Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲିଙ୍ଗ ଭିତ୍ତିକ ହିଂସା ବିରୋଧରେ ଏକ ଜାତୀୟ ଅଭିଯାନର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ
ଆଜିର ଖବର

ଲିଙ୍ଗ ଭିତ୍ତିକ ହିଂସା ବିରୋଧରେ ଏକ ଜାତୀୟ ଅଭିଯାନର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ

November 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
National Space Day
Union Agriculture Minister addressed the National Space Day program virtually

ନୂଆଦିଲ୍ଲୀ: କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ୨୫, ନଭେମ୍ବର ୨୦୨୪ରେ ନୂଆଦିଲ୍ଲୀର ସଂସଦ ମାର୍ଗସ୍ଥିତ ଆକାଶବାଣୀ ରଙ୍ଗଭବନ ଅଡିଟୋରିୟମରେ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ଏକ ଜାତୀୟ ଅଭିଯାନ ‘ନଇ ଚେତନା- ପହଲ ବଦଲାଓ କୀ’ର ତୃତୀୟ ସଂସ୍କରଣକୁ  ଶୁଭାରମ୍ଭ କରିବେ। ଲିଙ୍ଗଭିତ୍ତିକ ହିଂସାକୁ ଦୂର କରିବା ପାଇଁ ସରକାରଙ୍କ ମିଳିତ ପ୍ରୟାସରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା- ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଡିଏୱାଇ-ଏନଆରଏଲଏମ) ଦ୍ୱାରା ଆୟୋଜିତ ଏହି ଅଭିଯାନ ୨୩ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ସମସ୍ତ ଭାରତୀୟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଚାଲିବ। ଡିଏୱାଇ-ଏନଆରଏଲଏମର ବ୍ୟାପକ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ନେଟୱର୍କ ନେତୃତ୍ୱରେ ଏହି ପଦକ୍ଷେପ ଜନ ଆନ୍ଦୋଳନର ଭାବନାକୁ ପ୍ରତିଫଳିତ କରୁଛି।

ଏହି ଅଭିଯାନ “ସମଗ୍ର ସରକାରୀ” ଆଭିମୁଖ୍ୟର ଭାବନାରେ ଏକ ସହଯୋଗୀ ପ୍ରୟାସ ଏବଂ ଏଥିରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ଗୃହ ମନ୍ତ୍ରଣାଳୟ, ପଞ୍ଚାୟତିରାଜ ମନ୍ତ୍ରଣାଳୟ, ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ମନ୍ତ୍ରଣାଳୟ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ନ୍ୟାୟ ବିଭାଗ ଭଳି ୯ଟି ମନ୍ତ୍ରଣାଳୟ/ବିଭାଗ ଅଂଶଗ୍ରହଣ କରିବେ।

ନଇ ଚେତନା ଅଭିଯାନର ଉଦ୍ଦେଶ୍ୟ ହେଉଛି ସଚେତନତା ବୃଦ୍ଧି କରିବା ଏବଂ ତୃଣମୂଳ ସ୍ତରୀୟ ପଦକ୍ଷେପ ମାଧ୍ୟମରେ ଲିଙ୍ଗ ଭିତ୍ତିକ ହିଂସା ବିରୋଧରେ ସଚେତନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା। ଆରମ୍ଭରୁ ନଇ ଚେତନା ଦେଶବ୍ୟାପୀ ଲକ୍ଷ ଲକ୍ଷ ଲୋକଙ୍କୁ ଏକାଠି କରିଛି, ଲିଙ୍ଗଗତ ସମାନତା ଏବଂ ମହିଳା ସଶକ୍ତୀକରଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନକୁ ପ୍ରୋତ୍ସାହିତ କରିଛି। ଏହାର ପ୍ରଥମ ସଂସ୍କରଣରେ ୩.୫ କୋଟି ଲୋକ ଯୋଗ ଦେଇଥିବା ବେଳେ ନଇ ଚେତନା ୨.୦ରେ ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫.୫ କୋଟି ଅଂଶଗ୍ରହଣକାରୀ ସାମିଲ ହୋଇଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଦେଶବ୍ୟାପୀ ଲିଙ୍ଗଭିତ୍ତିକ ହିଂସା ଉପରେ ୯ ଲକ୍ଷରୁ ଅଧିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

