Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଙ୍କଟରେ ସ୍ବାମୀ ସରକାର : କଂଗ୍ରେସ ଏବଂ ସ୍ବାଧୀନ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର
ଆଜିର ଖବର

ସଙ୍କଟରେ ସ୍ବାମୀ ସରକାର : କଂଗ୍ରେସ ଏବଂ ସ୍ବାଧୀନ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର

July 8, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
jds - congress
jds - congress

କଂଗ୍ରେସ ଜେଡିଏସ୍‌ ମେଣ୍ଟ ସରକାର ଏବେ ସଂକଟରେ । ବିଗତ ଏକ ସପ୍ତାହ ଧରି କର୍ଣ୍ଣାଟକ ରାଜନୀତିରେ ଇସ୍ତଫା ରାଜନୀତି ଚାଲିଥିବା ବେଳେ ଶେଷରେ ବିଦ୍ରୋହୀ କଂଗ୍ରେସ ବିଧାୟକ କୁମାରସ୍ବାମୀ ସରକାରରୁ ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ଉପ ମୁଖ୍ୟମନ୍ତ୍ରୀ ଜି ପରମେଶ୍ବର ଅସନ୍ତୁଷ୍ଟ ବିଧାୟକଙ୍କୁ ପ୍ରାତଃ ଭୋଜନ ନିମନ୍ତେ ଆମନ୍ତ୍ରଣ କରିଥିଲେ ମଧ୍ୟ ଅସନ୍ତୁଷ୍ଟ ବିଧାୟକ ମାନେ ଏଥିରେ ଯୋଗ ଦେଇନଥିଲେ ।ଏହା ସହିତ ସୋମବାର ସକାଳୁ ଜଣେ ସ୍ବାଧୀନ ବିଧାୟକ ନାଗେଶ ନିଜର ସମର୍ଥନ ପ୍ରତ୍ୟାହାର କରି ନେଇଛନ୍ତି । ନାଗେଶଙ୍କ ବ୍ୟତୀତ କଂଗ୍ରେସ ବିଧାୟିକା ସୌମ୍ୟା ରେଡ୍ଡୀ ମଧ୍ୟ ଇସ୍ତଫା ପ୍ରଦାନ କରିଛନ୍ତି । ଏହି ଇସ୍ତଫା ଫଳରେ କର୍ଣ୍ଣାଟକ ବିଧାନସଭାର ମ୍ୟାଜିକ୍‌ ନମ୍ବର ୧୦୬ କୁ ହ୍ରାସ ପାଇଛି । ବିଜେପି ନିକଟରେ୧୦୫ ସଦସ୍ୟଙ୍କ ସମର୍ଥନ ରହିଥିବାବେଳେ ନାଗେଶଙ୍କ ସମର୍ଥନ ସହାୟତାରେ ଏହି ମ୍ୟାଜିକ୍‌ ନମ୍ବର ହାସଲରେ ସକ୍ଷମ ହେବ । ସୂଚନାଯୋଗ୍ୟ ଯେ, ଶନିବାର କଂଗ୍ରେସ ଏବଂ ଜେଡିଏସର ୧୧ ଜଣ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଥିଲେ । ବାଚସ୍ପତିଙ୍କ ଅନୁପସ୍ଥିତିରେ ସଚିବଙ୍କୁ ବିଧାୟକମାନେ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ବାଚସ୍ପତି ଇସ୍ତଫାକୁ ଗ୍ରହଣ କରିଥିଲେ ମଧ୍ୟ ଏହାର ଯାଞ୍ଚ ବାକିଥିବା ଜଣାପଡିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଅହମ୍ମଦାବାଦ ବିମାନବନ୍ଦରରେ ଭାବପ୍ରବଣ ଦୃଶ୍ୟ: ଜେଦ୍ଦାରୁ ଫେରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯାତ୍ରୀ 

March 4, 2026

Holi Festival: ଚିଲିକା ନିର୍ବାଚନ ମଣ୍ଡଳି ଲୋକଙ୍କ ସହିତ ହୋଲି ଖେଳିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 4, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026

ରଙ୍ଗ ଖେଳିଲା ବେଳେ ବ୍ୟବହାର କରୁଛନ୍ତି କି ସ୍ମାର୍ଟଫୋନ୍: ତାହା ୱାଟରପ୍ରୁଫ୍ କି ନୁହେଁ କିପରି ଜାଣିବେ?

March 4, 2026
Latest News

ରାଜ୍ୟସଭା ନିର୍ବାଚନ: ବିଜୟ ମହାପାତ୍ରଙ୍କ ଘରକୁ କାହିଁକ ଗଲେ ଦିଲ୍ଲୀପ ରାୟ, ବିଧାୟକ ଅରବିନ୍ଦ କହିଲେ..

March 4, 2026

ଅହମ୍ମଦାବାଦ ବିମାନବନ୍ଦରରେ ଭାବପ୍ରବଣ ଦୃଶ୍ୟ: ଜେଦ୍ଦାରୁ ଫେରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯାତ୍ରୀ 

March 4, 2026

Holi Festival 2026: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

March 4, 2026

Holi Festival: ଚିଲିକା ନିର୍ବାଚନ ମଣ୍ଡଳି ଲୋକଙ୍କ ସହିତ ହୋଲି ଖେଳିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 4, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.