Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘କୋହଲିଙ୍କୁ ଭୟ ଲାଗେ’: ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆର ବରିଷ୍ଠ ଖେଳାଳି ଦେଲେ ଆଶ୍ଚର୍ଯ୍ୟଜନକ ବିବୃତ୍ତି
ଆଜିର ଖବର

‘କୋହଲିଙ୍କୁ ଭୟ ଲାଗେ’: ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆର ବରିଷ୍ଠ ଖେଳାଳି ଦେଲେ ଆଶ୍ଚର୍ଯ୍ୟଜନକ ବିବୃତ୍ତି

December 4, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫି ବିଷୟ ଭାରତ ଅପେକ୍ଷା ଅଷ୍ଟ୍ରେଲିଆରେ ଅଧିକ ଚର୍ଚ୍ଚା ହେଉଛି। ପର୍ଥ ଟେଷ୍ଟରେ ଭାରତର 295 ରନ୍ ବିଜୟ ପରେ ଆଡିଲେଡରେ ହେବାକୁ ଥିବା ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି, ଯେଉଁଠାରେ ଉଭୟ ଦଳ ଗୋଲାପୀ ବଲରେ ଖେଳୁଥିବା ଦେଖିବାକୁ ମିଳିବ। ବିରାଟ କୋହଲିଙ୍କ ଫର୍ମ ମଧ୍ୟ କଙ୍ଗାରୁ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି। ବର୍ତ୍ତମାନ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ମାଇକେଲ କ୍ଲାର୍କ ସ୍ପଷ୍ଟ ଭାବେ କହିଛନ୍ତି ଯେ, ପ୍ରଥମ ଟେଷ୍ଟରେ କୋହଲିଙ୍କ ଶତାକ ତାଙ୍କ ଭିତରେ ଭୟର ଭାବନା ସୃଷ୍ଟି କରୁଛି।

ଅଷ୍ଟ୍ରେଲିଆର ଏକ ପୋଡକାଷ୍ଟରେ ମାଇକେଲ କ୍ଲାର୍କଙ୍କୁ ପଚରାଯାଇଥିଲା ଯେ, ତାଙ୍କ ହିସାବରେ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଭାରତ ପାଇଁ ସର୍ବାଧିକ ରନ୍ ସ୍କୋରର୍ କିଏ ହେବ? ଏହାର ଉତ୍ତରରେ କ୍ଲାର୍କ କହିଛନ୍ତି ଯେ, “ଯେତେବେଳେ ମୁଁ ଏକ ଟେଷ୍ଟ ମ୍ୟାଚ୍ ହାରିବା କଥା ଚିନ୍ତା କରେ, ବୋଧହୁଏ ଏହା ମୋତେ ଅଧିକ କଷ୍ଟ ଦେଇନଥାଏ। କିନ୍ତୁ ଯେତେବେଳେ ମୁଁ ପ୍ରଥମ ଟେଷ୍ଟରେ ବିରାଟ କୋହଲିଙ୍କ ଶତକ ଭାବେ, ସେତେବେଳେ ମୋ ମନରେ ଭୟର ଭାବନା ଅନୁଭବ ହୁଏ।” ଆଡିଲେଡରେ ବିରାଟ ଭାରତ ପାଇଁ ଟପ୍ ରନ୍ ସ୍କୋରର ହେବ ବୋଲି ସେ କହିଛନ୍ତି।

2024 ମସିହାରେ ବିରାଟ କୋହଲି ଏତେ ସଂଘର୍ଷ କରୁଥିଲେ ଯେ, ପୁରା ବର୍ଷରେ ସେ 12 ଟି ଟେଷ୍ଟ ଇନିଂସରେ ମାତ୍ର 250 ରନ୍ ସ୍କୋର କରିଥିଲେ ଏବଂ ସେଥିପାଇଁ ମଧ୍ୟ ତାଙ୍କୁ ଟ୍ରୋଲ କରାଯାଇଥିଲା। ଶତକ ତ ଛାଡନ୍ତୁ ଚଳିତ ବର୍ଷ କୋହଲି ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ଖରାପ ପର୍ଯ୍ୟାୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ପର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସରେ ଅପରାଜିତ 100 ରନ୍ ସ୍କୋର କରି ସେ ଅନେକ ହେଡଲାଇନ୍ ସୃଷ୍ଟି କରିଥିଲେ।

ଆଡିଲେଡ୍ ଟେଷ୍ଟ ଗୋଲାପୀ ବଲରେ ଖେଳାଯିବ, ଯାହା ବିଶେଷ କରି ଭାରତୀୟ ଦଳର ଟେନସନକୁ ବଢାଉଛି। ବାସ୍ତବରେ, ବର୍ତ୍ତମାନ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ସର୍ବାଧିକ ଗୋଲାପୀ ବଲ୍ ଟେଷ୍ଟ ଖେଳିଛି, ସେଥିମଧ୍ୟରୁ ଦଳ କେବଳ ଥରେ ହାରିଛି। ଗୋଲାପୀ ବଲ ଟେଷ୍ଟ ମ୍ୟାଚରେ କଙ୍ଗାରୁ ଦଳର ବିଜୟ ପ୍ରତିଶତ 91.67 ଟିମ ଇଣ୍ଡିଆର ଚିନ୍ତା ବଢାଇବା ପାଇଁ ଯଥେଷ୍ଟ। ତୁଳନାତ୍ମକ ଭାବେ, ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଲାପୀ ବଲରେ କେବଳ ଚାରିଟି ଟେଷ୍ଟ ଖେଳିଛି, ଯେଉଁଥିରୁ ଦଳ ତିନି ଥର ଜିତିଛି।

BGT 2024 Border Gavaskar Trophy 2024 Border-Gavaskar Trophy IND Vs AUS IND Vs AUS 2nd Test India Vs Australia Virat Kohli Virat Kohli Record
Share. Facebook Twitter LinkedIn Email WhatsApp Copy Link

Related Posts

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025

ବିଫଳ ହେଲା ପାକିସ୍ତାନର ଶାହିନ-୩ କ୍ଷେପଣାସ୍ତ୍ର!: ପରୀକ୍ଷଣ ସମୟରେ ନିଜ ଦେଶରେ ହେଲା ବିସ୍ଫୋରଣ

July 23, 2025

ଆଜିଠାରୁ ଚତୁର୍ଥ ଟେଷ୍ଟ: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଅଧିନାୟକଙ୍କ ଚେତାବନୀ, ଦେଲେ ଏହି ବଡ଼ ବୟାନ

July 23, 2025
Latest News

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

July 23, 2025

ଆଜି ମାଞ୍ଚେଷ୍ଟରରେ ବର୍ଷା ସମ୍ଭାବନା, ଗୁରୁତ୍ୱପୂର୍ଣ୍ଣ ହେବ ଟସ୍, ପଢ଼ନ୍ତୁ ପିଚ୍ ରିପୋର୍ଟ

July 23, 2025

ବିଫଳ ହେଲା ପାକିସ୍ତାନର ଶାହିନ-୩ କ୍ଷେପଣାସ୍ତ୍ର!: ପରୀକ୍ଷଣ ସମୟରେ ନିଜ ଦେଶରେ ହେଲା ବିସ୍ଫୋରଣ

July 23, 2025

ଆଜିଠାରୁ ଚତୁର୍ଥ ଟେଷ୍ଟ: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଅଧିନାୟକଙ୍କ ଚେତାବନୀ, ଦେଲେ ଏହି ବଡ଼ ବୟାନ

July 23, 2025

ସୃଷ୍ଟି ହେଲା ୨୦୮୦ ନୂତନ ପଦବୀ, ଓଆଇଏସଏଫ ପାଇଁ ଆଉ ଦୁଇ ବାଟାଲିଅନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.