Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ-୨୦୨୪ ଅନୁଷ୍ଠିତ
ଆଜିର ଖବର

ରାଜ୍ୟସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ-୨୦୨୪ ଅନୁଷ୍ଠିତ

December 5, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଭୁବନେଶ୍ୱର ସ୍ଥିତ କୃଷି ଭବନ ଅଡିଟୋରିଅମରେ ରାଜ୍ୟ ସ୍ତରୀୟ “ବିଶ୍ୱ ମୃତ୍ତିକା ଦିବସ” ମହା ସମାରୋହରେ ପାଳନ କରାଯିବା ସହିତ ପ୍ରତି ଜିଲ୍ଲାସ୍ତରରେ ମଧ୍ୟ ପାଳନ କରାଯାଇଛି। ଏହି ବର୍ଷର ବିଷୟବସ୍ତୁ ହେଉଛି:- ମୃତ୍ତିକା ଯତ୍ନ: ପରିମାପ, ପର୍ଯବେକ୍ଷଣ, ପରିଚାଳନା। ଏଥିରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇଥିଲେ।

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀ, କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ଓ ମୃତ୍ତିକା ସରଂକ୍ଷଣ ନିର୍ଦ୍ଦେଶକ ନିଖିଲ୍ ପୱନ କଲ୍ୟାଣ ପ୍ରମୁଖ ଥିଲେ। ଓଡ଼ିଶାର କୋଣ ଅନୁକୋଣରୁ ଅଭିଜ୍ଞ ଚାଷୀ, କୃଷି ବିଶେଷଜ୍ଞ,ବୈଜ୍ଞାନିକ ଓ ଛାତ୍ରଛାତ୍ରୀଗଣ ଉପସ୍ଥିତ ଥିଲେ।

ମାଆ, ମାଟି ଓ ମନୁଷ୍ୟର ସମ୍ପର୍କ ଆବାହନ କାଳରୁ ଅତି ନିବିଡ, ଶାଶ୍ଵତ ଓ ଚିରନ୍ତନ। ବର୍ତ୍ତମାନ ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଏକ ମୁଖ୍ୟ ସମସ୍ୟା ଭାବରେ ଉଭା ହୋଇଥିବା ବେଳେ ମୃତ୍ତିକା ସ୍ୱାସ୍ଥ୍ୟର ପରିମାପ, ପର୍ଯ୍ୟବେକ୍ଷଣ ଓ ସୁପରିଚାଳନା ଅତି ଗୁରୁତ୍ୱପୁର୍ଣ ମୃତ୍ତିକାକୁ ଯୁଗ ଯୁଗ ପାଇଁ ସୁସ୍ଥ ଓ ଉତ୍ପାଦନକ୍ଷମ କରି ରଖିବା ପାଇଁ ଯେଉଁ ଯତ୍ନ ଆବଶ୍ୟକ, ସେଥିପାଇଁ ଆମ ପରମ କର୍ତ୍ତବ୍ୟର ସ୍ମୃତିଚାରଣ ସକାଶେ ପ୍ରତି ବର୍ଷ ଡ଼ିସେମ୍ବର ୫ ତାରିଖ କୁ ସାରା ପୃଥିବୀରେ “ବିଶ୍ୱ ମୃତ୍ତିକା ଦିବସ” ରୂପେ ପାଳନ କରାଯାଇ ଆସୁଅଛି।

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ, ଆଜିର ସମୟରେ ଲୋକେ ଅଧିକ ପରିମାଣର ଉତ୍ପାଦନ ଓ ଲାଭ ପାଇବା ଆଶାରେ ଅଧିକ ସାର ଓ କୀଟନାଶକ ପ୍ରୟୋଗ କରୁଛନ୍ତି। କିନ୍ତୁ ଏହା ଧୀରେ ଧୀରେ ମାଟିର ସ୍ୱାସ୍ଥ୍ୟ ଓ ଉତ୍ପାଦନ କ୍ଷମତାକୁ ହ୍ରାସ କରୁଛି ଏବଂ ଦୀର୍ଘ ସମୟ ଧରି ରାସାୟନିକ ସାର ଓ କୀଟନାଶକ ବ୍ୟବହୃତ ଖାଦ୍ୟ ଖାଇବା ଦ୍ଵାରା ଶରୀରରେ ବିଭିନ୍ନ ପ୍ରକାର ରୋଗ ମାଡିବସୁଛି। ତେଣୁ ଆମେ ନିଜର ଶରୀର ଓ ମୃତ୍ତିକାର ସ୍ୱାସ୍ଥ୍ୟର ଯତ୍ନ ନେବା ଆଜିର ସମୟରେ ନିହାତି ଆବଶ୍ୟକ।

