ବ୍ରିଟିଶ୍‌ ଏୟାରଓ୍ବେଜ୍‌କୁ 183 ମିଲିୟନ୍‌ ପାଉଣ୍ଡର ଅର୍ଥଦଣ୍ଡ

Published: Jul 8, 2019, 3:12 pm IST

ଗ୍ରାହକଙ୍କ ବ୍ୟାଙ୍କ ତଥ୍ୟକୁ କିଛି ହ୍ୟାକର ହ୍ୟାକ୍‌ କରିବା ଅଭିଯୋଗରେ ବ୍ରିଟିଶ୍‌ ଏୟାରଓ୍ବେଜ୍‌କୁ 183 ମିଲିୟନ୍‌ ପାଉଣ୍ଡର ଅର୍ଥଦଣ୍ଡ ପ୍ରଦାନ କରାଯାଇଛି । ବ୍ରିଟିଶ୍‌ ଏୟାରଓ୍ବେଜ୍‌ରେ ଯାତ୍ରା କରିଥିବା 1 ହଜାରରୁ ଅଧିକ ଯାତ୍ରୀଙ୍କ ବ୍ୟାଙ୍କ ଖାତାର ତଥ୍ୟ ଚୋରି ହୋଇଥିବା ଅଭିଯୋଗରେ ଏହି ଅର୍ଥ ଦଣ୍ଡାଦେଶ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ଏକ ବର୍ଷ ପୂର୍ବରୁ ଏକ ହ୍ୟାକିଂ ସଂସ୍ଥା ପକ୍ଷରୁ ଯାତ୍ରୀ ମାନଙ୍କ ତଥ୍ୟ ହ୍ୟାକ୍‌ କରାଯାଇଥିଲା। 2017ର ନିୟମ ଅନୁଯାୟୀ କମ୍ପାନୀର ବାର୍ଷିକ ଆୟର 1.5 ପ୍ରତିଶତ ଅର୍ଥ ପ୍ରଦାନ କରାଯିବା ଉଚିତ୍‌ । ବ୍ରିଟିଶ୍‌ ଏୟାରଓ୍ବେଜ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଲେକ୍ସ କ୍ରୁଜ୍‌ ସରକାରଙ୍କ ଏହି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି । ଏହି 15 ଦିନିଆ ହ୍ୟାକିଂ ସମସ୍ୟାର ସମାଧାନ ହୋଇ ସାରିଛି ଏବଂ କୌଣସି ଯାତ୍ରୀଙ୍କ ପାସପୋର୍ଟ ତଥ୍ୟ ହସ୍ତାନ୍ତର ହୋଇନାହିଁ ବୋଲି କହିଛନ୍ତି କ୍ରୁଜ୍‌ । ଦଣ୍ଡାଦେଶ କମ୍‌ କରାଯିବା ନେଇ ସରକାରଙ୍କ ନିକଟକରେ ଆବେଦନ କରାଯିବା ନେଇ ଆଲେକ୍ସ କ୍ରୁଜ୍‌ ସୂଚନା ଦେଇଛନ୍ତି ।

Related posts