Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ବାଲ ବିବାହ ମୁକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଜିର ଖବର

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ବାଲ ବିବାହ ମୁକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ

November 27, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: କେନ୍ଦ୍ର ସରକାର ନୂଆଦିଲ୍ଲୀରେ ଦେଶବ୍ୟାପୀ ‘ବାଲ୍ୟ ବିବାହ ମୁକ୍ତ ଭାରତ’ ଅଭିଯାନ ଆରମ୍ଭ କରିଥିବା ବେଳେ ବାଲ୍ୟ ବିବାହ ବିରୋଧରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଓ ରୁଚିକା ସମାଜ ମଙ୍ଗଳ ସଂଗଠନର ମିଳିତ ସହଯୋଗରେ ଏକ ଶୋଭାଯାତ୍ରା ଓ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସମାରୋହରେ ଉପସ୍ଥିତ ଥିବା ଜିଲ୍ଲାପାଳ ଚଞ୍ଚଳ ରଣା ଜିଲାକୁ ବାଲ୍ୟ ବିବାହ ମୁକ୍ତ କରିବାକୁ ସଂକ‌ଳ୍ପ ନେଇଥିଲେ।

ଜିଲ୍ଲାପାଳ ଚଞ୍ଚଳ ରଣା ଏହି ସମାରୋହରେ ଯୋଗ ଦେଇ ଖୋର୍ଦ୍ଧା ଜିଲ୍ଲାର ମହିଳା ନେତ୍ରିମାନଙ୍କୁ ବାଲ୍ୟ ବିବାହ ବିରୋଧରେ ଶପଥ ପାଠ କରାଇଥିଲେ। ଜିଲ୍ଲାର ୩୦୦ ରୁ ଉର୍ଦ୍ଧ ଗ୍ରାମବାସୀ, ଗ୍ରାମ ମୁଖୀଆ, ବାଲ୍ୟ ବିବାହ ସୁରକ୍ଷା ଅଧିକାରୀ (CMPO), ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ଶିକ୍ଷୟିତ୍ରୀ ଓ ମହିଳାମାନେ ଶପଥ ନେଇ ଜିଲ୍ଲାବ୍ୟାପୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ବାଲ୍ୟ ବିବାହ ଉଚ୍ଛେଦ ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣା ଦେବୀ ନଭେମ୍ବର ୨୭ ତାରିଖରେ ଘୋଷଣା କରିଥିବା ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନର ପ୍ରତିକ୍ରିୟାରେ ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସେ ଦେଶର ସମସ୍ତ ଗ୍ରାମ ପଞ୍ଚାୟତ ଓ ବିଦ୍ୟାଳୟକୁ ବାଲ୍ୟ ବିବାହ ବିରୋଧରେ ଶପଥ ପାଠ କରାଇଥିଲେ ଏବଂ ଏହି ଅଭିଯାନ ୨୫ କୋଟି ଲୋକଙ୍କ ପାଖରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଉନ୍ମୋଚନ ସମୟରେ ବାଲ୍ୟ ବିବାହକୁ ସହଜରେ ରିପୋର୍ଟ କରିବା ପାଇଁ ଏକ ଜାତୀୟ ପୋର୍ଟାଲ ମଧ୍ୟ ଉନ୍ମୋଚନ କରାଯାଇଥିଲା।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ରାଣା କହିଲେ, “ଖୋର୍ଦ୍ଧା ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବାକୁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ବଦ୍ଧ।”