ଏହି ପରିପ୍ରେକ୍ଷିରେ ସେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ଏକ ସଫଳ ଚାଷୀ ଭାବେ ଉଦାହରଣ ଦେଇଥିଲେ। ରାସାୟନିକ ସାର ଓ କୀଟନାଶକ ବଦଳରେ ଜୈବିକ ଖତ, ସାର ଇତ୍ୟାଦି ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ଓୟୁଏଟି ମୃତ୍ତିକା ଓ ରସାୟନ ବିଭାଗର ବିଶିଷ୍ଟ କୃଷି ବୈଜ୍ଞାନିକ ଡ଼. ସୁବୋଧ କୁମାର ସାହୁ ଓ ଡ଼. ରବୀନ୍ଦ୍ର କୁମାର ନାୟକଙ୍କ ଦ୍ୱାରା ରଚିତ “ଓଡିଶାର ମୃତ୍ତିକା ସମସ୍ୟା ଏବଂ ତାର ପରିଚାଳନା” ଶୀର୍ଷକ ଏକ ପୁସ୍ତିକାକୁ ଉନ୍ମୋଚନ କରାଯାଇଥିଲା।

କୃଷି ଓ କୃଷକ ସଶକ୍ତିକରଣ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ଼. ଅରବିନ୍ଦ କୁମାର ପାଢ଼ୀ ମୃତ୍ତିକା ସୁସ୍ଥତା ପାଇଁ ମାଟି ପରୀକ୍ଷା ଅନୁଯାୟୀ ସନ୍ତୁଳିତ ସାର ପ୍ରୟୋଗ ଓ ଜୈବିକ କୃଷି ଉପରେ ଗୁରୁତ୍ୱ ଆରୋପ କରିଥିଲେ। ମୃତ୍ତିକା ସ୍ୱାସ୍ଥ୍ୟ ରକ୍ଷା ନିମନ୍ତେ ୩ ସୂତ୍ରୀ ପରାମର୍ଶ ପ୍ରଦାନ କରିଥିଲେ। ଏଥିରେ, ମୃତ୍ତିକାର ଅବକ୍ଷୟକୁ ରୋକିବା, ଆବଶ୍ୟକ ନ ଥିଲେ ସାର ବ୍ୟବହାର କରିବା ନାହିଁ ଏବଂ ନିରନ୍ତର ମୃତ୍ତିକା ପରିଚାଳନା ଅଭ୍ୟାସ ରହିଛି।

କୃଷି କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ଵ ହାସଲ ତଥା ପାରମ୍ପାରିକ ଶସ୍ୟର ସରଂକ୍ଷଣ ପାଇଁ ଆଜି ମାଣ୍ଡିଆ ରାଣୀ ରାଇମତି ଘିଉରିଆଙ୍କୁ ଆଜି ରାଷ୍ଟ୍ରପତି ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ କରିଛନ୍ତି। କୃଷି ନିର୍ଦ୍ଦେଶକ ପ୍ରେମ ଚନ୍ଦ୍ର ଚୌଧାରୀ ମୃତ୍ତିକା ସ୍ୱାସ୍ଥ୍ୟ ସମ୍ପର୍କିତ ବିବରଣୀ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗର ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ଓଡିଶା ମୃତ୍ତିକାର ଅବକ୍ଷୟ ଓ ତାର ପୁନରୁଦ୍ଧାର ସମ୍ପର୍କରେ କହିଥିଲେ।

