Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଦିବାସୀ ଓ ଲୋକନୃତ୍ୟ ଉତ୍ସବ ନୃତ୍ୟ ସଙ୍ଗମ ଉଦଘାଟିତ
ଆଜିର ଖବର

ଆଦିବାସୀ ଓ ଲୋକନୃତ୍ୟ ଉତ୍ସବ ନୃତ୍ୟ ସଙ୍ଗମ ଉଦଘାଟିତ

November 30, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଲୁପ୍ତପ୍ରାୟ ଲୋକ ନୃତ୍ୟ, ଆଦିବାସୀ ତଥା ପାରମ୍ପରିକ ଲୋକନୃତ୍ୟକୁ ବଞ୍ଚାଇ ରଖିବା ଉଦ୍ଧେଶ୍ୟ ନେଇ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଲୋକକଳାର ମହାକୁମ୍ଭ ‘ନୃତ୍ୟ ସଙ୍ଗମ’ ଉଦ୍‌ଘାଟିତ ହୋଇଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ, ଓଡିଶା ସରକାର ଓ ପ୍ରତିଭା ଅନୁଷ୍ଠାନର ମିଳିତ ଉଦ୍ୟମରେ ଆୟୋଜିତ ତିନିଦିନିଆ କାର୍ଯ୍ୟକ୍ରମର ସାଂସ୍କୃତିକ ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ଉଦ୍‌ଘାଟକ ଭାବରେ ଯୋଗ ଦେଇଥିବା ବେଳେ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ଡା. ନିବେଦିତା ନାଥ ମୁଖ୍ୟ ଅତିଥି ଓ ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମ ଲୁପ୍ତପ୍ରାୟ ଲୋକ କଳା ଓ ଲୋକ ସଂସ୍କୃତି କୁ ବଞ୍ଚାଇ ରଖିବାରେ ଅନେକ ସହାୟକ ହେଉଛି ବୋଲି ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଗଙ୍ଗାଧର ଦାଶଙ୍କୁ ଲୋକ କଳା ରତ୍ନ, ଡ. ଉମେଶ ଚନ୍ଦ୍ର ଶତପଥୀଙ୍କୁ ନାଟ୍ୟ ମୁନି, ସଂଗ୍ରାମ କିଶୋର ସରାଫଙ୍କୁ ପ୍ରତିଭା ଶିଳ୍ପୀ ସମ୍ମାନ, ରାମେଶ୍ଵର ତ୍ରିପାଠୀଙ୍କୁ ଭାନୁ ପ୍ରକାଶ ରଥ ନାଟ୍ୟ ସମ୍ମାନ, ଦିଲ୍ଲୀପ ସାହୁଙ୍କୁ ଯୁବ କଳାକାର ଓ କୁନି ସାହୁଙ୍କୁ ପ୍ରତିଭା ଯୁବ କଳାକାର ଭାବେ ସମ୍ମାନିତ କରାଯାଇଥିଲା। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ଓଡ଼ିଶୀ, ଡାଲଖାଇ, ଘୋଡା ନାଚ, ଆସାମର ବିହୁ, ତେଲେଙ୍ଗାନା ସରକାରଙ୍କ ଭାଷା ଓ ସଂସ୍କୃତି ବିଭାଗ ପକ୍ଷରୁ କୋଲାଟମ, ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହା ଡିସେମ୍ବର ୧ ତାରିଖରେ ଉଦଯାପିତ ହେବ।

ନୃତ୍ୟ ସଙ୍ଗମ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଆଜି ୨୫ ଲକ୍ଷ ମହିଳାଙ୍କୁ ପ୍ରଦାନ କଲେ ୨,୫୦୦ କୋଟି ଟଙ୍କା

October 3, 2025

ଦେଶରେ ଦୁଗ୍ଧ ବ୍ୟବସାୟ ୭୦ ପ୍ରତିଶତର ଅଦ୍ଭୁତ ଅଭିବୃଦ୍ଧି ଘଟିଛି, ଅମିତ ଶାହ

October 3, 2025

ସମ୍ବଲପୁର ରେଢାଖୋଲରେ ୯ତମ ରାବଣ ପୋଡି ମହୋତ୍ସବ ଅନୁଷ୍ଠିତ

October 3, 2025

ଆଜି ୧୦,୦୦୦ ଲେଖାଏଁ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା, ମୁଖ୍ୟମନ୍ତ୍ରୀ କରିବେ ପ୍ରଦାନ

October 3, 2025
Latest News

ମୁଖ୍ୟମନ୍ତ୍ରୀ ଆଜି ୨୫ ଲକ୍ଷ ମହିଳାଙ୍କୁ ପ୍ରଦାନ କଲେ ୨,୫୦୦ କୋଟି ଟଙ୍କା

October 3, 2025

ଦେଶରେ ଦୁଗ୍ଧ ବ୍ୟବସାୟ ୭୦ ପ୍ରତିଶତର ଅଦ୍ଭୁତ ଅଭିବୃଦ୍ଧି ଘଟିଛି, ଅମିତ ଶାହ

October 3, 2025

ସମ୍ବଲପୁର ରେଢାଖୋଲରେ ୯ତମ ରାବଣ ପୋଡି ମହୋତ୍ସବ ଅନୁଷ୍ଠିତ

October 3, 2025

ହୀରାକୁଦରେ ଉଦଘାଟିତ ହେଲା ‘ପଞ୍ଜୁରୀ ମାଛ ଚାଷ ସାଧାରଣ ସୁବିଧା କେନ୍ଦ୍ର’

October 3, 2025

ପାହାଡ ଧସିବା ନେଇ ଆଇଆଇଟି ଭୁବନେଶ୍ୱରର ବଡ ଗବେଷଣା, ପାର୍ବତ୍ୟ ଅଞ୍ଚଳର ଛୋଟ ଜଳାଶୟ ମୁଖ୍ୟ କାରଣ

October 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.