Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମବାୟ ସପ୍ତାହ ଅବସରରେ ଓମ୍‌ଫେଡ୍‌କୁ ମିଳିଲା ଶ୍ରେଷ୍ଠ ପୁରସ୍କାର
ଆଜିର ଖବର

ସମବାୟ ସପ୍ତାହ ଅବସରରେ ଓମ୍‌ଫେଡ୍‌କୁ ମିଳିଲା ଶ୍ରେଷ୍ଠ ପୁରସ୍କାର

November 19, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓମ୍‌ଫେଡ୍ ପାଇଲା ସ୍ୱତନ୍ତ୍ର ସ୍ୱୀକୃତି ପୁରସ୍କାର । ୭୧ ତମ ସର୍ବଭାରତୀୟ ସମବାୟ ସପ୍ତାହ-୨୦୨୪ ଅବସରରେ ଓମ୍‌ଫେଡ୍‌କୁ ଡାଏରୀ ସେକ୍ଟରରେ ଉତ୍କୃଷ୍ଟତା ପ୍ରଦର୍ଶନ ପାଇଁ ସର୍ବଶ୍ରେଷ୍ଠ ପୁରସ୍କାର ମିଳିଛି। ଆଜି ଭୁବନେଶ୍ୱର ଜୟଦେବ ଭବନଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ମାନ୍ୟବର ବାଚସ୍ପତି ସୁରମା ପାଢୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଓମ୍‌ଫେଡ୍ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ ଏବଂ ଓମ୍‌ଫେଡ୍ ମାନବ ସମ୍ବଳ ଅଧିକାରୀ ଡକ୍ଟର ଜୟକୃଷ୍ଣ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

କେବଳ ସେତିକି ନୁହେଁ, ଓଡିଶା ଷ୍ଟେଟ୍ କୋଅପରେଟିଭ ୟୁନିୟନ ପକ୍ଷରୁ ବରଗଡ ଅତାବିରା ସୋସାଇଟ୍‌କୁ ପ୍ରଥମ ପୁରସ୍କାର, ଗୁମୁଟାକୁ ଦ୍ୱିତୀୟ ଏବଂ ମାଲାମୁଣ୍ଡା ସୋସାଇଟ୍‌କୁ ତୃତୀୟ ପୁରସ୍କାର ମିଳିଛି।

ଏହି ସବୁ ପୁରସ୍କାର ମିଳିବା ପରେ ଓମ୍‌ଫେଡ୍‌ର ସହିଦନଗରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓମ୍‌ଫେଡ୍‌ର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଉତ୍ସବ ମନାଇଥିଲେ।

ଏହି ପୁରସ୍କାରର ସମସ୍ତ ଶ୍ରେୟ ରାଜ୍ୟର ଲକ୍ଷ ଲକ୍ଷ ଦୁଗ୍ଧଚାଷୀ, ଅଗଣିତ ଗ୍ରାହକ ଏବଂ କର୍ମଚାରୀଙ୍କର। ଯେଉଁମାନେ ଅକ୍ଲାନ୍ତ ପରିଶ୍ରମ କରି ଓମ୍‌ଫେଡ୍‌କୁ ଏହି ସ୍ତରରେ ପହଂଚାଇଛନ୍ତି, ସେହିମାନଙ୍କୁ ଏ ସ୍ୱୀକୃତି ମିଳିଛି। ଏହି ପୁରସ୍କାର ଚାଷୀଙ୍କଠାରୁ ଆରମ୍ଭ କରି କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କାମ କରିବା ପାଇଁ ଆଗାମୀ ଦିନରେ ପ୍ରେରଣା ଯୋଗାଇବା ସହ ଉତ୍ସାହିତ କରିବ ବୋଲି ରାଜ୍ୟ ବାହାରେ ଥିବା ଓମ୍‌ଫେଡ୍ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଓମ୍‌ଫେଡ୍ ତାର ସମସ୍ତ ଉତ୍ପାଦର ଉତମ ଗୁଣବତା ବଜାୟ ରଖିଛି ଏବଂ ଭବିଷ୍ୟତରେ ଏଥିରେ କୌଣସି ସାଲିସ କରାଯିବ ନାହିଁ।

ଓମ୍‌ଫେଡ୍‌ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ବାଚନ କମିଶନ ବନାମ ରାହୁଲ ଗାନ୍ଧୀ!: ଜାଣନ୍ତୁ ଜନତା କାହା ସହିତ ଅଛନ୍ତି, ଆସିଲା ବଡ଼ ସର୍ଭେ

August 25, 2025

ନମ୍ବର ୧ ହେଲା ଭାରତ: ଚୀନକୁ ପଛରେ ପକାଇ ଆମେରିକାରେ ହାସଲ କଲା ଶୀର୍ଷ ସ୍ଥାନ

August 25, 2025

ଆତଙ୍କବାଦ ଉପରେ ଟଙ୍କା ଖର୍ଚ୍ଚ କରୁଥିବା ପାକିସ୍ତାନକୁ ମିଳିଲା ୪୧୦ ମିଲିୟନ ଡଲାରର ସମ୍ପତ୍ତି

August 25, 2025

ଆଜି ଭୁବନେଶ୍ୱରରେ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀମାନଙ୍କ ସମ୍ମିଳନୀ

August 25, 2025
Latest News

ନିର୍ବାଚନ କମିଶନ ବନାମ ରାହୁଲ ଗାନ୍ଧୀ!: ଜାଣନ୍ତୁ ଜନତା କାହା ସହିତ ଅଛନ୍ତି, ଆସିଲା ବଡ଼ ସର୍ଭେ

August 25, 2025

ନମ୍ବର ୧ ହେଲା ଭାରତ: ଚୀନକୁ ପଛରେ ପକାଇ ଆମେରିକାରେ ହାସଲ କଲା ଶୀର୍ଷ ସ୍ଥାନ

August 25, 2025

ଆତଙ୍କବାଦ ଉପରେ ଟଙ୍କା ଖର୍ଚ୍ଚ କରୁଥିବା ପାକିସ୍ତାନକୁ ମିଳିଲା ୪୧୦ ମିଲିୟନ ଡଲାରର ସମ୍ପତ୍ତି

August 25, 2025

ଆଜି ଭୁବନେଶ୍ୱରରେ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀମାନଙ୍କ ସମ୍ମିଳନୀ

August 25, 2025

ପାଣିପାଗ ବିଭାଗର ଚେତାବନୀ ଜାରି: ରାଜ୍ୟରେ ଏହି ତାରିଖ ଯାଏଁ ଲାଗି ରହିବ ବର୍ଷା

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.