ଲୋକପ୍ରିୟ ହରିୟାଣା ଡ୍ୟାନ୍ସର ସପ୍ନା ଚୌଧୁରୀ ଶେଷରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ରବିବାର ଦିଲ୍ଲୀରେ ବିଜେପିର ସଦସ୍ୟ ସଂଗ୍ରହ ଅଭିଯାନରେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି ସପ୍ନା । ନୂଆଦିଲ୍ଲୀର ଜଓ୍ବାହାର ଲାଲ ନେହେରୁ ଷ୍ଟାଡିୟମ୍ରେ ସପ୍ନାଙ୍କ ସଦସ୍ୟତା ଗ୍ରହଣ ସମୟରେ ବିଜେପିର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ । ଶିବରାଜ ସିଂ ଚୌହାନ, ମନୋଜ ତିଓ୍ବାରୀ, ହର୍ଷ ବର୍ଦ୍ଧନ, ଗୌତମ ଗମ୍ଭୀର, ହଂସ ରାଜ ହଂସ ରାଜ ହଂସ, ମୀନାକ୍ଷୀ ଲେଖି ଏବଂ ବିଜୟ ଗୋଏଲଙ୍କ ସହିତ ଅନ୍ୟ ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ । ପୂର୍ବରୁ ଏହି 28 ବର୍ଷୀୟ ଡ୍ୟାନ୍ସର ଜଣକ ଲୋକସଭା ନିର୍ବାଚନ ସମୟରେ ବିଜେପିର ଯୋଗ ଦେବା ନେଇ ଖବର ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ସପ୍ନା ଏହି ଖବରକୁ ଅସ୍ବୀକାର କରିଥିଲେ ମଧ୍ୟ ରବିବାର ବିଜେପିର ଦିଲ୍ଲୀ ୟୁନିଟ୍ରେ ଯୋଗ ଦେଇଛନ୍ତି । ସପ୍ନାଙ୍କ ବ୍ୟତିତ ବିକ୍ରମ ଭଟ୍ଟ ଏବଂ ଦିଲ୍ଲୀ ପୋଲିସ୍ ଡିସିପି ଏଲ୍ ଏନ୍ ରାଓ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି ।
Tags: