Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»2025 IPLରେ ସମସ୍ତ 10 ଟି ଦଳର ସମ୍ଭାବ୍ୟ ଅଧିନାୟକ, ଜାଣନ୍ତୁ ତାଲିକା
ଆଜିର ଖବର

2025 IPLରେ ସମସ୍ତ 10 ଟି ଦଳର ସମ୍ଭାବ୍ୟ ଅଧିନାୟକ, ଜାଣନ୍ତୁ ତାଲିକା

November 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: 2025 ଆଇପିଏଲ୍ ମେଗା ନିଲାମ ପୂର୍ବରୁ ବିରାଟ କୋହଲି ପୁନର୍ବାର ଆରସିବି ଅଧିନାୟକ ହେବାକୁ ଚାହୁଁଛନ୍ତି ବୋଲି କଳ୍ପନାଜଳ୍ପନା ଚାଲିଥିଲା। ତାଙ୍କୁ ବେଙ୍ଗାଲୁରୁ 21 କୋଟି ଟଙ୍କାରେ ରଖିଛି। ରୁତୁରାଜ ଗାଇକ୍ଵାଡ ଆଇପିଏଲ 2024 ରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଥିଲେ ଏବଂ ତାଙ୍କ ଅଧୀନରେ ଥିବା ଦଳ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା। ଗାଇକ୍ଵାଡଙ୍କୁ CSK 18 କୋଟି ଟଙ୍କାରେ ରଖିଛି।

ମୁମ୍ବାଇ ଇଣ୍ଡିଆନ୍ସ ଘୋଷଣା କରିଛି ଯେ, ହାର୍ଦ୍ଦିକ ପାଣ୍ଡ୍ୟା 2025 ଆଇପିଏଲ ରେ ଦଳର ଅଧିନାୟକତ୍ୱ ଜାରି ରଖିବେ। ତାଙ୍କୁ 16.35 କୋଟି ଟଙ୍କାରେ MI ରଖିଛି। ପଞ୍ଜାବ କିଙ୍ଗସ୍ ଶ୍ରେୟସ୍ ଆୟରଙ୍କୁ 26.75 କୋଟି ଟଙ୍କାରେ କିଣିଥିଲା। ତାଙ୍କ ଅଧିନାୟକତ୍ୱରେ, କେକେଆର୍ ଆଇପିଏଲ୍ 2024 ର ଚାମ୍ପିଅନ୍ ହୋଇଥିଲା। ଏତେ ମୋଟା ମୂଲ୍ୟ ପ୍ରମାଣ ଯେ, ଆୟର ଏଥର ପଞ୍ଜାବର ନେତୃତ୍ୱ ନେବାକୁ ଯାଉଛନ୍ତି।

ନିଲାମ ପୂର୍ବରୁ ନିକୋଲାସ ପୁରନଙ୍କୁ ଅଧିନାୟକ କରାଯିବ ବୋଲି କଳ୍ପନାଜଳ୍ପନା କରାଯାଇଥିଲା, କିନ୍ତୁ ଋଷଭ ପନ୍ତଙ୍କ ଉପରେ 27 କୋଟି ଟଙ୍କାର ଟେଣ୍ଡର ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ, ଏଥର ଲକ୍ଷ୍ନୌର ନେତୃତ୍ଵ ପନ୍ତଙ୍କ ହାତରେ ରହିବ। ଏହାପୂର୍ବରୁ ସେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଥିଲେ। ସଞ୍ଜୁ ସାମସନ 2021 ପରଠାରୁ ରାଜସ୍ଥାନ ରୟାଲ୍ସର ଅଧିନାୟକ ରହିଆସିଛନ୍ତି ଏବଂ ଆଇପିଏଲ୍ 2025 ରେ ମଧ୍ୟ ଦଳର ନେତୃତ୍ୱ ନେଉଥିବାର ଦେଖିବାକୁ ମିଳିବ। ତାଙ୍କୁ 18 କୋଟି ଟଙ୍କାରେ ଆର.ଆର. ରଖିଛି।

ପ୍ୟାଟ୍ କମିନ୍ସଙ୍କ ଅଧିନାୟକତ୍ୱରେ, SRH ଆଇପିଏଲ୍ 2024 ରେ ଫାଇନାଲରେ ପ୍ରବେଶ କରିଥିଲା। 18 କୋଟି ଟଙ୍କାରେ ରଖାଯାଇଥିବା କମିନ୍ସ ଏଥର ମଧ୍ୟ ଦଳର ଅଧିନାୟକ ହେବାକୁ ଏବଂ ଦଳକୁ ଟାଇଟଲକୁ ନେବାକୁ ଚାହୁଁଛନ୍ତି। IPL 2024 ରେ ଗୁଜୁରାଟ ଟାଇଟାନ୍ସର ଅଧିନାୟକ ଭାବରେ ଶୁବମାନ ଗିଲ ବହୁତ ସଫଳ ହୋଇନଥିଲେ। ଏହା ସତ୍ତ୍ୱେ ତାଙ୍କୁ IPL 2025 ରେ GT ର ଅଧିନାୟକତ୍ୱ ମିଳିବ।

ଲକ୍ଷ୍ନୌ ସୁପର ଜିଆଣ୍ଟ୍ସର ଅଧିନାୟକତ୍ୱ ଛାଡିବା ପରେ କେ.ଏଲ୍ ରାହୁଲ ଆଇପିଏଲ୍ 2025 ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିବେ। ଋଷଭ ପନ୍ତଙ୍କ ଅନୁପସ୍ଥିତି ଯୋଗୁଁ ଅଧିନାୟକତ୍ୱ ସ୍ଲଟ୍ ଖାଲି ହୋଇଯାଇଛି, ଯାହା ରାହୁଲ ପୂରଣ କରିପାରିବେ। ସେପଟେ KKR କୁ ନେଇ ଦ୍ୱନ୍ଦ୍ୱ ରହିଛି। ଗୋଟିଏ ପଟେ ରିଙ୍କୁ ସିଂଙ୍କୁ ଅଧିନାୟକ କରାଯିବାର ଗୁଜବ ଥିବାବେଳେ ଅନ୍ୟପଟେ 23.75 କୋଟି ଟଙ୍କାରେ ବିକ୍ରି ହୋଇଥିବା ଭେଙ୍କଟେଶ ଆୟର ମଧ୍ୟ ଅଧିନାୟକତ୍ୱ ଦୌଡ଼ରେ ଅଛନ୍ତି।

INDIAN PREMIER LEAGUE IPL 2025 IPL 2025 Players List IPL Auction 2025 IPL Captains kl rahul Rishabh Pant Virat Kohli
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025

“ପୂର୍ବ ଭାରତର ଶ୍ରେଷ୍ଠ ଆଇଟିଆଇ” ଭାବେ ସମ୍ମାନିତ ହେଲା ବଡବିଲ ଆଇଟିଆଇ

July 22, 2025
Latest News

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025

“ପୂର୍ବ ଭାରତର ଶ୍ରେଷ୍ଠ ଆଇଟିଆଇ” ଭାବେ ସମ୍ମାନିତ ହେଲା ବଡବିଲ ଆଇଟିଆଇ

July 22, 2025

ରାଜ୍ୟ ମନ୍ତ୍ରୀମଣ୍ଡଳ ସଂପ୍ରାସରଣ ଚର୍ଚ୍ଚା ଭିତରେ ଦିଲ୍ଲୀ କାହିଁକି ଗଲେ ବିଜେପି ସଭାପତି ମନମୋହନ ସାମଲ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.