Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜନ୍ମଦିନରେ ରାମୋଜୀ ରାଓଙ୍କୁ ମନେ ପକାଇଲେ ଓଡ଼ିଶା ମିଡିଆ ପରିବାର
ଆଜିର ଖବର

ଜନ୍ମଦିନରେ ରାମୋଜୀ ରାଓଙ୍କୁ ମନେ ପକାଇଲେ ଓଡ଼ିଶା ମିଡିଆ ପରିବାର

November 17, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ନଭେମ୍ବର ୧୬ ତାରିଖ ହେଉଛି ଭାରତର ବିଶିଷ୍ଟ ଗଣମାଧ୍ୟମ ବ୍ୟକ୍ତିତ୍ୱ ସ୍ୱର୍ଗତଃ ରାମୋଜୀ ରାଓଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କର ସ୍ମୃତିଚାରଣ କରିଛନ୍ତି ରାଜ୍ୟର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମିଡିଆ ବ୍ୟକ୍ତିବିଶେଷଙ୍କ ଏକ ଖୋଲା ମଂଚ ‘ଓଡ଼ିଶା ମିଡିଆ ପରିବାର’। ଏହି ଅବକାଶରେ ମିଡିଆ ପରିବାର ପକ୍ଷରୁ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଷୟରେ ପଢୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ କରାଯାଇଛି।

“ଭାରତର ମିଡିଆ ଓ ମନୋରଞ୍ଜନ ଶିଳ୍ପକୁ ରାମୋଜୀ ରାଓଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ଏହି କ୍ଷେତ୍ର ସହ ଜଡ଼ିତ ବର୍ତ୍ତମାନ ଓ ପରବର୍ତ୍ତୀ ପିଢ଼ି ପାଇଁ ସେ ପ୍ରେରଣାର ଉତ୍ସ ହୋଇ ରହିବେ। ତାଙ୍କର ଜନ୍ମଦିନରେ ଆମେ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର କିଛି ଛାତ୍ରଛାତ୍ରୀଙ୍କୁ ସ୍ୱଳ୍ପ ସହାୟତା ରାଶି ପ୍ରଦାନ କରିଛୁ, ଯାହା ସେମାନଙ୍କୁ ବିଭିନ୍ନ ରେଫରେନ୍ସ ବହି ଓ ପାଠ୍ୟ ଉପକରଣ କିଣିବାରେ ସହାୟକ ହେବ,” କହିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଈଟିଭି ଓଡ଼ିଆର ପୂର୍ବତନ ସଂପାଦକ ନୀଳାମ୍ବର ରଥ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଏବଂ ଫକୀର ମୋହନ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ୨ ଜଣ ଲେଖାଁଏ ଛାତ୍ରଛାତ୍ରୀଙ୍କୁ ଏଥିପାଇଁ ମନୋନୀତ କରାଯାଇଥିଲା। ମୋଟ ୬ ଜଣ ଛାତ୍ରଛାତ୍ରୀଙ୍କୁ ‘ଓଡ଼ିଶା ମିଡିଆ ପରିବାର’ର ଏହି ସହାୟତା ରାଶି ଦିଆଯାଇଛି। ଏହି ଉଦୀୟମାନ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିବାରୁ ସଂପୃକ୍ତ ବିଭାଗର ମୁଖ୍ୟ ମିଡିଆ ପରିବାରକୁ କୃତଜ୍ଞତା ଜଣାଇଛନ୍ତି।

