ଓଡ଼ିଶାରେ ନୂତନ ସ୍ୱାସ୍ଥ୍ୟନୀତି ଆଣିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ନବ ଦାସ । ଓଡ଼ିଶାରୁ ଡାକ୍ତର ବାହାର ରାଜ୍ୟକୁ ଯାଉଥିବାରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଉଦବେଗ ପ୍ରକାଶ କରି ରାଜ୍ୟରେ ଆହୁରି ମେଡ଼ିକାଲ କଲେଜ କରି ନିଯୁକ୍ତି ଦେବାକୁ କହିଛନ୍ତି । ରାଜ୍ୟରେ ସ୍ୱାସ୍ଥ୍ୟ ସେବା ସେତେଟା ଭଲ ସ୍ଥିତିରେ ନାହିଁ । ଅଧିକାଂଶ ଚିକିତ୍ସାଳୟରେ ଡାକ୍ତର ଅଭାବ କାରଣରୁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟରେ ମେଡ଼ିକାଲ କଲେଜ କମ ଥିବାରୁ ମେଧାବୀ ଛାତ୍ରଛାତ୍ରୀ ଡାକ୍ତରୀ ପଢିବା ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି । ତେଣୁ ରାଜ୍ୟରେ ନୂଆ ସ୍ୱାସ୍ଥ୍ୟନୀତି ଆଣିବାକୁ ପ୍ରୟାସ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ରାଜ୍ୟରେ ଚିକିତ୍ସାଳୟ ଗୁଡ଼ିକରେ ଅନେକ ଡାକ୍ତରୀ ପଦବୀ ଖାଲି ପଡ଼ିଛି । ତେଣୁ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ କରାଯିବ ବୋଲି କହିଛନ୍ତି ନବ ଦାସ ।
Tags: