ନିର୍ବାଚନ ପ୍ରଚାର ବେଳେ ‘ସମସ୍ତ ମୋଦି ଚୋର’ ମନ୍ତବ୍ୟକୁ ନେଇ ରୁଜୁ ହୋଇଥିବା ମାନହାନି ମାମଲାରେ ରାହୁଲ ଗାନ୍ଧିଙ୍କୁ ଜାମିନ୍ ମିଳିଛି । ପାଟନା ସିଜିଏମ କୋର୍ଟରେ ଦାୟର ହୋଇଥିବା ମାମଲାର ବିଚାର କରି ସାଂସଦ-ବିଧାୟକଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର କୋର୍ଟର ବିଚାରପତି ରାହୁଲଙ୍କୁ ଜାମିନ ମଞ୍ଜୁର କରିଛନ୍ତି । ଆଜି କୋର୍ଟରେ ହାଜର ହୋଇ ପାଟନା ସ୍ୱତନ୍ତ୍ର ସିଜିଏମ କୋର୍ଟରେ ପକ୍ଷ ରଖିଥିଲେ ରାହୁଲ୍ । ବିଚାରପତି ଜଷ୍ଟିସ୍ କୁମାର ଗୁଞ୍ଜନ ଏହାର ଶୁଣାଣି କରିଥିଲେ । ଏହାପରେ ରାହୁଲ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଭାରତୀୟଙ୍କ ସ୍ୱରକୁ ଚପାଇ ଦିଆଯାଉଛି । ଆଗାମୀ ଦିନରେ ମଧ୍ୟ ଲଢ଼େଇ ଜାରି ରହିବ । ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ପାଇଁ ପ୍ରଚାର ବେଳେ 13 ଏପ୍ରିଲରେ କର୍ଣ୍ଣାଟକାର କୋଲାର ଜିଲ୍ଲାରେ ରାହୁଲ ଗାନ୍ଧି ପ୍ରଚାର କରୁଥିବା ବେଳେ ମୋଦି ସାଙ୍ଗିଆ ଥିବା ସମସ୍ତେ ‘ଚୋର’ ବୋଲି କହିଥିଲେ । ଏହାପରେ ସୁଶୀଲ ମୋଦି ଏପ୍ରିଲ 18ରେ ପାଟନା ସିଜିଏମ୍ କୋର୍ଟରେ ମାନହାନି ମୋକଦ୍ଦମା ରୁଜୁ କରିଥିଲେ ।
Tags: