Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତା ୧୧ରୁ ସ୍ମାର୍ଟ ଇଣ୍ଡିଆ ହାକାଥନର ସପ୍ତମ ସଂସ୍କରଣ 
ଆଜିର ଖବର

ଆସନ୍ତା ୧୧ରୁ ସ୍ମାର୍ଟ ଇଣ୍ଡିଆ ହାକାଥନର ସପ୍ତମ ସଂସ୍କରଣ 

December 7, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦେଶର ୫୧ଟି କେନ୍ଦ୍ରରେ ସ୍ମାର୍ଟ ଇଣ୍ଡିଆ ହାକାଥନର ସପ୍ତମ ସଂସ୍କରଣ ଆସନ୍ତା ୧୧ ତାରିଖ ଦିନ ଆରମ୍ଭ ହେବାକୁ ଯାଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏହାକୁ ଭର୍ଚୁଆଲ ମୋଡରେ ଉଦଘାଟନ କରିବେ। ଏସଆଇଏଚ ହେଉଛି ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଯେଉଁଥିରେ ଛାତ୍ରମାନେ ପ୍ରତିଦିନ ସାମ୍ନା କରୁଥିବା ଦୈନନ୍ଦିନ ସମସ୍ୟାକୁ ସମାଧାନ କରିବାକୁ ଏକ ମାନସିକତା ନେବାକୁ ମଂଚ ପାଇବେ। ବିଭାଗ କିମ୍ବା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସମସ୍ୟା ପତ୍ର କିମ୍ବା ୧୭ଟି ପ୍ରସଙ୍ଗ ଭିତରୁ ଇନୋଭେସନ ବର୍ଗରେ ନିଜ ପ୍ରତିଭା ଦେଖାଇବାକୁ ସୁଯୋଗ ମିଳିବ। ୫୪ଟି ବିଭାଗ, ମନ୍ତ୍ରଣାଳୟ, ରାଜ୍ୟ ସରକାର, ପିଏସୟୁ, ଶିଳ୍ପ ପକ୍ଷରୁ ପ୍ରାୟ ୨୫୦ଟି ସମସ୍ୟା ପତ୍ର ଦାଖଲ କରାଯାଇଥିବା କୁହାଯାଇଛି।

ବିଭାଗ ସ୍ତରରେ ଚଳିତ ବର୍ଷ ପ୍ରାୟ ୨୪୦ ପ୍ରତିଶତ ଅଧିକା ଆଭ୍ୟନ୍ତରୀଣ ହାକାଥାନ ବୃଦ୍ଧି ହୋଇଥିବା ସୂଚନା ମିଳିଛି। ଏସଆଇଏଚ ୨୦୨୩ର ୯୦୦ରୁ ଏସଆଇଏଚ ୨୦୨୪ର ୨୨୪୭ ଯାଏ ପରିବର୍ତନ ହେବା ଏହି ହାକାଥନ ବୃଦ୍ଧି କ୍ଷେତ୍ରରେ ଏକ ଶୁଭ ସଙ୍କେତ। ବିଭାଗ ସ୍ତରରେ ଏସଆଇଏଚ ୨୦୨୪ରେ ମୋଟ ୮୬ ହଜାର ଟିମ ଅଂଶଗ୍ରହଣ କରିଛନ୍ତି। ଜାତୀୟ ସ୍ତର ଲାଗି ବିଭାଗ ପକ୍ଷରୁ ୪୯ ହଜାର ଟିମ ଲାଗି ପ୍ରସ୍ତାବ ଦିଆଯାଇଛି। ଏସଆଇଏଚ ଗ୍ରାଣ୍ଡ ଫିନାଲେ ମଂଚରେ ଉଭୟ ଶିକ୍ଷକ ଓ ଛାତ୍ର ଭାବ ବିନିମୟ କରିପାରିବାର ଏକ ବୃହତ ସୁଯୋଗ ଦେଇଥାଏ।

ପ୍ରାୟ ୧୭ଟି ପ୍ରସଙ୍ଗକୁ ନେଇ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇପାରେ ବୋଲି କୁହାଯାଇଛି। ସ୍ୱାସ୍ଥ୍ୟ, ଯୋଗାଣ ଶୃଙ୍ଖଳ, ସ୍ମାର୍ଟ ଟେକ୍ନୋଲଜି, ଐତିହ୍ୟ ଓ ସଂସ୍କୃତି, ଶିକ୍ଷା ଓ ଦକ୍ଷତା ବିକାଶ, ଜଳ, କୃଷି, ଖାଦ୍ୟ, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପରି ବିଭିନ୍ନ ପ୍ରସଙ୍ଗ ଏଥିରେ ଅନ୍ତର୍ଭୁକ୍ତ। ଏସଆଇଏଚ ସଫଳତା ଏସଆଇଏଚ ଆଲୁମିନି ନେଟବାର୍କ ସୂଚାଇଥାଏ। ଏସଆଇଏଚର ପୋର୍ଟାଲ ମାଧ୍ୟମରେ ବହୁ ସଫଳ କାହାଣୀ ରହିଛି। ଆଜି ଯାଏ ଏସଆଇଏଚ ପକ୍ଷରୁ ପ୍ରାୟ ଶହେଟି ଷ୍ଟାର୍ଟଅପ ପ୍ରତିଷ୍ଠା କରାଯାଇଥିବା ସୂଚନା ଦିଆଯାଇଛି।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ସ୍ମାର୍ଟ ଇଣ୍ଡିଆ ହାକାଥନ
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀ ବିସ୍ଫୋରଣ ପରେ ପୋଲିସ ଡିଜିଙ୍କ ସହିତ କଥା ହେଲେ ମୁଖ୍ୟମନ୍ତ୍ରୀ, ସୁରକ୍ଷା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ

November 10, 2025

ପୂର୍ବତଟ ରେଳପଥ କ୍ଷମତା ବୃଦ୍ଧି ପାଇଁ ସମ୍ବଲପୁର ଡିଭିଜନରେ ବିଦ୍ୟୁତୀକରଣ ପ୍ରଣାଳୀକୁ ଅପଗ୍ରେଡ୍ କରିବ

November 10, 2025

ଶ୍ରୀନାଥଜୀ ମନ୍ଦିରକୁ ମୁକେଶ ଅମ୍ବାନୀଙ୍କ ୧୫ କୋଟି ଦାନ, ୫୦ କୋଟିର ପ୍ରକଳ୍ପ ଘୋଷଣା

November 10, 2025

Delhi Car Blast Update: ଗୃହମନ୍ତ୍ରୀଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

November 10, 2025
Latest News

ଦିଲ୍ଲୀ ବିସ୍ଫୋରଣ ପରେ ପୋଲିସ ଡିଜିଙ୍କ ସହିତ କଥା ହେଲେ ମୁଖ୍ୟମନ୍ତ୍ରୀ, ସୁରକ୍ଷା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ

November 10, 2025

ପୂର୍ବତଟ ରେଳପଥ କ୍ଷମତା ବୃଦ୍ଧି ପାଇଁ ସମ୍ବଲପୁର ଡିଭିଜନରେ ବିଦ୍ୟୁତୀକରଣ ପ୍ରଣାଳୀକୁ ଅପଗ୍ରେଡ୍ କରିବ

November 10, 2025

ଶ୍ରୀନାଥଜୀ ମନ୍ଦିରକୁ ମୁକେଶ ଅମ୍ବାନୀଙ୍କ ୧୫ କୋଟି ଦାନ, ୫୦ କୋଟିର ପ୍ରକଳ୍ପ ଘୋଷଣା

November 10, 2025

Delhi Car Blast Update: ଗୃହମନ୍ତ୍ରୀଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

November 10, 2025

ନଭେମ୍ବର ୨୭ରୁ ଆରମ୍ଭ ହେବ ବିଧାନସଭା, ପ୍ରଥମ ଥର ପାଇଁ ଅଭିଭାଷଣ ରଖିବେ ରାଷ୍ଟ୍ରପତି

November 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.