Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ଏଆଇ ଏବଂ ଶାସନ ପାଇଁ ଡାଟା ଉପରେ ଘୋଷଣାନାମା
ଆଜିର ଖବର

ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ଏଆଇ ଏବଂ ଶାସନ ପାଇଁ ଡାଟା ଉପରେ ଘୋଷଣାନାମା

November 20, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
AI
ଓଡ଼ିଶା ଏଆଇ ପାର୍କ ବିକାଶ ପାଇଁ ୨୦ ହଜାର କୋଟିର ନିବେଶ ପ୍ରସ୍ତାବ

ନୂଆଦିଲ୍ଲୀ: ବିଶ୍ୱର ଅଭିବୃଦ୍ଧି ହାର ମହାମାରୀ ପୂର୍ବ ସମୟ ପର୍ଯ୍ୟନ୍ତ ହାରାହାରୀ ୪ ପ୍ରତିଶତ ରହିଥିଲା, ବର୍ତ୍ତମାନ ଏହା ୩ ପ୍ରତିଶତରୁ ସାମାନ୍ୟ ଉପରେ ରହିଛି ଯାହାକି ଚଳିତ ଶତାବ୍ଦୀ ଆରମ୍ଭ ପରଠାରୁ ସର୍ବନିମ୍ନ। ଏହାସହିତ ପ୍ରଯୁକ୍ତିବିଦ୍ୟା ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଏବଂ ଏହାକୁ ଯଦି ସମାନ ଭାବରେ ପ୍ରୟୋଗ କରାଯାଏ, ତେବେ ଏହା ଆମକୁ ବିକାଶହାର ବୃଦ୍ଧି କରିବା, ଅସମାନତା ହ୍ରାସ କରିବା ଏବଂ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ କରିବାରେ ଥିବା ବ୍ୟବଧାନକୁ ଦୂର କରିବା ଦିଗରେ ଏକ ବିଶାଳ ପଦକ୍ଷେପ ନେବା ପାଇଁ ଏକ ଐତିହାସିକ ସୁଯୋଗ ପ୍ରଦାନ କରିବ।

ଏସଡିଜି ଦିଗରେ ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ସମାବେଶୀ ଡିଜିଟାଲ ପରିବର୍ତ୍ତନର ଆବଶ୍ୟକତା ରହିଛି। ଅନେକ ଜି-୨୦ ଦେଶର ଅଭିଜ୍ଞତା ଦର୍ଶାଇଛି ଯେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) ବିକାଶ, ନୂତନ ନିଯୁକ୍ତି ସୃଷ୍ଟି ଏବଂ ଉନ୍ନତ ସ୍ୱାସ୍ଥ୍ୟ ଓ ଶିକ୍ଷା ଫଳାଫଳ ପ୍ରଦାନ ପାଇଁ ଡାଟା ବ୍ୟବହାରକୁ ସକ୍ଷମ କରିପାରିବ। ଜି-୨୦ ଦେଶଗୁଡ଼ିକ ଏଗୁଡ଼ିକୁ ଅଧିକ ବ୍ୟାପକ ଭାବରେ ଗ୍ରହଣ କରିବା ଦ୍ୱାରା ନାଗରିକମାନଙ୍କ ଜୀବନରେ ଆମୂଳଚୁଳ ପରିବର୍ତ୍ତନ ଆଣିବାର କ୍ଷମତା ରହିଛି ଯାହାଦ୍ୱାରା ଜୀବନ୍ତ ଗଣତାନ୍ତ୍ରିକ ନୀତି ଉପରେ ସେମାନଙ୍କର ବିଶ୍ୱାସ ନବୀକରଣ ହୋଇପାରିବ। ଏହି ପରିପ୍ରେକ୍ଷୀରେ, ଆମେ ଭବିଷ୍ୟତର ଜାତିସଂଘ ଶିଖର ସମ୍ମିଳନୀରେ ଗ୍ଲୋବାଲ ଡିଜିଟାଲ କମ୍ପ୍ୟାକ୍ଟ ଗ୍ରହଣ କରିଥିବା କଥା ମନେ ପକାଉଛୁ।

