ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ପଦରୁ ମିଲିନ୍ଦ ଦେଓ୍ବେଡା ଇସ୍ତଫା ଦେବା ପରେ କଂଗ୍ରେସ ନେତା ସଂଜୟ ନିରୁପମ ଏହାକୁ ନେଇ ଟାର୍ଗେଟ୍ କରିଛନ୍ତି । ଇଶାରା ଇଶାରାରେ ସେ ଦେଓ୍ବେଡାଙ୍କ ଉପରେ ଆକ୍ରମଣ କରିଛନ୍ତି । ସଂଜୟ କହିଛନ୍ତି ଯେ, ଇସ୍ତଫା ଏବେ ଉପରକୁ ଚଢିବାର ଶିଡି ହୋଇଯାଉଛି । ଏପରି ‘କର୍ମଠ’ ଲୋକଙ୍କଠାରୁ ଦଳ ସାବଧାନ ରହିବା ଉଚିତ୍ । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମିଲିନ୍ଦ ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ତାଙ୍କୁ ରାଷ୍ଟ୍ରୀୟ ସ୍ତରରେ କାର୍ଯ୍ୟ କରିବାର ସୁଯୋଗ ମିଳିବ ବୋଲି ସୂଚନା ରହିଛି । ଏହା ପରେ ସଂଜୟ ଟୁଇଟ୍ ଜରିଆରେ ଦେଓ୍ବଡାଙ୍କ କଟାକ୍ଷ କରି କହିଛନ୍ତି – ‘ଇସ୍ତଫାରେ ଅନ୍ତର୍ନିହିତ ତ୍ୟାଗ ରହିବା ଉଚିତ୍, କିନ୍ତୁ ଏଠାରେ ତ କ୍ଷଣକେ ପରେ ‘ନ୍ୟାସନାଲ୍’ ଲେବଲ୍ର ପଦ ମଗା ଯାଉଛି । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ରାହୁଲ୍ ଗାନ୍ଧି ସଂଜୟ ନିରୁପମଙ୍କ ସ୍ଥାନରେ ମିଲିନ୍ଦ ଦେଓ୍ବେଡଙ୍କାଙ୍କୁ ମୁମ୍ବାଇ କଂଗ୍ରେସର ଅଧ୍ୟକ୍ଷ ରୂପେ ନିଯୁକ୍ତ କରିଥିଲେ । ମାତ୍ର ମହାରାଷ୍ଟ୍ର ବିଧାନସଭାର ଠିକ୍ ତିନି ମାସ ପୂର୍ବରୁ ମିଲିନ୍ଦ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଯାହାକୁ ଦଳ ଭିତରେ ଚର୍ଚ୍ଚା ଜୋର୍ସୋର୍ରେ ଲାଗି ରହିଛି ।
ମିଲିନ୍ଦଙ୍କୁ ଟାର୍ଗେଟ୍ କଲେ ସଂଜୟ : ଇସ୍ତଫା ଏବେ ଉପରକୁ ଚଢିବାର ଶିଡି ପାଲଟିଛି
Published:
Jul 7, 2019, 6:58 pm IST
Tags: