Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ-ବ୍ରିଟେନ୍ ମୁକ୍ତ ବାଣିଜ୍ୟ ଚୁକ୍ତି ଆଲୋଚନା ପୁନଃ ଆରମ୍ଭ ନେଇ ବିବୃତି
ଆଜିର ଖବର

ଭାରତ-ବ୍ରିଟେନ୍ ମୁକ୍ତ ବାଣିଜ୍ୟ ଚୁକ୍ତି ଆଲୋଚନା ପୁନଃ ଆରମ୍ଭ ନେଇ ବିବୃତି

November 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବ୍ରାଜିଲର ରିଓ ଡି ଜେନେରୋଠାରେ ଜି–୨୦ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବ୍ରିଟେନର ପ୍ରଧାନମନ୍ତ୍ରୀ ସାର୍ କିର୍ ଷ୍ଟାର୍ମରଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ପରେ ଆମେ ନୂତନ ବର୍ଷରେ ଭାରତ–ବ୍ରିଟେନ ମୁକ୍ତ ବାଣିଜ୍ୟ ଆଲୋଚନା ପୁନଃ ଆରମ୍ଭ କରିବାକୁ ବ୍ରିଟେନ ଦ୍ୱାରା କରାଯାଇଥିବା ଘୋଷଣାକୁ ସ୍ୱାଗତ କରୁଛୁ।

ଏକ ସନ୍ତୁଳିତ, ଆପୋସ ଲାଭଦାୟକ ଏବଂ ଭବିଷ୍ୟ ଉନ୍ମୁଖୀ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) ସୁରକ୍ଷିତ କରିବାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଭାରତ ଅବଶିଷ୍ଟ ପ୍ରସଙ୍ଗଗୁଡ଼ିକୁ ଆପୋସ ସନ୍ତୁଷ୍ଟି ପାଇଁ ସମାଧାନ କରିବା ଲାଗି ବ୍ରିଟେନର ଆଲୋଚନାକାରୀ ଦଳ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ଆଗ୍ରହୀ। ୨୦୨୫ ପ୍ରାରମ୍ଭରେ ମୁକ୍ତ ବାଣିଜ୍ୟ ଆଲୋଚନା ପାଇଁ ତାରିଖ କୁଟନୀତିକ ମାଧ୍ୟମରେ ଶୀଘ୍ର ଚୂଡ଼ାନ୍ତ କରାଯିବ। ଏଫଟିଏ ଆଲୋଚନା ପୂର୍ବରୁ ହୋଇଥିବା ଅଗ୍ରଗତିରୁ ଆଲୋଚନାକୁ ପୁନଃ ଆରମ୍ଭ କରିବ ଏବଂ ବାଣିଜ୍ୟ ଚୁକ୍ତିକୁ ତ୍ବରାନ୍ବିତ କରିବା ପାଇଁ ବ୍ୟବଧାନକୁ ଦୂର କରିବାକୁ ଚେଷ୍ଟା କରିବ।

ବ୍ରିଟେନ ସହ ଭାରତର ବାଣିଜ୍ୟିକ ସମ୍ପର୍କ କ୍ରମାଗତ ଭାବେ ବୃଦ୍ଧି ପାଉଛି, ଯାହା ଗଭୀର ସହଯୋଗ ଏବଂ ରଣନୀତିକ ସମ୍ପର୍କ ପାଇଁ ପ୍ରଚୁର ସମ୍ଭାବନା ପ୍ରଦର୍ଶନ କରୁଛି। ୨୦୨୪ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ସଦ୍ୟତମ ତଥ୍ୟ ଅନୁଯାୟୀ, ବ୍ରିଟେନକୁ ଭାରତର ରପ୍ତାନି ୧୨.୩୮% ବୃଦ୍ଧି ପାଇ ୭.୩୨ ବିଲିୟନ ଡଲାରରେ ପହଞ୍ଚିଛି, ଯାହାକି ୨୦୨୩ ର ସମାନ ଅବଧିରେ ୬.୫୧ ବିଲିୟନ ଡଲାର ଥିଲା। ଖଣିଜ ଇନ୍ଧନ, ଯନ୍ତ୍ରପାତି ଏବଂ ମୂଲ୍ୟବାନ ପଥର, ଔଷଧ, ପୋଷାକ, ଲୁହା ଏବଂ ଇସ୍ପାତ ଏବଂ ରାସାୟନିକ ଦ୍ରବ୍ୟ ବ୍ରିଟେନକୁ ଭାରତର ରପ୍ତାନି ବାସ୍କେଟର ନେତୃତ୍ୱ ନେଉଛି, ଯାହା ମୋଟ ରପ୍ତାନିରେ ୬୮.୭୨% ଅଂଶ ଯୋଗଦାନ କରେ।

୨୦୨୯–୩୦ ସୁଦ୍ଧା ବ୍ରିଟେନ ଆମର ୧ ଟ୍ରିଲିୟନ ଡଲାର ରପ୍ତାନି ଲକ୍ଷ୍ୟ ହାସଲ ପାଇଁ ଏକ ପ୍ରାଥମିକତା ଦେଶ ଏବଂ ବ୍ରିଟେନକୁ ଆମର ରପ୍ତାନି ୨୦୨୯–୩୦ ସୁଦ୍ଧା ୩୦ ବିଲିୟନ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ଜି-୨୦ ଶିଖର ସମ୍ମିଳନୀ ବାଣିଜ୍ୟ ଚୁକ୍ତି ବ୍ରାଜିଲ ଭାରତ-ବ୍ରିଟେନ୍ ରିଓ ଡି ଜେନେରୋ
Share. Facebook Twitter LinkedIn Email WhatsApp Copy Link

Related Posts

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

ଟି-୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କଲା ଜିମ୍ବାୱେ

February 19, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ପକ୍ଷରୁ ‘ନେସନ୍‌-ଫର୍ଷ୍ଟ ଏଆଇ ଷ୍ଟାକ୍‌’ର ରୂପରେଖ ପ୍ରଦର୍ଶିତ

February 19, 2026

ଭାରତୀୟ ବିମାନ ସେବା ବିରୋଧରେ ବଡ଼ ନିଷ୍ପତ୍ତି: ଏୟାରସ୍ପେସ୍ ବନ୍ଦ କଲା ବାଂଲାଦେଶ 

February 19, 2026
Latest News

ମହୁକୁଦରେ ବ୍ଳକ୍ ସ୍ତରୀୟ ବିଶ୍ୱଶାନ୍ତି ଅଲେଖ ମହିମା ଅଖଣ୍ଡ ବ୍ରହ୍ମ ଯଜ୍ଞ

February 19, 2026

“ମାଗଣା ଉପହାର ଦେଲେ ବିକାଶ କିପରି ହେବ?”: ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

February 19, 2026

ଟି-୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କଲା ଜିମ୍ବାୱେ

February 19, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌ରେ ଜିଓ ପକ୍ଷରୁ ‘ନେସନ୍‌-ଫର୍ଷ୍ଟ ଏଆଇ ଷ୍ଟାକ୍‌’ର ରୂପରେଖ ପ୍ରଦର୍ଶିତ

February 19, 2026

ଭାରତୀୟ ବିମାନ ସେବା ବିରୋଧରେ ବଡ଼ ନିଷ୍ପତ୍ତି: ଏୟାରସ୍ପେସ୍ ବନ୍ଦ କଲା ବାଂଲାଦେଶ 

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.