୨୦୨୪ରେ ଇଜିପ୍ଟର କାଇରୋଠାରେ ଅନୁଷ୍ଠିତ ଗ୍ଲୋବାଲ ଡିପିଆଇ ଶିଖର ସମ୍ମିଳନୀକୁ ମଧ୍ୟ ଆମେ ସ୍ୱାଗତ କରୁଛୁ। ନିଯୁକ୍ତି ସୃଷ୍ଟି ସହିତ ଅଭିବୃଦ୍ଧିର ଲାଭ ସେତେବେଳେ ହିଁ ମିଳିବ ଯେତେବେଳେ ବୈଷୟିକ ବ୍ୟବସ୍ଥା ପ୍ରତ୍ୟେକ ନାଗରିକଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରିବ, ଯାହାଦ୍ୱାରା ପରିବାର ଏବଂ ପଡ଼ୋଶୀମାନଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା ପାଇଁ କ୍ଷୁଦ୍ର ଓ ବୃହତ ବ୍ୟବସାୟୀମାନେ ଏଗୁଡ଼ିକ ସହ ଯୋଡ଼ି ହେବାକୁ ସକ୍ଷମ ହେବେ। ଏଭଳି ବ୍ୟବସ୍ଥାକୁ ସମାବେଶୀ, ବିକାଶଭିତ୍ତିକ, ସୁରକ୍ଷିତ ଏବଂ ବ୍ୟକ୍ତିବିଶେଷଙ୍କ ଗୋପନୀୟତାକୁ ସମ୍ମାନ ଦେବା ପାଇଁ ଡିଜାଇନ୍ କରାଗଲେ ଏପରି ସମ୍ଭବ ହେବ।

ବଜାରରେ, ଖୋଲା, ମଡ୍ୟୁଲାର, ଇଣ୍ଟର ଅପରେବଲ ଓ ସ୍କେଲେବଲ ଭଳି ସାଧାରଣ ଡିଜାଇନ ସିଦ୍ଧାନ୍ତକୁ ପାଳନ କରୁଥିବା ବ୍ୟବସ୍ଥା ଇ-କମର୍ସ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଅର୍ଥ ଭଳି ବିବିଧ କ୍ଷେତ୍ରକୁ ସେବା କରୁଥିବା ଘରୋଇ କ୍ଷେତ୍ରକୁ ବୈଷୟିକ ପ୍ରଣାଳୀ ଏବଂ ପରସ୍ପର ସହ ଯୋଡ଼ି ହେବା ଲାଗି ସକ୍ଷମ କରିଥାଏ। ସମୟକ୍ରମେ ଜନସଂଖ୍ୟା ବୃଦ୍ଧି ପାଇବା ଏବଂ ଜାତୀୟ ଆବଶ୍ୟକତା ବଦଳିବା ସହିତ ବ୍ୟବସ୍ଥାଗୁଡ଼ିକ ସହଜରେ ଅନୁକୂଳ ହୋଇଥାଏ।

ସମୟ କ୍ରମେ ପ୍ରଯୁକ୍ତିବିଦ୍ୟାର ନିରବଚ୍ଛିନ୍ନ ପରିବର୍ତ୍ତନ ପାଇଁ ବଜାର ଅଂଶଗ୍ରହଣକାରୀଙ୍କ ନିମନ୍ତେ ଏକ ସମାନ ସୁଯୋଗ ସୃଷ୍ଟି କରିବା ଏବଂ ବିକାଶ ଲାଗି ଡିପିଆଇ, ଏଆଇ ଏବଂ ଡାଟାର ନିୟୋଜନ ଓ ପ୍ରସାର ସକାଶେ ପ୍ରଯୁକ୍ତି ନିରପେକ୍ଷ ଆଭିମୁଖ୍ୟ ଅନୁସରଣ କରିବା ଆବଶ୍ୟକ। ଏହି ଆଭିମୁଖ୍ୟ ଅଧିକ ପ୍ରତିଯୋଗିତା ଓ ଉଦ୍ଭାବନକୁ ସମର୍ଥନ କରିବା ଏବଂ ବ୍ୟାପକ ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବା ତଥା ଡିଜିଟାଲ ଅର୍ଥବ୍ୟବସ୍ଥାରେ ଅସମାନତା ହ୍ରାସ କରିବା ଦିଗରେ ଅନୁକୂଳ ଅଟେ।

