କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ନିଜ ପଦବୀରୁ ଇସ୍ତଫା ଦେବା ପରେ ବି କଂଗ୍ରେସରେ ଇସ୍ତଫା ଦେବା ପର୍ବ ପ୍ରକ୍ରିୟା ଜାରି ରହିଛି । ଦଳର ରାଷ୍ଟ୍ରୀୟ ମହାସଚିବ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ସିନ୍ଧିଆଙ୍କୁ କଂଗ୍ରେସର ମହାସଚିବ କରାଯାଇଥିଲା । ଲୋକସଭା ନିର୍ବାଚନରେ କଂଗ୍ରେସର ବିଫଳତା ପରେ ଦଳର ପରାଜୟ ପାଇଁ ବରିଷ୍ଠ ନେତାମାନେ ନିଜକୁ ଦାୟୀ କରି ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । ଇଣ୍ଡିଆନ୍ ଯୁବ କଂଗ୍ରେସର ସଭାପତି କେଶବ ଚନ୍ଦ୍ର ଯାଦବ ମଧ୍ୟ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇ ସାରିଛନ୍ତି । ସେହିପରି ଦଳର ପ୍ରଭାରୀ ଦୀପକ ବାବରିଆ, ବିବେକ ତନଖା ମଧ୍ୟ ନିଜ ପଦବୀ ଛାଡିଛନ୍ତି । ତେବେ ଏହି ସମସ୍ତ ଇସ୍ତଫାକୁ କଂଗ୍ରେସର ନୂଆ ଅଧ୍ୟକ୍ଷଙ୍କ ଦ୍ୱାରା ସ୍ୱୀକୃତି ମିଳିବ ।
Tags: