Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଅଷ୍ଟଲକ୍ଷ୍ମୀ ମହୋତ୍ସବକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ 
ଆଜିର ଖବର

ଆଜି ଅଷ୍ଟଲକ୍ଷ୍ମୀ ମହୋତ୍ସବକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ 

December 6, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୬ ତାରିଖ ଅପରାହ୍ଣ ପ୍ରାୟ ୩ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଅଷ୍ଟଲକ୍ଷ୍ମୀ ମହୋତ୍ସବକୁ ଉଦଘାଟନ କରିବେ। ଉତ୍ତର-ପୂର୍ବ ଭାରତର ସାଂସ୍କୃତିକ ଜୀବନ୍ତତାକୁ ପ୍ରଦର୍ଶିତ କରିବାର ପ୍ରତିବଦ୍ଧତାକୁ ଏହି ମହୋତ୍ସବ ଦର୍ଶାଉଛି।

ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଥିବା ଏହି ସାଂସ୍କୃତିକ ମହୋତ୍ସବ ଡିସେମ୍ବର ୬ରୁ ୮ ତାରିଖ ପର୍ଯ୍ୟନ୍ତ ହେବ। ଏହି ମହୋତ୍ସବ ଉତ୍ତର-ପୂର୍ବ ଭାରତର ବିଶାଳ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରିବ, ଯେଉଁଥିରେ କି ପାରମ୍ପରିକ କଳା, ଶିଳ୍ପ ଏବଂ ସାଂସ୍କୃତିକ ପ୍ରଥାର ବିବିଧତାକୁ ଏକକାଳୀନ ଦେଖିବାକୁ ମିଳିବ।

ପାରମ୍ପରିକ ହସ୍ତକଳା, ହସ୍ତତନ୍ତ, କୃଷି ଉତ୍ପାଦ ଏବଂ ପର୍ଯ୍ୟଟନ ଆଦି କ୍ଷେତ୍ରରେ ଆର୍ଥିକ ସୁବିଧାକୁ ବଢ଼ାଇବା ପାଇଁ ଏହି ମହୋତ୍ସବରେ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ହେବ। ଏହି ମହୋତ୍ସବରେ କାରିଗରୀ ପ୍ରଦର୍ଶନୀ, ଗ୍ରାମୀଣ ହାଟ, ରାଜ୍ୟୱାରି ମଣ୍ଡପ ରହିବ। ଉତ୍ତର-ପୂର୍ବର ବିକାଶ ପାଇଁ ବିଭିନ୍ନ ମହତ୍ୱପୂର୍ଣ୍ଣ କ୍ଷେତ୍ରରେ ପ୍ରଯୁକ୍ତିଗତ ଅଧିବେଶନ ଅନୁଷ୍ଠିତ ହେବ। ପ୍ରମୁଖ କାର୍ଯ୍ୟକ୍ରମ ମଧ୍ୟରେ ନିବେଶକ ଓ କ୍ରେତା-ବିକ୍ରେତାଙ୍କୁ ରାଉଣ୍ଡଟେବଲ ବୈଠକ ରହିଛି। ଏଥିରେ ଏହି ଅଞ୍ଚଳର ନେଟୱର୍କ, ସହଭାଗିତା ଏବଂ ଆର୍ଥିକ ସୁଦୃଢ଼ୀକାରଣ ପାଇଁ ମିଳିତ ପଦକ୍ଷେପ ନେବା ପାଇଁ ସୁଯୋଗ ସୃଷ୍ଟି କରାଯିବ।

ଏହି ମହୋତ୍ସବରେ ଡିଜାଇନ କନକ୍ଲେଭ ଏବଂ ଫେସନ୍ ଶୋ ହେବ। ଏଥିରେ ଜାତୀୟ ସ୍ତରରେ ଉତ୍ତର-ପୂର୍ବ ଭାରତର ଉନ୍ନତ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ପ୍ରଦର୍ଶିତ ହେବ। ଅଞ୍ଚଳର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଗୁରୁତ୍ୱ ଦେଇ ମହୋତ୍ସବରେ ଜୀବନ୍ତ ସଙ୍ଗୀତ ପ୍ରଦର୍ଶନ ଏବଂ ଉତ୍ତର-ପୂର୍ବ ଭାରତର ଖାଦ୍ୟଦ୍ରବ୍ୟକୁ ମଧ୍ୟ ପ୍ରଦର୍ଶନ କରାଯିବ।

ଉତ୍ତର-ପୂର୍ବ ଭାରତ ଶିଳ୍ପ
Share. Facebook Twitter LinkedIn Email WhatsApp Copy Link

Related Posts

Swamijee Public School: ରଂଗାରଂଗ ପରିବେଶରେ ପାଳିତ ହେଲା ସ୍ୱାମୀଜୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

December 3, 2025

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କଲା ବିଜେଡି

December 3, 2025

DRDO Tests: ଡିଆରଡିଓର ଲଢ଼ୁଆ ବିମାନ ଏସ୍କେପ୍ ସିଷ୍ଟମର ସଫଳ ପରୀକ୍ଷଣ

December 3, 2025

Dhanu Sankranti 2025: ଏଥର ଧନୁ ସଂକ୍ରାନ୍ତି କେବେ,କେତେବେଳେ ଅଛି ଶୁଭ ସମୟ

December 3, 2025
Latest News

International IDEA: ଭାରତକୁ ମିଳିଲା IDEAର ଅଧ୍ୟକ୍ଷତା, ପ୍ରତିନିଧିତ୍ବ କରିବେ CEC ଜ୍ଞାନେଶ କୁମାର 

December 3, 2025

Swamijee Public School: ରଂଗାରଂଗ ପରିବେଶରେ ପାଳିତ ହେଲା ସ୍ୱାମୀଜୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

December 3, 2025

Putin’s India Visit: ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି ପୁଟିନ, ଦୁଇ ରାଷ୍ଟ୍ର ମଧ୍ୟରେ ସ୍ବାକ୍ଷରିତ ହେବ ଏହି ଚୁକ୍ତି

December 3, 2025

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କଲା ବିଜେଡି

December 3, 2025

DRDO Tests: ଡିଆରଡିଓର ଲଢ଼ୁଆ ବିମାନ ଏସ୍କେପ୍ ସିଷ୍ଟମର ସଫଳ ପରୀକ୍ଷଣ

December 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.