ଏହି ନିୟୋଜନର ଚାବିକାଠି ହେଉଛି ଡାଟା ସୁରକ୍ଷା ଓ ପରିଚାଳନା, ଗୋପନୀୟତା ଓ ସୁରକ୍ଷା ଆବଶ୍ୟକତା ପୂରଣ ଲାଗି ଡାଟା ପ୍ରଶାସନ ପାଇଁ ନିରପେକ୍ଷ ଓ ସମାନ ନୀତି ପ୍ରତିଷ୍ଠା କରିବା ଏବଂ ବଜାର ଅଂଶଗ୍ରହଣକାରୀମାନଙ୍କୁ ବୌଦ୍ଧିକ ସମ୍ପତ୍ତି ଅଧିକାର ତଥା ସେମାନଙ୍କର ଗୋପନୀୟ ସୂଚନାକୁ ସୁରକ୍ଷା ପ୍ରଦାନ କରିବା।

ବିଶ୍ୱାସ ସବୁଠୁ ସମୃଦ୍ଧ ଗଣତନ୍ତ୍ରର ମୂଳଦୁଆ ଏବଂ ବୈଷୟିକ ବ୍ୟବସ୍ଥା ପାଇଁ ଏହା ଅଲଗା ନୁହେଁ। ଏହି ବ୍ୟବସ୍ଥା ଉପରେ ଜନସାଧାରଣଙ୍କ ବିଶ୍ୱାସ ସୃଷ୍ଟି କରିବା ପାଇଁ କାର୍ଯ୍ୟରେ ସ୍ୱଚ୍ଛତା, ନାଗରିକଙ୍କ ଅଧିକାରକୁ ସମ୍ମାନ ଦେବା ପାଇଁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଏବଂ ସେମାନଙ୍କ ଶାସନରେ ନିରପେକ୍ଷତା ଆବଶ୍ୟକ। ଏହି କାରଣରୁ, ବିବିଧ ଓ ଉପଯୁକ୍ତ ପ୍ରତିନିଧି ଆଧାରିତ ଡାଟା ସେଟ୍‌ ଉପରେ ପ୍ରଶିକ୍ଷିତ ଫାଉଣ୍ଡେସନ ଓ ଏଆଇ ମଡେଲଗୁଡ଼ିକ ଭାଷା ଓ ସଂସ୍କୃତିଗତ ବିବିଧତା ପ୍ରତି ଅବଗତ ହେବା ଜରୁରୀ ଯାହାଦ୍ୱାରା ସେଗୁଡ଼ିକ ସାରା ବିଶ୍ୱର ବିବିଧ ସମାଜକୁ ଲାଭ ପହଞ୍ଚାଇପାରିବେ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜି-୨୦ ଦେଶ ଡିପିଆଇ ଦକ୍ଷିଣ ଆଫ୍ରିକା ବ୍ରାଜିଲ ଭାରତ ମହାମାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ସୁପର-୮ ରେ ଟିମ୍ ଇଣ୍ଡିଆ ପାଇଁ ଅଗ୍ନି ପରୀକ୍ଷା!: ଜାଣନ୍ତୁ ଦକ୍ଷିଣ ଆଫ୍ରିକା ବିରୋଧରେ କ’ଣ ରହିଛି ରେକର୍ଡ?

February 19, 2026

ରାଜ୍ୟସଭାରେ ଦୁର୍ବଳ ହେବେ ବିରୋଧୀ, ଆହୁରୀ ମଜବୁତ ହେବ ବିଜେପି!: ଜାଣନ୍ତୁ ସମୀକରଣ

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ସୁନା ୨ ହଜାରରୁ ଅଧିକ ଏବଂ ରୂପା ମଧ୍ୟ ୧୦ ହଜାରକୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

February 19, 2026
Latest News

ସୁପର-୮ ରେ ଟିମ୍ ଇଣ୍ଡିଆ ପାଇଁ ଅଗ୍ନି ପରୀକ୍ଷା!: ଜାଣନ୍ତୁ ଦକ୍ଷିଣ ଆଫ୍ରିକା ବିରୋଧରେ କ’ଣ ରହିଛି ରେକର୍ଡ?

February 19, 2026

ରାଜ୍ୟସଭାରେ ଦୁର୍ବଳ ହେବେ ବିରୋଧୀ, ଆହୁରୀ ମଜବୁତ ହେବ ବିଜେପି!: ଜାଣନ୍ତୁ ସମୀକରଣ

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ସୁନା ୨ ହଜାରରୁ ଅଧିକ ଏବଂ ରୂପା ମଧ୍ୟ ୧୦ ହଜାରକୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

February 19, 2026

ପରାଜୟ ପରେ ଭାରତ ସମ୍ପର୍କରେ ବଡ ବିବୃତ୍ତି ଦେଲେ ନେଦରଲ୍ୟାଣ୍ଡସ୍ ଅଧିନାୟକ: କହିଲେ…..

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.