
ନୁଆଦିଲ୍ଲୀ: ଶିରୋମଣି ଅକାଳୀ ଦଳ ସଭାପତି ସୁଖବୀର ସିଂ ବାଦଲ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଦଳର କାର୍ଯ୍ୟକାରିଣୀ କମିଟିରୁ ସେ ଇସ୍ତଫା ଦେଇଛନ୍ତି। ତାଙ୍କ ନେତୃତ୍ୱରେ ବିଶ୍ବାସ ପ୍ରକାଶ କରିଥିବାରୁ ଏବଂ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ହୃଦୟରୁ ସମର୍ଥନ ଓ ସହଯୋଗଏ ବଢାଇଥିବାରୁ ବାଦଲ ଦଳର ସମସ୍ତ ନେତା ତଥା କର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି।