Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ ହସ୍ପିଟାଲ୍‌ରେ ଚଳନଶୀଳ ସ୍କିଲ୍ ଲ୍ୟାବ୍‌ରେ ଡାକ୍ତରଙ୍କୁ ପ୍ରଶିକ୍ଷଣ ପ୍ରଦାନ
ଆଜିର ଖବର

ସମ୍ ହସ୍ପିଟାଲ୍‌ରେ ଚଳନଶୀଳ ସ୍କିଲ୍ ଲ୍ୟାବ୍‌ରେ ଡାକ୍ତରଙ୍କୁ ପ୍ରଶିକ୍ଷଣ ପ୍ରଦାନ

November 23, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଠାରେ ଜନସନ ଆଣ୍ଡ ଜନସନ କମ୍ପାନୀ ଦ୍ୱାରା ଯୋଗାଇ ଦିଆଯାଇଥିବା ଏକ ଚଳନଶୀଳ ସ୍କିଲ୍ ଲ୍ୟାବ୍‌ରେ ନଭେମ୍ବର ୨୦ ଓ ୨୧ ତାରିଖରେ ଦୁଇଦିନ ଧରି ସର୍ଜନ ଓ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀମାନଙ୍କୁ ନେଇ ଶଲ୍ୟ ଚିକିତ୍ସା ବିଷୟରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏକ ଭଲଭୋ ବସ୍‌ରେ ସ୍ଥାପିତ ଏହି ସ୍କିଲ ଲ୍ୟାବରେ ୧୦ଟି ୱାର୍କ ଷ୍ଟେସନ ରହିଛି ଓ ଅସ୍ତ୍ରେପଚାର ହୋଇଥିବା ସ୍ଥାନରେ କିପରି ସିଲାଇ କରି କ୍ଷତକୁ ଯୋଡିବାକୁ ପଡେ ଏଥିରେ ସେ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା ବୋଲି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସର୍ଜନ ମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ଆୟୋଜିତ ହୋଇଥିଲା ବୋଲି ସେ କହିଥିଲେ। ଉଭୟ ଓପନ ଓ ଲାପାରାସ୍କୋପିକ ସର୍ଜରୀରେ ଏହି ତାଲିମ ସର୍ଜନମାନଙ୍କର ଦକ୍ଷତାକୁ ବୃଦ୍ଧି କରିବ।

ବର୍ତ୍ତମାନ ନ୍ୟାସନାଲ୍ ମେଡିକାଲ କମିଶନ ଡାକ୍ତର ଓ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଏହାକୁ କରିକୁଲମର ଏକ ବିଶେଷ ଅଂଶ ଭାବେ ଗ୍ରହଣ କରିଛି। ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରକାଶ କୁମାର ସାହୁ କହିଥିଲେ ଯେ ହସ୍ପିଟାଲରେ ଏକ ସେଂଟ୍ରାଲ୍ ସ୍କିଲ ଲ୍ୟାବ୍ ଓ ସର୍ଜରୀ ବିଭାଗର ଏକ ସ୍ୱତନ୍ତ୍ର ସ୍କିଲ ଲ୍ୟାବ ମଧ୍ୟ ରହିଛି ଯେଉଁଠାରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଏ। ଏହି ପ୍ରଶିକ୍ଷଣ ଫଳରେ ସର୍ଜନମାନେ ସେମାନଙ୍କର କାର୍ଯ୍ୟପ୍ରଣାଳୀକୁ ଆହୁରି ଉନ୍ନତ କରିପାରିବେ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କାର୍ଯ୍ୟକାରୀ ଡିନ୍ ପ୍ରଫେସର (ଡାକ୍ତର) ସୌମ୍ୟରଂଜନ ଦାସ ମଧ୍ୟ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ।

ଶିକ୍ଷା ଓ ଅନୁସନ୍ଧାନ ସମ୍ ହସ୍ପିଟାଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ଜିଓ ସାୱନ ପକ୍ଷରୁ ‘ମ୍ୟୁଜିକ୍ ପ୍ରୋଫାଇଲ୍‌’ ଶୁଭାରମ୍ଭ

June 25, 2026

୩ଟି ଫର୍ମାଟରେ ନମ୍ବର-୧ ଅଲରାଉଣ୍ଡର କିଏ?: ଦେଖନ୍ତୁ ICC ରାଙ୍କିଙ୍ଗ

June 25, 2026

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଉଠାଇଲେ ସମସ୍ତ ଏଲପିଜି କଟକଣା

June 25, 2026

ନେତ୍ର AEW&C କୁ ମିଳିଲା FOC: ଆହୁରି ସୁଦୃଢ ହେବ ଭାରତୀୟ ବାୟୁସେନା

June 25, 2026
Latest News

ଜିଓ ସାୱନ ପକ୍ଷରୁ ‘ମ୍ୟୁଜିକ୍ ପ୍ରୋଫାଇଲ୍‌’ ଶୁଭାରମ୍ଭ

June 25, 2026

୩ଟି ଫର୍ମାଟରେ ନମ୍ବର-୧ ଅଲରାଉଣ୍ଡର କିଏ?: ଦେଖନ୍ତୁ ICC ରାଙ୍କିଙ୍ଗ

June 25, 2026

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଉଠାଇଲେ ସମସ୍ତ ଏଲପିଜି କଟକଣା

June 25, 2026

ନେତ୍ର AEW&C କୁ ମିଳିଲା FOC: ଆହୁରି ସୁଦୃଢ ହେବ ଭାରତୀୟ ବାୟୁସେନା

June 25, 2026

ଭାରତ ପାଇଁ ଖୁସି ଖବର: ହରମୁଜ୍ ପ୍ରଣାଳୀ ପାର ହେଲା ୩୦ଟି ଜାହାଜ

June 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.