‘ନଇ ଚେତନା ୩.୦’ର ଉଦ୍ଦେଶ୍ୟ ଗୁଡ଼ିକ ହେଲା ସମସ୍ତ ପ୍ରକାର ଲିଙ୍ଗଭିତ୍ତିକ ହିଂସା ବିଷୟରେ ସଚେତନତା ସୃଷ୍ଟି କରିବା, ଜନସମାଜକୁ ମୁହଁ ଖୋଲିବା ଏବଂ କାର୍ଯ୍ୟାନୁଷ୍ଠାନ ଦାବି କରିବାକୁ ଉତ୍ସାହିତ କରିବା, ଠିକ୍ ସମୟରେ ସହାୟତା ପାଇଁ ସହାୟତା ବ୍ୟବସ୍ଥା ଉପଲବ୍ଧ କରାଇବା ଏବଂ ସ୍ଥାନୀୟ ଅନୁଷ୍ଠାନଗୁଡ଼ିକୁ ହିଂସା ବିରୁଦ୍ଧରେ ନିର୍ଣ୍ଣାୟକ ଭାବରେ କାର୍ଯ୍ୟ କରିବା ନିମନ୍ତେ ସଶକ୍ତ କରିବା। ଏହି ଅଭିଯାନର ବାର୍ତ୍ତା,”ଏକ ସାଥ, ଏକ ଆୱାଜ, ହିଂସା କେ ଖିଲାଫ” ସମଗ୍ର ସମାଜ ଏବଂ ସମଗ୍ର ସରକାରୀ ଆଭିମୁଖ୍ୟ ଗ୍ରହଣ କରି ସମନ୍ୱିତ ପ୍ରୟାସ ମାଧ୍ୟମରେ ସାମୂହିକ ପଦକ୍ଷେପ ନେବାର ଆହ୍ୱାନକୁ ପ୍ରତିଫଳିତ କରେ।

ଅନ୍ନପୂର୍ଣ୍ଣା ଦେବୀ ତୃତୀୟ ସଂସ୍କରଣ ଲିଙ୍ଗଭିତ୍ତିକ ହିଂସା ଶିବରାଜ ସିଂ ଚୌହାନ
Share. Facebook Twitter LinkedIn Email WhatsApp Copy Link

Related Posts

ଲିକ୍ ହେଲା ଏସିଆ କପ୍ ପାଇଁ ଭାରତର ପ୍ଲେଇଂ-୧୧: ଜାଣନ୍ତୁ କାହାକୁ ମିଳିବ ସୁଯୋଗ

September 9, 2025

‘ଫଳାଫଳ ଚକିତ କରିବ’: ଉପରାଷ୍ଟ୍ରପତି ନିର୍ବାଚନ ମଧ୍ୟରେ ସଞ୍ଜୟ ସିଂହଙ୍କ ବଡ ଦାବି

September 9, 2025

ନେପାଳର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେପି ଶର୍ମା ଓଲି

September 9, 2025

Asia Cup 2025: ଏହି ପ୍ଲେଇଂ ୧୧ ସହିତ ଏସିଆ କପ୍ ରେ ପ୍ରବେଶ କରିପାରେ ଟିମ୍ ଇଣ୍ଡିଆ

September 9, 2025
Latest News

ଲିକ୍ ହେଲା ଏସିଆ କପ୍ ପାଇଁ ଭାରତର ପ୍ଲେଇଂ-୧୧: ଜାଣନ୍ତୁ କାହାକୁ ମିଳିବ ସୁଯୋଗ

September 9, 2025

‘ଫଳାଫଳ ଚକିତ କରିବ’: ଉପରାଷ୍ଟ୍ରପତି ନିର୍ବାଚନ ମଧ୍ୟରେ ସଞ୍ଜୟ ସିଂହଙ୍କ ବଡ ଦାବି

September 9, 2025

ନେପାଳର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେପି ଶର୍ମା ଓଲି

September 9, 2025

Asia Cup 2025: ଏହି ପ୍ଲେଇଂ ୧୧ ସହିତ ଏସିଆ କପ୍ ରେ ପ୍ରବେଶ କରିପାରେ ଟିମ୍ ଇଣ୍ଡିଆ

September 9, 2025

‘ଆମେ ନିଶ୍ଚିତ ଜିତିବୁ’: ଭୋଟ ଦେବା ପୂର୍ବରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ବଡ ଦାବି

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.