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ମନ୍ତ୍ରୀ ଆହ୍ୱାନ ଦେଇଥିଲେ।

ଶ୍ରୀ ଯୋଶୀ କହିଥିଲେ, ୧୪୦ ଗିଗାୱାଟ୍‌ ସୌର ଶକ୍ତି ଉତ୍ପାଦନ କ୍ଷମତା ସହିତ ଓଡ଼ିଶାରେ ବ୍ୟାପକ ଅକ୍ଷୟ ଶକ୍ତି ସମ୍ଭାବନା ରହିଛି। ଏହାର ସୁଦୀର୍ଘ ଉପକୂଳ ଏବଂ ବନ୍ଦର ଭିତ୍ତିଭୂମି ଥିବାରୁ ସବୁଜ ହାଇଡ୍ରୋଜେନ୍‌ ପାଇଁ ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି। ଓଡ଼ିଶାକୁ ଅକ୍ଷୟ ଶକ୍ତିର ଏକ ପ୍ରମୁଖ କେନ୍ଦ୍ର ଭାବେ ବିକଶିତ କରିବା ଏବଂ ରାଜ୍ୟରେ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନର ପରିସର ଅନୁସନ୍ଧାନ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଓଡ଼ିଶାରେ ଫ୍ଲୋଟିଂ ସୋଲାର ପ୍ୟାନେଲର ସମ୍ଭାବନା ମଧ୍ୟ ଅନ୍ୱେଷଣ କରାଯିବ ବୋଲି ସେ କହିଛନ୍ତି। ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ସୌର ମଡ୍ୟୁଲ୍, ସୋଲାର ସେଲ୍ ଏବଂ ଇଙ୍ଗୋଟ୍-ୱେଫର ଉତ୍ପାଦନ ପାଇଁ ଗୋଟିଏ ଏଜେନ୍ସି ଦ୍ୱାରା ପ୍ରାୟ ୯,୦୦୦ କୋଟି ଟଙ୍କା ନିବେଶ ସହିତ ୬,୦୦୦ ମେଗାଓ୍ଵାଟ୍ ଉତ୍ପାଦନ କ୍ଷମତା ସ୍ଥାପନ କରାଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ୟ ଏକ ଏଜେନ୍ସି ଓଡ଼ିଶାର ଖୋର୍ଦ୍ଧା ଭୁବନେଶ୍ୱରର ଇନଫୋଭାଲି-୨ଠାରେ ସୌର  ମଡ୍ୟୁଲ୍ ଏବଂ ସେଲ୍ ଉତ୍ପାଦନ ପାଇଁ ୧୦ ମେଗାଓ୍ଵାଟ୍ ଉତ୍ପାଦନ କ୍ଷମତା ସ୍ଥାପନ କରୁଛି।

ନଭେମ୍ବର ୨୦୨୪ ଶେଷ ସୁଦ୍ଧା ୫ ଲକ୍ଷରୁ ଅଧିକ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ସଂଯୋଗ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ ଆଲୋକପାତ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସୌର ମଡ୍ୟୁଲ୍ ଏବଂ ସେଲର ଘରୋଇ ଉତ୍ପାଦନ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲ୍ଆଇ) ଯୋଜନାକୁ ସମ୍ପ୍ରସାରଣ କରିବାକୁ ପରାମର୍ଶ ଉପରେ ବିଚାର କରାଯାଉଛି।

ନିଜର ଅଭିଭାଷଣ ଶେଷରେ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ଆମେ ଏହି ଶିବିରକୁ କେବଳ ଏକ ଦୃଢ଼ ଉଦ୍ଦେଶ୍ୟ ସହିତ ନୁହେଁ ବରଂ ଦୁଇ ଦିନ ପୂର୍ବ ତୁଳନାରେ ଅଧିକ ବିଶୁଦ୍ଧ ଓ ବିସ୍ତୃତ ରୋଡମ୍ୟାପ ସହିତ ଶେଷ କରିଛୁ।

ଶିବିରରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ‘ପଞ୍ଚାମୃତ’ ଲକ୍ଷ୍ୟ ପୂରଣ କରିବାରେ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କୁ ସମସ୍ତ ସହଯୋଗ ଯୋଗାଇଦେବେ।

ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ସଚିବ ପ୍ରଶାନ୍ତ କୁମାର ସିଂ କହିଥିଲେ, ଚିନ୍ତନ ଶିବିରରେ ଫଳପ୍ରଦ ମତବିନିମୟ ହୋଇଛି। ମନ୍ତ୍ରଣାଳୟ ଏହି କ୍ଷେତ୍ରରେ ବିଭିନ୍ନ ଆହ୍ୱାନର ସମାଧାନ ପାଇଁ ଦୃଢ଼ ଆନ୍ତଃ-ମନ୍ତ୍ରଣାଳୟ ସମନ୍ୱୟ ପାଇଁ ପ୍ରତିଶ୍ରୁତିବଦ୍ଧ। ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲେ। ଅତିରିକ୍ତ ସଚିବ ସୁଦୀପ ଜୈନ ଅଧିବେଶନରେ ଯୋଗ ଦେଇଥିବା ସମସ୍ତ ଅଂଶୀଦାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସୂଚନାଯୋଗ୍ୟ ଗତକାଲି ଭୁବନେଶ୍ୱରଠାରେ ଏହି ଦୁଇ ଦିନିଆ ଚିନ୍ତନ ଶିବିର ଶୁଭାରମ୍ଭ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ତାଙ୍କ ଉଦଘାଟନୀ ଅଭିଭାଷଣରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଥିବା ଗୁରୁତ୍ୱପୂର୍ଣ୍ଣ ଆହ୍ୱାନଗୁଡ଼ିକ ଉପରେ ଆଲୋକପାତ କରିଥିଲେ ଏବଂ ଏହା ଉପରେ ପ୍ରଥମ ଦିନରେ ବିଚାରବିମର୍ଶ କରାଯାଇଥିଲା। ଦୁଇ ଦିନ ଧରି ସୌର ଓ ପବନ ଶକ୍ତି ନିୟୋଜନ, ସବୁଜ ହାଇଡ୍ରୋଜେନ, ଶକ୍ତି ସଂରକ୍ଷଣ, ଭୂମି ପ୍ରସ୍ତୁତି ଓ ପ୍ରସାରଣ ଯୋଜନା ଏବଂ ନୀତି ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ୧୭ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ୨୦୩୦ ସୁଦ୍ଧା ଅଣଜୀବାଶ୍ମ ଉତ୍ସରୁ ୫୦୦ ଗିଗାୱାଟ୍‌ ଶକ୍ତି ହାସଲର ମହତ୍ୱାକାଂକ୍ଷୀ ଲକ୍ଷ୍ୟ ନେଇ ଅଧିବେଶନରେ ବିଚାରବିମର୍ଶ କରାଯାଇଥିଲା। ଏହି ଅଧିବେଶନଗୁଡ଼ିକରେ ଭାରତର ଅକ୍ଷୟ ଶକ୍ତି ଯାତ୍ରାର ଅବିଚ୍ଛେଦ୍ୟ ଅଂଶବିଶେଷ ଥିବା ଅଗ୍ରଣୀ ନୀତି ନିର୍ଦ୍ଧାରକ, ଆର୍ଥିକ ଅନୁଷ୍ଠାନ, ଶିଳ୍ପପତି, ସିଇଓ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀମାନେ ଯୋଗ ଦେଇଥିଲେ।

ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପ୍ରହ୍ଲାଦ ଯୋଶୀ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026
Latest News

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.