ଦେଶବ୍ୟାପୀ ଅଭିଯାନ ଏବଂ ଏହା କିପରି ସେମାନଙ୍କ କାର୍ଯ୍ୟକୁ ତ୍ବରାନ୍ବିତ କରିବ ସେ ବିଷୟରେ ରୁଚିକାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡକ୍ଟର ବେଣୁଧର ସେନାପତି କହିଛନ୍ତି, ବାଲ୍ୟ ବିବାହ ବିଷୟରେ ସଚେତନତା ସୃଷ୍ଟି କରିବା, ଏପରି କୌଣସି ବିବାହକୁ ରୋକିବା ପାଇଁ ଆମେ ସରକାରୀ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ମୁଖ୍ୟଙ୍କ ସହ ଜିଲ୍ଲାରେ କାର୍ଯ୍ୟ କରୁଥିବା ବେଳେ ସରକାରଙ୍କ ଏହି ଅଭିଯାନ ଏହି ଲଢ଼େଇରେ ଏକ ନୂତନ ଶକ୍ତି ଏବଂ ସମର୍ଥନ ଦେବ। ବାଲ୍ୟ ବିବାହ ଅପରାଧରେ ଆଉ ନିରବ ରହିବେ ନାହିଁ ବୋଲି ଭାରତ ବିଶ୍ୱକୁ ଦେଖାଇଦେଇଛି ଏବଂ ପ୍ରତ୍ୟେକ ପିଲାଙ୍କ ପାଇଁ ଏକ ଉପଯୁକ୍ତ ଶୈଶବ ସୁନିଶ୍ଚିତ କରିବା ପାଇଁ ଆମେ ଆମ ସାମର୍ଥ୍ୟ ଅନୁଯାୟୀ ସବୁ କିଛି କରିବୁ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୋତ୍ସ୍ନାମୟୀ ଆଚାର୍ଯ୍ୟ, ଅତିରିକ୍ତ ସମାଜ କଲ୍ୟାଣ ଅଧିକାରିଣୀ ସୁଷମା ମହାନ୍ତି ,ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ ସୌଦାମିନି ଦାଶ, ଆକ୍ସନ ଏଡ଼ର ବାଲ୍ୟ ବିବାହ ନିରାକରଣ ଜିଲ୍ଲା ସଂଯୋଜକ ଉତ୍କଳ ମାଇତି, ବିଶ୍ୱ ଜୀବନ ସେବା ସଂଘ, ଭୈରବୀ କ୍ଲବ କର୍ମକର୍ତ୍ତାମାନେ ଯୋଗଦେଇ ମହିଳା ନେତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ଖୋର୍ଦ୍ଧା ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବ ସରକାର ଯଦି ଦୁର୍ନିତି କରିଛନ୍ତି ଦମ ଅଛି ତ ଭିଜିଲାନ୍ସ ଲଗାଅ, ବିଧାନସଭାରେ ଗର୍ଜିଲେ ବିଧାୟକ ଅରବିନ୍ଦ

December 5, 2025

ପ୍ରଫେସର କେ. ଲକ୍ଷ୍ମୀ ବାଈଙ୍କୁ କାହିଁକି ପ୍ରଶଂସା କଲେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

December 5, 2025

ଏମ୍‌ସ ଭୁବନେଶ୍ବରକୁ ୩.୪ କୋଟି ଟଙ୍କା ଦାନ କଲେ ୯୯ ବର୍ଷ ବୟସ୍କା ପ୍ରଫେସର ଲକ୍ଷ୍ମୀ ବାଈ

December 5, 2025

Putin Pays Tribute at Rajghat: ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ପୁଟିନ୍

December 5, 2025
Latest News

India Russia Summit:ବାର୍ଷିକ ଶିଖର ସମ୍ମିଳନୀରେ ଜାତୀୟ ମୁଦ୍ରା ବ୍ୟବହାର କରି ବାଣିଜ୍ୟ ବୃଦ୍ଧି ପାଇଁ ସହମତି

December 5, 2025

ପୂର୍ବ ସରକାର ଯଦି ଦୁର୍ନିତି କରିଛନ୍ତି ଦମ ଅଛି ତ ଭିଜିଲାନ୍ସ ଲଗାଅ, ବିଧାନସଭାରେ ଗର୍ଜିଲେ ବିଧାୟକ ଅରବିନ୍ଦ

December 5, 2025

ପ୍ରଫେସର କେ. ଲକ୍ଷ୍ମୀ ବାଈଙ୍କୁ କାହିଁକି ପ୍ରଶଂସା କଲେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

December 5, 2025

ଏମ୍‌ସ ଭୁବନେଶ୍ବରକୁ ୩.୪ କୋଟି ଟଙ୍କା ଦାନ କଲେ ୯୯ ବର୍ଷ ବୟସ୍କା ପ୍ରଫେସର ଲକ୍ଷ୍ମୀ ବାଈ

December 5, 2025

Putin Pays Tribute at Rajghat: ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ପୁଟିନ୍

December 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.