ନିଜ ସମୟଠାରୁ ଆଗକୁ ଯାଇ ରାମୋଜୀ ରାଓ ସାମ୍ବାଦିକତା, ଟେଲିଭିଜନ ଓ ଫିଲ୍ମ ପ୍ରଯୋଜନା, ପର୍ଯ୍ୟଟନ ଏବଂ କୃଷିଭିତ୍ତିକ ଶିଳ୍ପ ଆଦି କ୍ଷେତ୍ରରେ ବିଭିନ୍ନ ଅନୁଷ୍ଠାନ ପ୍ରତିଷ୍ଠା କରି ସଫଳତାର ଶିଖରରେ ପହଁଚି ପାରିଥିଲେ। ୧୯୬୯ରେ ପ୍ରାଥମିକ ପର୍ଯ୍ୟାୟରେ ଆନ୍ଧ୍ର ପ୍ରଦେଶରେ ସେ ତାଙ୍କର ବ୍ୟବସାୟ ଆରମ୍ଭ କରିଥିଲେ। କିଛି ଦଶନ୍ଧି ମଧ୍ୟରେ ସାରା ଦେଶରେ ତାଙ୍କର ସଫଳତାର ପଦଚିହ୍ନ ଦେଖିବାକୁ ମିଳିଥିଲା।

ଭାରତରେ ସାଟେଲାଇଟ୍ ଟେଲିଭିଜନର ପ୍ରାଥମିକ ଅବସ୍ଥାରେ ଆଂଚଳିକ ଭାଷାରେ ସମ୍ବାଦ ଓ ମନୋରଞ୍ଜନ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସେ କାର୍ଯ୍ୟ କରିଥିଲେ। ଈଟିଭି ନେଟୱର୍କର ପ୍ରସାର ମାଧ୍ୟମରେ ଓଡ଼ିଶା ଟେଲିଭିଜନ ମିଡିଆର ଅଭିବୃଦ୍ଧିରେ ମଧ୍ୟ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।

ରାମୋଜୀ ରାଓଙ୍କ ବିଭିନ୍ନ ସୃଷ୍ଟି ମଧ୍ୟରେ ରହିଛି ହାଇଦ୍ରାବାଦରେ ପ୍ରତିଷ୍ଠିତ ରାମୋଜୀ ଫିଲ୍ମ ସିଟି, ଯାହା ଭାରତୀୟ ସିନେମା ଓ ପର୍ଯ୍ୟଟନ ଶିଳ୍ପକୁ ବ୍ୟାପକ କରିବାରେ ସହାୟକ ହୋଇପାରିଛି। ଆଜି ରାମୋଜୀ ଫିଲ୍ମ ସିଟି, ଏସିଆ ମହାଦେଶର ଏକ ପ୍ରମୁଖ ଥିମ୍ ପାର୍କ ଭାବେ ପରିଚିତ ହୋଇପାରିଛି।

ଈନାଡୁ (ଖବରକାଗଜ), ଈଟିଭି (ଟେଲିଭିଜନ) ଏବଂ ଈଟିଭି ଭାରତ (ଡିଜିଟାଲ) ଭଳି ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଅନୁଷ୍ଠାନଗୁଡ଼ିକ ଭାରତୀୟ ମିଡିଆ ଦୃଶ୍ୟପଟ୍ଟରେ ପ୍ରମୁଖ ସ୍ଥାନ ଅଧିକାର କରିଛନ୍ତି।

୧୯୩୬ ମସିହାରେ ଆନ୍ଧ୍ର ପ୍ରଦେଶର କୃଷ୍ଣା ଜିଲ୍ଲା ଅନ୍ତର୍ଗତ ଗୁଡ଼ିଭଡ଼ା ଗ୍ରାମରେ ରାମୋଜୀ ରାଓଙ୍କ ଜନ୍ମ । ୨୦୨୪ ଜୁନ ୮ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା।

ନଭେମ୍ବର ୧୬ ତାରିଖ ରାମୋଜୀ ରାଓ
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026

ଆଜି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

February 3, 2026
Latest News

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026

ଆଜି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

February 3, 2026

ୱାର୍ମ-ଅପ୍ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ବଡ଼ ବିଜୟ: ଆମେରିକାକୁ ୩୮ ରନ୍‌ରେ ପରାସ୍ତ କଲା ଭାରତ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.