ବିଶ୍ଵ ମୃତ୍ତିକା ଦିବସ ଆନୁକୂଲ୍ୟରେ ହୋଇଥିବା ପୋଷ୍ଟର ପ୍ରତିଯୋଗିତାରେ ଟିକିରାଣୀ ଦାସ, ଜଗଦୀଶ ମାଝୀ, ଶୁଭଶ୍ରୀ ମୁଦୁଲୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ବୈଷୟିକ ଉପସ୍ଥାପନ ବିଭାଗରେ ରାଜ ପ୍ରତୀକ ଦାସ, ସୁଲଗ୍ନା ମହାନ୍ତି, ଶୟନ୍ତୀକା ଭୌମିକ, ସୃଷ୍ଟି ସୌରଭ ମିଶ୍ର ପୁରସ୍କୃତ ହୋଇଥିଲେ।

ସେହିଭଳି ମୃତ୍ତିକା ସ୍ୱାସ୍ଥ୍ୟ ଉପରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ନିମନ୍ତେ ଅନୁଗୁଳର ସରତୁକା ଚନ୍ଦ୍ର ଦେହୁରୀ, ବରଗଡ଼ର ଶ୍ୟାମଘନ ପ୍ରଧାନ, ଯାଜପୁରର କିଶୋରିକାନ୍ତ ରାଉତ, ଝାରସୁଗୁଡ଼ାର ନଳିନୀ ପଟେଲ, କନ୍ଧମାଳର ବୃନ୍ଦାବନ ମଲ୍ଲିକ, ସମ୍ବଲପୁରର ସନ୍ତୋଷ ଧାରୁଆ ଓ ସୁନ୍ଦରଗଡ଼ର ଅମିତ କୁମାର ନାଏକଙ୍କୁ ଉପମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ୫ଜଣ କୃଷକଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା।

ଶେଷରେ ଯୁଗ୍ମ କୃଷି ନିର୍ଦ୍ଦେଶକ ବସନ୍ତ କୁମାର ଧନ୍ୟବାଦ ଅର୍ପଣ କରିଥିଲେ।

ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମହାତ୍ମା ଗାନ୍ଧୀ, ଲାଲବାହଦୂର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ସାରା ଦେଶ

October 2, 2025

ଓଡ଼ିଶାରେ ଖୋଲିବ ୬ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ: ଧର୍ମେନ୍ଦ୍ର ପ୍ରଧାନ

October 2, 2025

ଆଜି ଦଶହରାରେ ଏହି ପାଞ୍ଚୋଟି ରାଶିର ଭାଗ୍ୟ ଖୋଲିଲା, ମିଳିବ ଅମାପ ଧନସଂପତ୍ତି

October 2, 2025

ବଢିଲା ମହଙ୍ଗା ଭତ୍ତା, କର୍ମଚାରୀଙ୍କୁ କେନ୍ଦ୍ର ସରକାର ଦେଲେ ଦଶହରା ଭେଟି

October 1, 2025
Latest News

ଆଜି ମହାତ୍ମା ଗାନ୍ଧୀ, ଲାଲବାହଦୂର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ସାରା ଦେଶ

October 2, 2025

ଡାଲି ଉତ୍ପାଦନ ବୃଦ୍ଧି ପାଇଁ ‘ଆତ୍ମନିର୍ଭରତା ମିଶନ’କୁ ମଞ୍ଜୁର କଲା କେନ୍ଦ୍ର, ୧୧,୪୪୦ କୋଟି ଟଙ୍କା ନିବେଶ ପ୍ରୋତ୍ସାହନ

October 2, 2025

ଓଡ଼ିଶାରେ ଖୋଲିବ ୬ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ: ଧର୍ମେନ୍ଦ୍ର ପ୍ରଧାନ

October 2, 2025

ଦେଶରେ ପ୍ରତିଷ୍ଠା ହେବ ୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ, ଖର୍ଚ୍ଚ ହେବ ୫୮୬୨ କୋଟି ଟଙ୍କା

October 2, 2025

ଆଜି ଦଶହରାରେ ଏହି ପାଞ୍ଚୋଟି ରାଶିର ଭାଗ୍ୟ ଖୋଲିଲା, ମିଳିବ ଅମାପ ଧନସଂପତ୍ତି

October 2, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.