Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆରଆଇଇ ଭୁବନେଶ୍ବର ପକ୍ଷରୁ ଏନସିସି ଦିବସ ପାଳିତ
ଆଜିର ଖବର

ଆରଆଇଇ ଭୁବନେଶ୍ବର ପକ୍ଷରୁ ଏନସିସି ଦିବସ ପାଳିତ

November 25, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ଏନସିସିର ୭୬ତମ ପ୍ରତିଷ୍ଠା ଦିବସ (ଏନସିସି ଦିବସ) ପାଳିତ ହୋଇଯାଇଛି। ଏହି ଗୌରବ ଓ ଦେଶପ୍ରେମ ଦିବସରେ ଅଧ୍ୟକ୍ଷ ପ୍ରଫେସର ପି. ସି. ଅଗ୍ରଓ୍ଵାଲ ତାଙ୍କର ପ୍ରେରଣାଦାୟୀ ଭାଷଣ ମାଧ୍ୟମରେ ଏକତା, ଦେଶପ୍ରେମ ଓ ଶୃଙ୍ଖଳା ଭାବନା ଉପରେ ଆଲୋକପାତ କରିଥିଲେ। ସେ କ୍ୟାଡେଟମାନଙ୍କୁ ସେବା ଓ ନେତୃତ୍ବ ପ୍ରତି ସମର୍ପଣ ଜାରି ରଖିବାକୁ ଅନୁରୋଧ କରିଥିଲେ। କ୍ୟାଡେଟ୍ ମାନେ ସେମାନଙ୍କ ଭାଷଣରେ ନିଜର ସାମଗ୍ରିକ ବିକାଶ ଓ ଦେଶର ପ୍ରଗତିରେ ଏନସିସିର ଭୂମିକାଉପରେ ଆଲୋକପାତ କରିଥିଲେ।

ଏନସିସିର ପ୍ରଶିକ୍ଷଣରେ ଜାତୀୟତାବାଦ, ଦେଶପ୍ରେମ, ଶୃଙ୍ଖଳା, ଦଳୀୟ ଭାବନା, ନେତୃତ୍ୱ, କଠିନ ପରିଶ୍ରମ, ଆତ୍ମବିଶ୍ୱାସ ଏବଂ ସାମଗ୍ରିକ ବ୍ୟକ୍ତିତ୍ୱ ବିକାଶକୁ ପ୍ରୋତ୍ସାହିତ କରିବା ଭଳି ଗୁଣ ଉପରେ ଗୁରୁତ୍ୱ ଦିଆଯାଏ। ଏଏନଓ ଏବଂ ସଂଯୋଜକ ଲେଫ୍ଟନାଣ୍ଟ (ଡ.) ଆର.ସେଠୀ ଅତିଥି ଓ କ୍ୟାଡେଟମାନଙ୍କୁ ସ୍ୱାଗତ କରିଥିଲେ।

କାର୍ଯ୍ୟକ୍ରମରେ ଡିଇ ଓ ଛାତ୍ର ପରିଷଦ ଉପଦେଷ୍ଟା ପ୍ରଫେସର ଏଲ୍ ବେହେରା ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବାଳକ ଓ ବାଳିକା ଶାଖାର କ୍ୟାଡେଟ୍ ମାନେ ଜାତୀୟ ଏକତା ଓ ଅଖଣ୍ଡତା ଉପରେ ସ୍ଲୋଗାନ୍ ଦେବା ସହ ଶୋଭାଯାତ୍ରା କରିଥିଲେ ଓ ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଅଧ୍ୟକ୍ଷ ପ୍ରଫେସର ପି. ସି. ଅଗ୍ରୱାଲ କ୍ୟାଡେଟମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ ଏବଂ ସିଟିଓ ଡ. ସୁଶାନ୍ତ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଡିଏମକେରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ପନ୍ନିରସେଲଭମ

February 27, 2026

ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ

February 27, 2026

ଆସନ୍ତା ମାର୍ଚ୍ଚ ୫ ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ଅମିତ୍ ଶାହ

February 27, 2026

ପୃଥକ୍ ପୃଥକ୍ ଦୁର୍ଘଟଣାରେ ୩ ମୃତ, ୨ ଗୁରୁତର

February 27, 2026
Latest News

ଡିଏମକେରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ପନ୍ନିରସେଲଭମ

February 27, 2026

ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ

February 27, 2026

ଆସନ୍ତା ମାର୍ଚ୍ଚ ୫ ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ଅମିତ୍ ଶାହ

February 27, 2026

ପୃଥକ୍ ପୃଥକ୍ ଦୁର୍ଘଟଣାରେ ୩ ମୃତ, ୨ ଗୁରୁତର

February 27, 2026

ବାଲୁଗାଁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କ ବିୟୋଗରେ ସ୍ମୃତି ଚ଼ାରଣ ସଭା

February 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.