Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଆରଓ ସମ୍ବଲପୁର ପକ୍ଷରୁ ଅଗ୍ନିପଥ ଯୋଜନା ଅଧୀନରେ ସେନା ନିଯୁକ୍ତି ଶିବିର
ଆଜିର ଖବର

ଏଆରଓ ସମ୍ବଲପୁର ପକ୍ଷରୁ ଅଗ୍ନିପଥ ଯୋଜନା ଅଧୀନରେ ସେନା ନିଯୁକ୍ତି ଶିବିର

November 30, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭାରତୀୟ ସେନା
ପ୍ରତିବର୍ଷ ୧ ଲକ୍ଷ ସୈନିକଙ୍କୁ ଦିଆଯିବ ନିଯୁକ୍ତି!: ଜାଣନ୍ତୁ କେବେ ଆରମ୍ଭ ଏହି ପ୍ରକ୍ରିୟା?

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୬ରୁ ୯ ତାରିଖ ପର୍ଯ୍ୟନ୍ତ ରାଉରକେଲା ସେକ୍ଟର-୬ ସ୍ଥିତ ଇସ୍ପାତ ଷ୍ଟାଡିୟମରେ ସେନା ନିଯୁକ୍ତି ଶିବିର ଅନୁଷ୍ଠିତ ହେବ। ଏଥିରେ ଅନୁଗୁଳ, ବରଗଡ଼, ବଲାଙ୍ଗିର, ଢେଙ୍କାନାଳ, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ଚୟନ ହୋଇଥିବା ପ୍ରାର୍ଥୀମାନେ ଭାଗ ନେଇପାରିବେ। ଅନଲାଇନ ଏକକ ପ୍ରବେଶିକା ପରୀକ୍ଷା (ସିଇଇ) ଜରିଆରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ଶାରୀରିକ ଫିଟନେସ ପରୀକ୍ଷା ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡକାଯାଇଛି। ଅନଲାଇନ ଏକକ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ ସେମାନଙ୍କର ଇମେଲ୍‌ ଆଇଡିରେ ଆଡମିଟ୍‌ କାର୍ଡ ପଠାଯାଇଛି। ଭାରତୀୟ ସେନାର ନିଯୁକ୍ତି ୱେବସାଇଟ୍‌ www.joinindianarmy.nic.inର ପ୍ରୋଫାଇଲ ସେକ୍ସନରେ ଲଗଇନ୍‌ କରି ମଧ୍ୟ ପ୍ରାର୍ଥୀମାନେ ସେମାନଙ୍କର ଆଡମିଟ କାର୍ଡ ଡାଉନଲୋଡ୍‌ କରିପାରିବେ। କୌଣସି ପ୍ରଶ୍ନ ପାଇଁ ପ୍ରାର୍ଥୀମାନେ ସମ୍ବଲପୁର ଏଆରଓଙ୍କୁ ୦୬୬୩-୨୯୫୦୩୫୯ ଏବଂ ୦୬୬୩-୨୫୨୦୮୪୫ ନମ୍ବରରେ ଯୋଗାଯୋଗ କରିପାରିବେ।

ନିଯୁକ୍ତି ପ୍ରକ୍ରିୟା ସମୟରେ ଠକ/ଦଲାଲଙ୍କ ଠକାମିରେ ନପଡ଼ିବା ଲାଗି ନିଜର ମୂଳ କାଗଜପତ୍ର କାହାରିକୁ ନଦେବା ଲାଗି ପରାମର୍ଶ ଦିଆଯାଉଛି। ଏଭଳି କୌଣସି ଘଟଣା ଘଟିବା କ୍ଷେତ୍ରରେ ସ୍ଥାନୀୟ ପୁଲିସ ଏବଂ ସମ୍ବଲପୁରସ୍ଥିତ ସେନା ନିଯୁକ୍ତି କାର୍ଯ୍ୟାଳୟରେ ତୁରନ୍ତ ଯୋଗାଯୋଗ କରାଯାଇପାରିବ। ଏଭଳି ଠକ/ଦଲାଲଙ୍କ ବିରୋଧରେ ଏବଂ ନିଯୁକ୍ତି ଶିବିର ସମୟରେ କୌଣସି ଅନିୟମିତ କାର୍ଯ୍ୟ ପାଇଁ ସ୍ଥାନୀୟ ପୁଲିସ ଓ ପ୍ରଶାସନ ଜରିଆରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅଗ୍ନିପଥ ଯୋଜନା ରାଉରକେଲା
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.