କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ୍ ଗାନ୍ଧି ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ କିଏ ଅଧ୍ୟକ୍ଷ ହେବ ଏ ନେଇ ଏବେ ଚାଲିଛି କଳ୍ପନା ଜଳ୍ପନା । ଅଧ୍ୟକ୍ଷ ପଦବୀ ପାଇଁ ସୁଶୀଲ ସିନ୍ଧେ, ମଲ୍ଲିକାର୍ଜୁନ ଖର୍ଗେଙ୍କ ପରି ବରିଷ୍ଠ କଂଗ୍ରେସ ନେତାଙ୍କ ନାମ ଦୌଡ଼ରେ ରହିଛି । ମିଳିଥିବା ସୂଚନା ଅନୁସାରେ କଂଗ୍ରେସ ଅଧ୍ୟକ୍ଷ ପଦବୀ ଦୌଡ଼ରେ ରାଜସ୍ଥାନର ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ନାମ ଏବେ ସର୍ବାଗ୍ରେ ରହିଛି । କେବଳ ଏତିକି ନୁହେଁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାମ ମଧ୍ୟ ଏହି ଦୌଡ଼ରେ ସାମିଲ୍ ହୋଇଛି । ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ମଧ୍ୟ ଦଳକୁ ଜଣେ ଯୁବ ନେତୃତ୍ବ ମିଳିବା ନେଇ ନିଜର ଅଭିମତ ପ୍ରକାଶ କରିଥିଲେ । ଅମରିନ୍ଦର ଟ୍ଵିଟ୍ କରି କହିଛନ୍ତି ଯେ, ରାହୁଲ ଗାନ୍ଧୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ଦୁର୍ଭାଗ୍ୟପୂର୍ଣ୍ଣ ଥିଲା, ମାତ୍ର ସିଡବ୍ଲ୍ୟୁସିଙ୍କୁ ଯୁବ ଚେହେରାକୁ ଅଧ୍ୟକ୍ଷ ରୂପେ ଚୟନ କରିବା ଉଚିତ୍ ବୋଲି କହିଥିଲେ ।
Tags: