ନବୀନ ନିବାସରେ ପାଟକୁରା ମନ୍ତ୍ରଣା

Published: Jul 8, 2019, 1:04 pm IST

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି । ଏହି ନିର୍ବାଚନ ପାଇଁ ଆଜି ନବୀନ ନିବାସରେ ବୈଠକ ଚାଲିଛି । ଆସନ୍ତା ୨୦ରେ ପାଟକୁରା ନିର୍ବାଚନରେ ସିଧାସଳଖ ବିଜେପି ଓ ବିଜେଡ଼ି ମଧ୍ୟରେ କଡ଼ା ଲଢେଇ ହେବ । ପାଟକୁରା ନିର୍ବାଚନ ନେଇ ଆଜି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ନବୀନ ନିବାସରେ ବୈଠକ ବସିଥିଲା । ଏହି ବୈଠକରେ ରାଜା ସ୍ୱାଇଁ , ଅତନୁ ନାୟକ, କିଶୋର ତରାଇ , ସୁଶାନ୍ତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ପାଟକୁରା ନିର୍ବାଚନ ବୈତରଣୀ ପାର ହେବାକୁ ବିଜେଡ଼ି ଦଳ ଦାୟିତ୍ୱରେ ଥିବା ବରିଷ୍ଠ ନେତାଙ୍କୁ ମନ୍ତ୍ରଣା ଦିଆଯାଇଛି । ବୈଠକ ଶେଷ ପରେ ଗରଦପୁର ଓ ମାର୍ଶାଘାଇ ବ୍ଲକ ବାବଦରେ ଆଲୋଚନା କରାଗଲା । ସେଠାରେ ଦଳର କୌଣସି ଅସନ୍ତୋଷ ନାହିଁ । ପାଟକୁରାରେ ବିଜେଡ଼ି ନିଶ୍ଚିତ ଜିତିବ ବୋଲି ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପୁଅ ସଞ୍ଜୟ କହିଛନ୍ତି । ବିଜେପିରୁ ବିଜୟ ମହାପାତ୍ର ଏଠାରେ ପ୍ରାର୍ଥୀ ହୋଇଛନ୍ତି । ପାଟକୁରା ନିର୍ବାଚନକୁ ନେଇ ରାଜନୀତି ବେଶ୍‌ ସରଗରମ ରହିଛି ।

Related posts